ଦୁନିଆରେ ଯଦି ଧର୍ମ ପରାୟଣ ଦେଶ କିଏ ଥାଏ ତାହା ହେଉଛି ଭାରତ। ଏଠି ସବୁ ଧର୍ମକୁ ମର୍ଯ୍ୟାଦା ଦିଆଯାଏ। ଏହି ଦେଶରେ ଅନେକ ଧର୍ମର ଲୋକମାନେ ଏକାଠି ବାସ କରନ୍ତି। ଏଠାରେ ଦଶହରା, ଦୀପାବଳୀ ଆଦି ଯେମିତି ଧୂମଧାମରେ ପାଳନ କରାଯାଏ, ସେହିପରି ଇଦ୍ ମଧ୍ୟ। ସାମ୍ପ୍ରଦାୟିକ ମତଭେଦ ସୃଷ୍ଟି କରିବାକୁ ଯେତେ ଚେଷ୍ଟା କରାଯାଉଥିଲେ ମଧ୍ୟ, ଏଠାରେ ଥିବା ଲୋକମାନେ ପରସ୍ପରକୁ ବହୁତ ଭଲ ପାଆନ୍ତି।
ସୋସିଆଲ୍ ମିଡିଆରେ ଏମିତି ଅନେକ ଭିଡିଓ ଦେଖିବାକୁ ମିଳିଛି ଯେଉଁଥିରେ ବିଭିନ୍ନ ଧର୍ମର ଲୋକମାନେ ମିଳିମିଶି ରହିବା ଦେଖାଯାଏ। ଏବେ ସୋସିଆଲ ମିଡିଆ ସାଇଟ୍ରେ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଜଣେ ମୁସଲମାନ ମହିଳା ନିଜ ପୁଅକୁ କୃଷ୍ଣ ପରି ସଜ୍ଜେଇ ସ୍କୁଲକୁ ନେଉଥିବାର ଦେଖାଯାଉଛି।
ଜନ୍ମାଷ୍ଟମୀ ପାଳନ ଅବସରରେ ପ୍ରତ୍ୟେକ ବିଦ୍ୟାଳୟ ଓ କଲେଜରେ ଏହାକୁ ମନାଯାଇଥିଲା। ପିଲାମାନେ ରାଧା-କୃଷ୍ଣଙ୍କ ପରି ସଜ୍ଜ ହୋଇ ବିଦ୍ୟାଳୟକୁ ଯାଉଥିବାର ଦେଖାଯାଇଥିଲା। ଅଭିଭାବକମାନେ ମଧ୍ୟ ନିଜ ନିଜ ପିଲାମାନଙ୍କୁ ଭଲ ଭାବରେ ପ୍ରସ୍ତୁତ କରି ସ୍କୁଲକୁ ପଠାଉଥିବାର ଦେଖାଯାଇଥିଲା। ଏହି ସମୟରେ ଟ୍ୱିଟରରେ ଏକ ଭିଡିଓ ଶେୟାର କରାଯାଇଥିଲା ଯେଉଁଠାରେ ଜଣେ ମୁସଲମାନ ମହିଳା ନିଜ ପିଲାକୁ କୃଷ୍ଣ ବେଶରେ ସଜ୍ଜେଇ ସ୍କୁଲକୁ ନେଉଥିଲେ। ଏହି ମହିଳା ଜଣକ ତାଙ୍କ ପିଲାକୁ ହଳଦିଆ ରଙ୍ଗର ପୋଷାକରେ ସଜ୍ଜେଇ ଥିଲେ।
ଆଇଏଏସ୍ ଅବନୀଶ ଶରଣ ଏହି ସୁନ୍ଦର ଭିଡିଓଟିକୁ ସୋସିଆଲ ମିଡିଆ ସାଇଟ୍ ଟ୍ୱିଟରରେ ଶେୟାର କରିଛନ୍ତି। ଭିଡିଓର କ୍ୟାପ୍ସନ୍ରେ ସେ ‘ମୋ ଦେଶ’ ଲେଖିଛନ୍ତି। ଏହା ସହିତ ଏକ ହାର୍ଟ ଇମୋଜି ମଧ୍ୟ ଦେଇଛନ୍ତି। ପିଲାଟିକୁ ଯେତେବେଳେ ତା’ର ନାଁ କ’ଣ ପଚରାଯାଉଛି ସିଏ ଫୈଜ୍ ବୋଲି କହୁଛି।
ଏହି ପିଲାଟି କାହ୍ନା ବେଶରେ ଘର ବାହାରେ ଠିଆ ହୋଇଥିବା ବେଳେ ଭିଡିଓଟି ପ୍ରସ୍ତୁତ କରାଯାଉଥିଲା। ଠିକ୍ ଏତିକି ବେଳେ ପିଲାଟିର ମା’ ଘର ବାହାରକୁ ଆସିଯାଆନ୍ତି। ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ପିଲାଟିର ମା’ ବୁର୍ଖା ପିନ୍ଧିଥିଲେ। ଜଣେ ମୁସଲମାନ ମହିଳାଙ୍କ ଭାରତୀୟ ପରମ୍ପରା ପ୍ରତି ସମ୍ମାନ ଦେଖି ଲୋକେ ଚକିତ ହୋଇଥିଲେ। ତେବେ କୃଷ୍ଣ ପରି ପୋଷାକ ପିନ୍ଧି ଜଣେ ମୁସଲମାନ ପିଲା ସ୍କୁଲକୁ ଯାଉଥିବାର ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି।
हमारा देश.❤️ pic.twitter.com/qTEBSgHPeR
— Awanish Sharan (@AwanishSharan) August 19, 2022
ଯେତେବେଳେ କିଛି ଲୋକ ଛୋଟ ଛୋଟ କଥାକୁ ନେଇ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି କରିବାକୁ ଚେଷ୍ଟା କରନ୍ତି, ସେଇଠି ଏହି ଭିଡିଓ ପ୍ରମାଣିତ କରିଦେଇଛି ଯେ ଭାରତର ଲୋକମାନେ ଏବେ ମଧ୍ୟ ଏକତାର ସୂତ୍ରରେ ବନ୍ଧା। ଏହି ଭିଡିଓ ପୋଷ୍ଟ୍ ହେବା ପରଠାରୁ ୩ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଏହା ସହିତ ଏହା ଉପରେ ଅନେକ ମନ୍ତବ୍ୟ ମଧ୍ୟ ଦିଆଯାଇଛି। ଲୋକମାନେ ଏହାକୁ ବହୁତ ପସନ୍ଦ କରୁଛନ୍ତି ଯେ ବର୍ତ୍ତମାନ ଧର୍ମ ଆଧାରରେ ପିଲାମାନଙ୍କୁ ଭାଗ କରାଯାଉନି। ପିଲାମାନେ ପ୍ରତ୍ୟେକ ଧର୍ମକୁ ସମ୍ମାନ କରନ୍ତି ଏବଂ ସମସ୍ତଙ୍କୁ ସମାନ ଭାବରେ ଦେଖିବାକୁ ଚେଷ୍ଟା କରନ୍ତି ବୋଲି ଏହା ତାହାର ପ୍ରମାଣ।
from Latest Odisha News, Breaking News Today | Top Updates on Corona - OTV News https://ift.tt/BuXaInp
No comments: