ସିସୋଦିଆଙ୍କ ଘରେ ସିବିଆଇ ରେଡ୍ : ୧୪ ଘଣ୍ଟା ଧରି ପଚରାଉଚରା; ଆମ ଆଦମୀ ପାର୍ଟି ଓ ବିଜେପି ମଧ୍ୟରେ ବାକ୍ ଯୁଦ୍ଧ Kanak News

କନକ ବ୍ୟୁରୋ : ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ରେଡ୍ କରିଛି ସିବିଆଇ । ୧୪ ଘଣ୍ଟା ଧରି ସିସୋଦିଆଙ୍କୁ ଜେରା କରାଯାଇଛି । ଶୁକ୍ରବାର ସକାଳେ ଆରମ୍ଭ ହୋଇଥିବା ରେଡ୍ ବିଳମ୍ବିତ ରାତି ଯାଏଁ ଚାଲିଥିଲା । ତଦନ୍ତ ବେଳେ ସିବିଆଇ ହାତରେ କିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଲାଗିଛି । ଏହି ପୂରା ମାମଲାରେ ସିବିଆଇର ଏଫଆଇଆରରେ ସିସୋଦିଆଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶାଯାଇଛି । ସିବିଆଇର ଏଫଆଇଆରରେ ସିସୋଦିଆଙ୍କ ନାମ ସବୁଠାରୁ ଶୀର୍ଷରେ ରହିଛି ।

ବାକି ଅଭିଯୁକଙ୍କ ନାଁ ନିମ୍ନରେ ରହିଛି । ଏଫଆଇଆରରେ ଥିବା ଅନ୍ୟମାନେ ହେଲେ ତକ୍ରାଳୀନ ଅବକାରୀ କମିଶନର ଅର୍ବ ଗୋପୀ କ୍ରିଷ୍ଣା, ଆନନ୍ଦ ତିୱାରୀ, ପଙ୍କଜ ଭଟ୍ଟନାଗର, ବିଜୟ ନାୟର, ମନୋଜ ରାଏ, ଅମନଦୀପ ଧଳ, ସମୀର ମହେନ୍ଦ୍ରୁ, ଅମିତ୍ ଅରୋରା, ବଡି ରିଟେଲ ପ୍ରାଇଭେଟ୍ ଲିମିଟେଡ, ଦିନେଶ ଅରୋରା, ମହାଦେବ ଲିକର, ସନ୍ନି ମରୱା, ଅରୁଣ ରାମଚନ୍ଦ୍ର ପିଲ୍ଲାଇ, ଅର୍ଜୁନ ପାଣ୍ଡେ । ତେବେ ସିବିଆଇ ତଦନ୍ତକୁ ନେଇ ଆମ ଆଦମୀ ପାର୍ଟି ଓ ବିଜେପି ମଧ୍ୟରେ କଥା କଟାକଟି ହୋଇଛି ।

ଆପ୍‌ ନେତା ମନୀଷ ସିସୋଦିଆ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏବଂ ସେ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବେ ବୋଲି କହିଛନ୍ତି। ସିସୋଦିଆ କହିଛନ୍ତି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ଯେଉଁମା‌ନେ ଦେଶରେ ଭଲ କାମ କରୁଛନ୍ତି ସେମାନଙ୍କୁ ଏଭଳି ନିର୍ଯାତନା ଦିଆଯାଉଛି । ସିସୋଦିଆ କହିଛନ୍ତି, ଆମେ ସଚ୍ଚୋଟ। ଆମ ବିରୋଧରେ ଆସିଥିବା ଅଭିଯୋଗ ମିଛ । କୋର୍ଟରେ ହିଁ ସବୁ ସତ କଥା ଜଣାପଡ଼ିବ ।

ତେବେ ଆପ୍‌ ନେତାଙ୍କ ଘରେ ସିବିଆଇ ଚଢ଼ଉ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । କେଜ୍ରିୱାଲ କହିଛନ୍ତି, ତାଙ୍କ ଦଳ ସିବିଆଇକୁ ସ୍ବାଗତ କରୁଛି । ପୂର୍ବରୁ ମଧ୍ୟ ସିବିଆଇ ତାଙ୍କ ନେତାଙ୍କ ଘରେ ଚଢ଼ଉ କରିଛି। କିନ୍ତୁ କିଛି ପାଇନାହିଁ । ସାରା ବିଶ୍ବ ଦିଲ୍ଲୀର ଶିକ୍ଷା ଏବଂ ସ୍ବାସ୍ଥ୍ୟ ମଡେଲକୁ ପ୍ରଶଂସା କରୁଛି ଏବଂ ଏହି କାରଣ ପାଇଁ ଦିଲ୍ଲୀର ସ୍ବାସ୍ଥ୍ୟ ଏବଂ ଶିକ୍ଷା ମନ୍ତ୍ରୀଙ୍କ ବାସଭବନ‌‌ରେ ଚଢ଼ଉ ହେଉଛି ।

The post ସିସୋଦିଆଙ୍କ ଘରେ ସିବିଆଇ ରେଡ୍ : ୧୪ ଘଣ୍ଟା ଧରି ପଚରାଉଚରା; ଆମ ଆଦମୀ ପାର୍ଟି ଓ ବିଜେପି ମଧ୍ୟରେ ବାକ୍ ଯୁଦ୍ଧ first appeared on Kanak News.



from Kanak News https://ift.tt/PyDRW7X https://ift.tt/3ChBSJe
ସିସୋଦିଆଙ୍କ ଘରେ ସିବିଆଇ ରେଡ୍ : ୧୪ ଘଣ୍ଟା ଧରି ପଚରାଉଚରା; ଆମ ଆଦମୀ ପାର୍ଟି ଓ ବିଜେପି ମଧ୍ୟରେ ବାକ୍ ଯୁଦ୍ଧ Kanak News ସିସୋଦିଆଙ୍କ ଘରେ ସିବିଆଇ ରେଡ୍ : ୧୪ ଘଣ୍ଟା ଧରି ପଚରାଉଚରା; ଆମ ଆଦମୀ ପାର୍ଟି ଓ ବିଜେପି ମଧ୍ୟରେ ବାକ୍ ଯୁଦ୍ଧ Kanak News Reviewed by SUBHENDU BARAL on August 19, 2022 Rating: 5

No comments:

Powered by Blogger.