ବାସ୍ତୁ ଶାସ୍ତ୍ର ଏକ ପ୍ରାଚୀନ ବୈଦିକ ଶାସ୍ତ୍ର। ଏହାକୁ ବ୍ୟବହାର କରି କେଉଁ ପ୍ରାଚୀନ କାଳରୁ ନଗର, ମନ୍ଦିର ଏବଂ ଘର ଆଦି ନିର୍ମାଣ କରାଯାଉଛି। ଏହି ନିୟମ ମାନି ଘର ତିଆରି କରିବା ଦ୍ୱାରା ଘରେ ସକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏହା ଗୃହବାସୀଙ୍କ ଉପରେ ଶୁଭ ପ୍ରଭାବ ପକେଇଥାଏ।
ପ୍ରକୃତି ଓ ମଣିଷ ଉଭୟ ପଞ୍ଚତତ୍ୱରେ ଗଢା। ସେଥିପାଇଁ କୁହାଯାଏ, ପିଣ୍ଡ ବ୍ରହ୍ମାଣ୍ଡ ଏକ ମତ / ଜାଣନ୍ତି ସୁଜ୍ଞାନି ପଣ୍ଡିତ”। ଏହି ପଞ୍ଚତତ୍ତ୍ୱ କହିଲେ ପୃଥିବୀ, ଆକାଶ, ଜଳ, ବାୟୁ ଏବଂ ଅଗ୍ନି। ବାସ୍ତୁ ଶାସ୍ତ୍ର ମତରେ ଘର ନିର୍ମାଣ କଲେ ଯେଉଁ ନିୟମ ମାନିବାକୁ ପଡେ ସେଥିରେ ଏହି ପଞ୍ଚତତ୍ତ୍ୱର ସଠିକ ବ୍ୟବହାର କରାଯାଇଥାଏ। ଏହା ଦ୍ୱାରା ଘରେ ସକାରାତମକ ଉର୍ଜା ବା ପଜେଟିଭ୍ ଏନର୍ଜିର ଶୁଭ ପ୍ରଭାବ ପଡିଥାଏ।
ଆମେ ଘର ତିଆରି କଲାବେଳେ ଶୋଇବା ପାଇଁ ଶୟନ କକ୍ଷ, ରୋଷେଇ ପାଇଁ ରୋଷେଇ ଘର, ଅତିଥିମାନଙ୍କ ପାଇଁ ଡ୍ରଇଂ ରୁମ୍, ଗେଷ୍ଟ୍ ରୁମ୍, ନିଜର ଶୌଚ ପାଇଁ ଶୌଚାଳୟ, ଜାନବାହାନ ରଖିବା ପାଇଁ ଗ୍ୟାରେଜ୍, ଏହିପରି ଅନେକ ରୁମ୍ ତିଆରି କରିଥାଉ। ଏହି ରୁମ୍ଗୁଡିକ ଯଦି ବାସ୍ତୁର ନିୟମାନି କରାଯାଏ, ତେବେ ପ୍ରତ୍ୟେକ ରୁମ୍ରେ ସକାରାତ୍ମକ ଉର୍ଜା ସୃଷ୍ଟି ହୋଇଥାଏ।
ଶୟନ କକ୍ଷର ବାସ୍ତୁ ଠିକ ଥିଲେ ଶୋଇଲା ବେଳେ ଶାନ୍ତି ଲାଗେ ଓ ଶକ୍ତି ବୃଦ୍ଧି ହୋଇଥାଏ। ସେହିପରି ବିଦ୍ୟାର୍ଥୀମାନଙ୍କ ଅଧ୍ୟୟନ କ୍ଷେତ୍ରରେ ବାସ୍ତୁ ନିୟମ ମାନି ଯଦି ପାଠପଢା ଘରଟିଏ ନିର୍ମାଣ କରାଯାଏ, ତେବେ ସେମାନଙ୍କ ପାଠପଢାରେ ମନଲାଗେ, ସ୍ମରଣ ଶକ୍ତି ବୃଦ୍ଧିପାଏ। ଏହାବ୍ୟତୀତ ଆନ୍ୟାନ୍ୟ ଶୁଭ ଫଳ ମଧ୍ୟ ମିଳିଥାଏ।
ଆଜିକାଲି ଅଭିଭାବକମାନେ ପିଲାମାନଙ୍କ ପାଠପଢାରେ ଅନେକ ଧନ ଖର୍ଚ୍ଚ କରିଥାନ୍ତି ଏବଂ ସବୁବେଳେ ଚିନ୍ତିତ ଥାନ୍ତି, କେମିତି ପିଲାଟି ଭଲ ପାଠ ପଢିବ। ଏଣୁ ଯଦି ଆମେ ବାସ୍ତୁଶାସ୍ତ୍ର ନିୟମକୁ ମାନି ତାଙ୍କ ପାଇଁ ପାଠପଢା ଘରଟିଏ କରିବା ତେବେ ସେମାନଙ୍କ ପାଇଁ ଅଧିକ ଚିନ୍ତା କରିବାକୁ ପଡିବ ନାହିଁ। କାରଣ ଏହି ବାସ୍ତୁ ହିଁ ସେମାନଙ୍କୁ ଠିକ୍ ରାସ୍ତାରେ ନେଇଯିବ।
ତେବେ ଆସନ୍ତୁ ଜାଣିବା ପାଠପଢା ଘର ପାଇଁ ବାସ୍ତୁର ନିୟମ କ’ଣ:
- ଗୃହର ପଶ୍ଚିମ ପଟରେ ପଢାଘର କରିବା ଶୁଭ ହୋଇଥାଏ। କାରଣ ଏହି ସ୍ଥାନ ପ୍ରତି ବୁଧ, ବୃହସ୍ପତି, ଶୁକ୍ର ଓ ଚନ୍ଦ୍ରଙ୍କ ଶୁଭଦୃଷ୍ଟି ଥାଏ।
- ପଢାଗୃହରେ ଟେବୁଲ୍, ଚେୟାର୍ର ଏପରି ବ୍ୟବସ୍ଥା କରନ୍ତୁ ଯେମିତି ପଢିଲା ବେଳେ ପୂର୍ବ କିମ୍ବା ଉତ୍ତର ମୁଖ ହୋଇ ପାଠ ପଢିହେବ।
- ପଢାଘରର ରଙ୍ଗ ଫିକା ନୀଳ, ଫିକା ସବୁଜ କିମ୍ବା ବାଦାମୀ ରଙ୍ଗ ହେବା ଶୁଭ ହୋଇଥାଏ।
- ପଢାଘରର ଝରକା ପୂର୍ବ, ପଶ୍ଚିମ ଓ ଉତ୍ତର ଦିଗରେ କରିବା ଭଲ।
- ପଢାଘରେ ବହି କେବେ ଖେଳେଇ ଆଡେସାଡେ ପକାଇବା ଉଚିତ ନୁହେଁ।
- ପଢାଘରର ଦ୍ୱାରରେ ସବୁବେଳେ ଯାଉଁଳି କବାଟ ଲଗେଇବା ଶୁଭ
- ପଢାଘରର ଐଶାନ୍ୟ କୋଣରେ ପାଣି କିମ୍ବା ଦେବତାଙ୍କ ଫଟୋ ରଖିବା ଶୁଭ
- ପଢାଘର ଟେବୁଲ୍ ଉପରେ ବିଭିନ୍ନ ପଜିଟିଭ ଏନର୍ଜି ସୃଷ୍ଟି କରୁଥିବା ବସ୍ତୁମାନ ରଖିବା ଭଲ; ଯେମିତି କ୍ରିଷ୍ଟାଲ୍ ଗ୍ଳୋବ୍, ଶ୍ରୀଯନ୍ତ୍ର, କ୍ରିଷ୍ଟାଲ୍ ପିରାମିଡ୍।
- ପଢାଘରେ ମନୋରଞ୍ଜନ ଜିନିଷ ଟିଭି, ମ୍ୟୁଜିକ୍ ସିଷ୍ଟମ୍ ଆଦି ରଖନ୍ତୁ ନାହିଁ।
- ବିମ୍ ତଳେ ବସି ପାଠ ପଢନ୍ତୁ ନାହିଁ।
(ବିଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)
ଆଷ୍ଟ୍ରୋ ବାସ୍ତୁ ବିଶେଷଜ୍ଞ
ଦୂରଭାଷ: ୯୩୪୮୬୮୨୪୭୯
from Latest Odisha News, Breaking News Today | Top Updates on Corona - OTV News https://ift.tt/6jTsqZB
No comments: