ବିବାଦ ଭିତରେ ସମରାଭ୍ୟାସ : ୫୦୦୦ରୁ ଅଧିକ ସୈନିକ ଅଂଶଗ୍ରହଣ କରିଥିବା ସୂଚନା Kanak News

କନକ ବ୍ୟୁରୋ : ଚୀନ ସହ ବଢୁଥିବା ବିବାଦ ଭିତରେ ଆମେରିକା ଏବଂ ଅନ୍ୟାନ୍ୟ ଦେଶ ଏକାଠି ହୋଇ ଆରମ୍ଭ କରିଛନ୍ତି ସମରାଭ୍ୟାସ । ବୁଧବାରଠୁ ଇଣ୍ଡୋନେସିଆର ଜାକର୍ତ୍ତାରେ ଆରମ୍ଭ ହୋଇଥିବା ଏହି ସମରଭ୍ୟାସ ଅଗଷ୍ଟ ୧୪ ଯାଏ ଚାଲିବ । ଏହି ସମରାଭ୍ୟାସରେ ଆମେରିକା, ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ, ଜାପାନ ଏବଂ ସିଙ୍ଗାପୁର ସମେତ ମୋଟ୍ ୧୪ଟି ଦେଶ ସାମିଲ ହୋଇଛନ୍ତି । ୫୦୦୦ରୁ ଅଧିକ ସୈନିକ ଅଂଶଗ୍ରହଣ କରିଥିବା ସୂଚନା ରହିଛି ।

ଆମେରିକା ଏବଂ ଇଣ୍ଡୋନେସିଆ ସୁମାତ୍ରା ଦ୍ୱୀପରେ ଏପରି ସମରଭ୍ୟାସ କରି ପାରସ୍ପରିକ ସମ୍ପର୍କକୁ ଆହୁରି ମଜବୁତ କରିବାକୁ ଯୋଜନା କରିଛନ୍ତି ଏହି ସୁବ ଦେଶ । ଭାରତ-ପ୍ରଶାନ୍ତ ମହାସାଗରରେ ଚୀନ୍ର ବୃଦ୍ଧି ପାଉଥିବା ସାମରିକ କାର୍ଯ୍ୟକଳାପ ବିରୋଧରେ ଏହା ଏକ ବଡ ପଦକ୍ଷେପ ବୋଲି କୁହାଯାଉଛି । ତାଇୱାନର ଚାରିପାଖରେ ସମୁଦ୍ର ଏବଂ ଆକାଶରେ ଚୀନ ସାମରିକ ଅଭ୍ୟାସ କରିବାକୁ ଘୋଷଣା କରିଛି । ଏଥିପାଇଁ ଚୀନ୍ ମଧ୍ୟ ନିଜର କ୍ଷେପଣାସ୍ତ୍ର, ଯୁଦ୍ଧ ବିମାନ ପଠାଇଛି ।

ଚୀନର ଏପରି ଆକ୍ରମଣାତ୍ମକ ଶୈଳୀକୁ ଦୃଷ୍ଟିରେ ରଖି ଆମେରିକା ଫିଲିପାଇନ୍ସ ସାଗରରେ ନିଜର ଶକ୍ତିଶାଳୀ ଯୁଦ୍ଧ ଜାହାଜ ୟୁଏସଏସ ରୋନାଲ୍ଡ ରେଗାନକୁ ମଧ୍ୟ ନିୟୋଜିତ କରିଛି । ଜାକର୍ତ୍ତାରେ ହେଉଥିବା ସମରାଭ୍ୟାସ ୨୦୦୯ ରୁ ପ୍ରଥମେ ଆରମ୍ଭ ହୋଇଥିଲା । ଏହାକୁ ଇଂରାଜୀରେ ଗରୁଡସିଲଡ ବୋଲି କୁହାଯାଏ । ୨୦୦୯ରେ ଆରମ୍ଭ ହେବା ବେଳେ ୨୩ଟି ଦେଶ ସାମିଲ ଥିଲେ । ଚଳିତ ଥର ହେଉଥିବା ଏହି ସମରାଭ୍ୟାସକୁ ସୁପର ଗରୁଡ ସିଲଡ ବୋଲି କୁହାଯାଉଛି । ଯେଉଁଥିରେ ୧୪ଟି ଦେଶ ସାମିଲ ରହିଛନ୍ତି ।

The post ବିବାଦ ଭିତରେ ସମରାଭ୍ୟାସ : ୫୦୦୦ରୁ ଅଧିକ ସୈନିକ ଅଂଶଗ୍ରହଣ କରିଥିବା ସୂଚନା first appeared on Kanak News.



from Kanak News https://ift.tt/V2OnMiR https://ift.tt/MsjE2uC
ବିବାଦ ଭିତରେ ସମରାଭ୍ୟାସ : ୫୦୦୦ରୁ ଅଧିକ ସୈନିକ ଅଂଶଗ୍ରହଣ କରିଥିବା ସୂଚନା Kanak News ବିବାଦ ଭିତରେ ସମରାଭ୍ୟାସ : ୫୦୦୦ରୁ ଅଧିକ ସୈନିକ ଅଂଶଗ୍ରହଣ କରିଥିବା ସୂଚନା Kanak News Reviewed by SUBHENDU BARAL on August 03, 2022 Rating: 5

No comments:

Powered by Blogger.