ଭୁବନେଶ୍ୱର ଷ୍ଟେସନ ୟାର୍ଡରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ : ବାତିଲ ହେଲା ୬ଟି ଟ୍ରେନ; ୧୬ରୁ ଅଧିକ ଏକ୍ସପ୍ରେସ୍ ଟେନ ଚଳାଚଳ ବାଧାପ୍ରାପ୍ତ Kanak News

କନକ ବ୍ୟୁରୋ : ଭୁବନେଶ୍ୱର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍ଚ୍ୟୁତ ହେବା ପରେ ୬ଟି ଟ୍ରେନ୍ ବାତିଲ କରାଯାଇଛି । ଭୁବନେଶ୍ୱର-ହାୱଡା ଏକ୍ସପ୍ରେସ୍, ଭୁବନେଶ୍ୱର-ବଲାଙ୍ଗୀର ଏକ୍ସପେୟସ୍, ପୁରୀ-ପାରାଦୀପ ଏକ୍ସପ୍ରେସ୍ ଓ ପୁରୀ-ବଡ଼ବିଲ ଏକ୍ସପ୍ରେସ୍ ବାତିଲ ହୋଇଛି । ଏହା ତାଳଚେର-ପୁରୀ ଓ ପାରାଦୀପ-କଟକ ପାସେଞ୍ଜର ବାତିଲ କରାଯାଇଛି ।
ପୂର୍ବତଟ ରେଳବାଇର ସୂଚନା ଅନୁସାରେ ସକାଳ ୭ଟା ୧୫ ସୁଦ୍ଧା ରେଳ ଲାଇନ୍ ମରାମତି କରାଯାଇଛି । ଟ୍ରେନ୍ ଲାଇନଚ୍ୟୁତ ହୋଇଥିବା ସ୍ଥାନରେ ଟ୍ରେନର ବେଗ ଘଣ୍ଟାପ୍ରତି ୧୫ କିଲୋମିଟର ରହିବ ବୋଲି କୁହାଯାଇଛି । ଗତକାଲି ବିଜୟନଗରମ୍ ଯାଉଥିବା ସିମେଣ୍ଟ ବୋଝେଇ ଟ୍ରେନର ୫ଟି ବଗି ଲାଇନଚ୍ୟୁତ ହୋଇଥିଲା । ରାତି ୧୨ଟା ସୁଦ୍ଧା ଲାଇନଚ୍ୟୁତ ହୋଇଥିବା ୫ଟି ବଗିକୁ ଅଲଗା କରାଯାଇ ମରାମତି କାମ ଆରମ୍ଭ ହୋଇଥିଲା । ଟ୍ରେନ୍ ଲାଇନଚ୍ୟୁତ ଯୋଗୁ ୧୬ରୁ ଅଧିକ ଏକ୍ସପ୍ରେସ୍ ଅଟକି ରହିଥିଲା ।
The post ଭୁବନେଶ୍ୱର ଷ୍ଟେସନ ୟାର୍ଡରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ : ବାତିଲ ହେଲା ୬ଟି ଟ୍ରେନ; ୧୬ରୁ ଅଧିକ ଏକ୍ସପ୍ରେସ୍ ଟେନ ଚଳାଚଳ ବାଧାପ୍ରାପ୍ତ first appeared on Kanak News.
from Kanak News https://ift.tt/fGNrJxW https://ift.tt/4xubtB6
No comments: