ବାପା ହେବା ନିହାତି ଏକ ଖୁସିର କଥା। ଘରେ ପୁଅ କି ଝିଅ ହେଲେ ବାପା ମନ ଖୁସିରେ ଝୁମିଯାଏ। ଏହି ଖୁସିରେ ଘରେ ଛୋଟ ମୋତ ଉତ୍ସବ ମଧ୍ୟ ପାଳନ ହୁଏ। ହେଲେ କେବେ ଶୁଣିଛନ୍ତି କି ଘରକୁ ଏଭଳି କେହି ନୂଆ ଅତିଥି ଆସିଲେ ବାପା ଦୁଃଖି ହେବା କଥା! ବୋଧହୁଏ ଶୁଣି ନଥିବେ। କିନ୍ତୁ ଏମିତି କିଛି ଦେଖାଦେଇଛି ରିଇଲ୍ ଲାଇଫ୍ରେ।
‘ତରଙ୍ଗ ସିନେ ପ୍ରଡକ୍ସନ’ ପାଇଁ ‘ମନୋଜ ମିଶ୍ର ଫିଲ୍ମସ୍’ ଦ୍ୱାରା ନିର୍ମିତ ହୋଇଛି ‘ହାଏ କୃଷ୍ଣ’। ହାଏ କୃଷ୍ଣ କହାଣୀର ନାୟକ ଜିତ୍ଙ୍କ ଜୀବନକୁ ଜନ୍ମାଷ୍ଟମୀ ଦିନ ଜଣେ କୁନି ଅତିଥି ଆସିଛନ୍ତି। ଯାହାଙ୍କ ନାଁ କୃଷ୍ଣ। କୃଷ୍ଣର ହସ ଜିତ୍ଙ୍କୁ କନ୍ଦେଇଛ। ସେହିପରି ଜିତ୍ଙ୍କ କାନ୍ଦ କୃଷ୍ଣକୁ ବହୁତ ହସେଇଛି। କୃଷ୍ଣ ଆସିବା ପରେ ଜିତ୍ଙ୍କ ଜୀବନରେ ଘଟିଛି ଅନେକ ପରିବର୍ତ୍ତନ, ଯାହା ‘ହାଏ କୃଷ୍ଣ’ କହାଣୀର ପୃଷ୍ଟଭୂମି ହୋଇଛି।
ଫିଲ୍ମରେ କୃଷ୍ଣର କୁଆଁରା ବାପା ଭାବେ ଡାନ୍ସିଂ ଷ୍ଟାର୍ ଶୈଳେନ୍ଦ୍ରଙ୍କୁ ଦେଖିବାକୁ ମିଳିବ। ସେହିପରି ଟିଭି ସିରିୟଲ୍ର ଆଗ ଧାଡିର ନାୟିକା ଜସ୍ମିନ୍ଙ୍କୁ କୁଆଁରୀ ମା’ ଭୂମିକାରେ ଦେଖିବାକୁ ମିଳିବ। ତେବେ ଜନ୍ମାଷ୍ଟମୀ ରାତିରେ ଗୋଟେ ଦୁଷ୍ଟ କୁଆଁରା ବାପର ଜୀବନରେ ଧସେଇ ପଶିଆସିଥିବା ‘କୃଷ୍ଣ’ କିପରି ଅନୁଭବ କରେଇ ପାରୁଛି ଏକ ବାପ-ପୁଅର ସଂପର୍କକୁ ତାହାହିଁ ଏହି ଫିଲ୍ମର ମୂଳ କାହାଣୀ।
ଏହି ଫିଲ୍ମରେ ଅନ୍ୟମାନଙ୍କ ମଧ୍ୟରେ ମନୋଜ ମିଶ୍ର, ସୁକାନ୍ତ ରଥ, ମାମୁନି ବାରିକ, ଶ୍ୱେତା ଆଚ୍ଚାର୍ଯ୍ୟ, ଶୁଭ୍ରାଶୁଂ, ରାକ୍ଷୀ, ଆକାଶ, ବାପି ଆଦିଙ୍କୁ ଦେଖିବାକୁ ମିଳିବ। ଏହା ସଂଳାପ ପ୍ରଣବ ରଥ ଲେଖିଥିବା ବେଳେ ହାପି ଚନ୍ଦନଙ୍କ ନିର୍ଦ୍ଦେଶନାରେ ଏହା ପ୍ରସ୍ତୁତ ହୋଇଛି।
ଏହି ଫିଲ୍ମର ଗୀତଗୁଡିକୁ ବୁନି-ଗୌରବ ସଜେଇ ଥିବା ବେଳେ ପପୁ ପମ୍ପମ୍, ଶାନ୍ତନୁ, କୁଳଦୀପ ପଟ୍ଟନାୟକ, ଅର୍ପିତା ଚୌଧୁରୀ ଓ ଗୌରବ ଆନନ୍ଦ ଗାଇଛନ୍ତି।
ଆସନ୍ତା ଜନ୍ମାଷ୍ଟମୀ ଅବସରରେ ଅଗଷ୍ଟ ୧୪ରେ ଏହି ଫିଲ୍ମ ରବିବାର ସଂଧ୍ୟା ୬ଟାରେ ‘ଅଳଙ୍କାର ଟିଭି’ରେ ୱାର୍ଲ୍ଡ ପ୍ରିମିୟମ ହେବ।
ପ୍ରକାଶଥାଉ ଯେ ମନୋଜ ମିଶ୍ର ‘ତରଙ୍ଗ ସିନେ ପ୍ରଡକ୍ସନ’ ପାଇଁ ପ୍ରସ୍ତୁତ କରିଥିବା ପ୍ରଥମ ଫିଲ୍ମ ହେଉଛି ‘ସମାପାଜୁର ରଘୁ’। ଏଥିରେ ସେ ଏକ ଗାଁକୁ ଚିତ୍ରଣ କରିଥିବା ବେଳେ ‘ହାଏ କୃଷ୍ଣ’ରେ ସେ ଏକ ସହରୀ ପିଲାର ଚରିତ୍ରକୁ ଚିତ୍ରଣ କରିଛନ୍ତି।
from Latest Odisha News, Breaking News Today | Top Updates on Corona - OTV News https://ift.tt/Qu1SKvq
Reviewed by SUBHENDU BARAL
on
August 03, 2022
Rating:
No comments: