ବିମାନ ହେଲା ଦୁର୍ଘଟଣାଗ୍ରସ୍ତ ; ପାଇଲଟ୍‌ଙ୍କ କିଛି ହେଲାନି Pramod Behera

ଆକାଶମାର୍ଗରେ ଉଡ଼ିବା ଗୋଟିଏ ସମୟରେ ସ୍ୱପ୍ନ ଥିଲା। ଆଜି କିନ୍ତୁ ସେ ପରିସ୍ଥିତି ଆଉ ନାହିଁ। ଆଜିକାଲି ତ ସମସ୍ତେ ପ୍ଲେନ୍ ଚଳାଇବାର ନିଶାରେ। ଏମିତିରେ ବିଦେଶରେ ତ ହାଲୁକା ବିମାନ ଚଳାଚଳ ବଢିଯାଇଛି। ଏଭଳି ପରିସ୍ଥିତିରେ ହାଲୁକା ବିମାନର ଦୁର୍ଘଟଣା ଧାରା ବି ବୃଦ୍ଧି ପାଇଛି। ଫ୍ଲୋରିଡାରେ ଏପରି ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି, ଯାହାର କାହାଣୀ ଅତ୍ୟନ୍ତ କୌତୁହଳପୂର୍ଣ୍ଣ।

ଆକାଶରେ ଉଡିବାବେଳେ ପାଇଲଟ୍ ଜାଣିପାରିଥିଲେ ଯେ ବିମାନଟିର ଇନ୍ଧନ ସରିଯାଇଛି। ଏହା ଜାଣିବା ପରେ ସେ ଏହାକୁ ରାସ୍ତାର ପାର୍ଶ୍ୱରେ ଥିବା ମୋଟର୍‌ୱେକୁ ନେଇ ସିଧା ଦୁର୍ଘଟଣା କରିଦେଲେ। ବିମାନଟି ବହୁତ ହାଲୁକା ଏବଂ ସିଙ୍ଗଲ୍ ସିଟର୍ ଥିଲା। ତେଣୁ କ୍ଷତି କମ କରିବା ପାଇଁ ସେ ଏହାକୁ ଡ୍ରାଇୱେର ମୋଟର୍‌ୱେ ଉପରେ ଓହ୍ଲାଇଦେଲେ। ଏହି ପୂରା ଘଟଣାର ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ବିମାନ ଦୁର୍ଘଟଣା ପରେ ବି ପାଇଲଟ ବିମାନରୁ ଏମିତି ବାହାରକୁ ଆସୁଥିଲେ ଯେ ସତେ ଯେପରି କିଛି ହେଇନି।

ଏହି ମାମଲା ଆମେରିକାର ଫ୍ଲୋରିଡା ସହରର ଅଟେ। ଦୁର୍ଘଟଣାଗ୍ରସ୍ତ ବିମାନଟି ଥିଲା Cessna 182 Skylane । ଏହାକୁ ୪୦ ବର୍ଷିୟ ରେମି କୋଲିନ୍ ଚଳାଉଥିଲେ। ଅଗଷ୍ଟ ୧୯ ଦୁଇପ୍ରହର ପରେ ଓରଲାଣ୍ଡୋରେ University Boulevard ଓ North Econlockhatchee ଟ୍ରେଲରେ କୋଲିନ୍ ରାସ୍ତାରେ ଯାଉଥିବା କାର୍‌ଗୁଡିକୁ ରକ୍ଷା କରିବା ନେଇ ବିମାନଟିକୁ ଏକ ତାଳ ଗଛରେ ପିଟିଦେଲେ।

ଅଳ୍ପକେ ଇଲେକ୍ଟ୍ରିକ୍ ଲାଇନ୍‌ରୁ ରକ୍ଷା ପାଇ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏବଂ ଏହାର ଗତି ବନ୍ଦ ହୋଇଯାଇଥିଲା। ଏହି ଘଟଣାକୁ ଦେଖିଥିବା ଅମାଣ୍ଡା କୁହନ୍ତି ଯେ ବିମାନଟି ବହୁତ ତଳେ ଉଡୁଥିଲା ଏବଂ ହଠାତ୍ ଏହା ତାଙ୍କ ଆଡକୁ ମାଡି ଆସିଲା ଓ ରାସ୍ତାର ଅପର ପାର୍ଶ୍ୱରେ ଦୁର୍ଘଟଣାଗ୍ରସ୍ତ ହେଲା।

ଏଭଳି ଘଟଣାରେ ପାଇଲଟ୍‌ଙ୍କ ଜୀବନ ଖୁବ୍ ବିପଦରେ ପଡିଥାଏ କିନ୍ତୁ କୋଲିନ୍ ବିମାନରୁ ସୁରକ୍ଷିତ ଭାବେ ଫେରି ଆସିଥିଲେ। ଫ୍ଲୋରିଡା ହାଇୱେ ପାଟ୍ରୋଲିଂ ଏହା ଏକ ଯାନ୍ତ୍ରିକ ବିଫଳତା ବୋଲି ଭାବିଥିଲା, କିନ୍ତୁ କୋଲିନ୍ ନିଜେ କହିଥିଲେ ଯେ ସେ ରେଡିଓକୁ ଠିକ୍ କରୁଥିଲେ ଏବଂ ସେତେବେଳେ ବିମାନଟିର ଇନ୍ଧନ ସରିଯାଇଥିଲା। ରିପୋର୍ଟ ଅନୁଯାୟୀ, କୋଲିନଙ୍କ ଲାଇସେନ୍ସକୁ ସସ୍‌ପେଣ୍ଡ୍ କରାଯାଇଛି ଏବଂ ବିମାନ ଚଳାଚଳ କର୍ତ୍ତୃପକ୍ଷ ଘଟଣାର ତଦନ୍ତ କରୁଛନ୍ତି।



from Latest Odisha News, Breaking News Today | Top Updates on Corona - OTV News https://ift.tt/R2BnAea
ବିମାନ ହେଲା ଦୁର୍ଘଟଣାଗ୍ରସ୍ତ ; ପାଇଲଟ୍‌ଙ୍କ କିଛି ହେଲାନି Pramod Behera ବିମାନ ହେଲା ଦୁର୍ଘଟଣାଗ୍ରସ୍ତ ; ପାଇଲଟ୍‌ଙ୍କ କିଛି ହେଲାନି Pramod Behera Reviewed by SUBHENDU BARAL on August 22, 2022 Rating: 5

No comments:

Powered by Blogger.