ବିଶ୍ୱ ଭାରତର ଲୋକଙ୍କୁ ଅନ୍ଧବିଶ୍ୱାସୀ ବୋଲି ବିବେଚନା କରେ। କାରଣ ଏଠାରେ ଯେକୌଣସି ଶୁଭ କାର୍ଯ୍ୟ ଗ୍ରହ ଏବଂ ନକ୍ଷତ୍ର ଆଧାରରେ କରାଯାଇଥାଏ। ବିବାହ ହେଉ କି ଘର ନିର୍ମାଣ ବା ଗୃହ ପ୍ରବେଶ ଲୋକମାନେ ପଣ୍ଡିତଙ୍କଠାରୁ ନିର୍ଦ୍ଦେଶ ପାଇବା ପରେ ସବୁକିଛି କରନ୍ତି।
କେବଳ ଯେ ଭାରତର ଲୋକ ଏହି ସବୁକୁ ବିଶ୍ୱାସ କରନ୍ତି ତାହା ନୁହେଁ, ଦୁନିଆରେ ଏମିତି ଅନେକ ପ୍ରସିଦ୍ଧ ବ୍ୟକ୍ତି ଅଛନ୍ତି ଯେଉଁମାନେ ଏହିପରି ଅନ୍ଧବିଶ୍ୱାସକୁ ମାନନ୍ତି। ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଭବିଷ୍ୟତକୁ ଦେଖିପାରନ୍ତି। ସେମାନେ ବିଶ୍ୱକପ୍ରୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ଘଟଣାର ପୂର୍ବାନୁମାନ କରିଛନ୍ତି। ସେଗୁଡିକ ମଧ୍ୟରୁ ଅନେକ ମଧ୍ୟ ସତ ହୋଇଛି।
ଭବିଷ୍ୟତକୁ ଦେଖିପାରିଥିବା ସେହି ବ୍ୟକ୍ତିମାନଙ୍କ ମଧ୍ୟରେ ବାବା ଭେଙ୍ଗା ହେଉଛନ୍ତି ଜଣେ। ବାବା ଭେଙ୍ଗା ଏଭଳି ଅନେକ ଭବିଷ୍ୟବାଣୀ କରିଥିଲେ, ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ସତ ହୋଇସାରିଛି। ୧୯୯୬ରେ ବାବା ଭେଙ୍ଗାଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ମୃତ୍ୟୁ ପୂର୍ବରୁ ସେ ଅନେକ ଭବିଷ୍ୟବାଣୀ କରିଥିଲେ। ଯାହା ତାଙ୍କ ମୃତ୍ୟୁର ବର୍ଷ ବର୍ଷ ପରେ ମଧ୍ୟ ସତ ହେଉଛି। ଏହି କାରଣରୁ ଆଗାମୀ ବର୍ଷ କିପରି କଟିବ ସେ ବିଷୟରେ ଜାଣିବା ପାଇଁ ଲୋକମାନେ ବର୍ତ୍ତମାନ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀର ସାହାଯ୍ୟ ନେଉଛନ୍ତି।
୨୦୨୨ ପାଇଁ ୬ଟି ଭବିଷ୍ୟବାଣୀ:
ତାଙ୍କ ମୃତ୍ୟୁ ପୂର୍ବରୁ ବାବା ଭେଙ୍ଗା ୨୦୨୨ ମସିହା ପାଇଁ ୬ଟି ଭବିଷ୍ୟବାଣୀ କରିଥିଲେ। ଏଥିମଧ୍ୟରୁ ୨ଟି ସତ ହୋଇସାରିଛି। ଅନ୍ଧ ବାବା ଭେଙ୍ଗାଙ୍କ ୨୦୨୨ ଭବିଷ୍ୟବାଣୀରେ ଅଷ୍ଟ୍ରେଲିଆରେ ବନ୍ୟା ପରିସ୍ଥିତି ଏବଂ ବ୍ରିଟେନ୍ରେ ମରୁଡ଼ି ଅନ୍ତର୍ଭୁକ୍ତ ଥିଲା। ଏହି ଦୁଇଟି ଭବିଷ୍ୟବାଣୀ ସତ ହୋଇସାରିଛି। ବାବା ଭେଙ୍ଗାଙ୍କ ମୃତ୍ୟୁକୁ ୨୬ ବର୍ଷ ହୋଇସାରିଥିଲେ ବି ତାଙ୍କ ଭବିଷ୍ୟବାଣୀ ଏବେ ବି ସତ ହେଉଛି। ବୁଲଗେରିଆର ବାସିନ୍ଦା ବାବା ଭେଙ୍ଗାଙ୍କର ୧୯୯୬ରେ ହଠାତ ମୃତ୍ୟୁ ହୋଇଥିଲା।
ବାବା ଭେଙ୍ଗା ଆଉ ଏକ ଭବିଷ୍ୟବାଣୀ କରିଛନ୍ତି ଯେ ବଡ଼ ସହରଗୁଡ଼ିକ ମରୁଡ଼ି ଏବଂ ଜଳ ଦ୍ୱାରା ପ୍ରଭାବିତ ହେବ। ଯଦିଓ ଏହାର ସ୍ଥାନ ଏବଂ ସମୟ ସ୍ପଷ୍ଟ ହୋଇ ନଥିଲା, ଏହି ଭବିଷ୍ୟବାଣୀ ବର୍ତ୍ତମାନ ୟୁରୋପରେ ସତ ପ୍ରମଣିତ ହେଉଛି। ବ୍ରିଟେନ୍, ଇଟାଲୀ ଏବଂ ପର୍ତ୍ତୁଗାଲ ଆଜିକାଲି ଭୟଙ୍କର ମରୁଡ଼ି ପରିସ୍ଥିତିର ସମ୍ମୁଖିନ କରୁଛନ୍ତି। ଲୋକଙ୍କୁ ଜଳ ସଞ୍ଚୟ କରିବାକୁ କୁହାଯାଉଛି।
୫୦୭୯ ପର୍ଯ୍ୟନ୍ତ ଭବିଷ୍ୟତକୁ ଦେଖିଥିଲେ:
ବାବା ଭେଙ୍ଗାଙ୍କ ଅନେକ ଭବିଷ୍ୟବାଣୀ ସତ ହୋଇଛି। ଏଥିରେ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଦୁର୍ଘଟଣା, ସୁନାମି ଏବଂ ଆହୁରି ଅନେକ ଘଟଣା ରହିଛି। ସୂଚନା ଅନୁଯାୟୀ, ବାବା ଭେଙ୍ଗା ୫୦୭୯ ପର୍ଯ୍ୟନ୍ତ ଭବିଷ୍ୟତ ଦେଖିଛନ୍ତି। ବାବା ଭେଙ୍ଗା ରାଜକୁମାରୀ ଡାଏନାଙ୍କ ମୃତ୍ୟୁ ବିଷୟରେ ମଧ୍ୟ ପୂର୍ବାନୁମାନ କରିଥିଲେ। ଏଥିସହ ବାରାକ ଓବାମା ଆମେରିକାର ରାଷ୍ଟ୍ରପତି ହେବେ, ସେ ଏହା ମଧ୍ୟ ଦେଖିଥିଲେ।
ଭାରତକୁ ନେଇ ଭବିଷ୍ୟବାଣୀ:
ବାବା ଭେଙ୍ଗା ଚଳିତ ବର୍ଷ ଭାରତକୁ ନେଇ ଭୟଙ୍କର ପୂର୍ବାନୁମାନ କରିଛନ୍ତି। ତାଙ୍କ ଅନୁଯାୟୀ, ଚଳିତ ବର୍ଷ ଦୁନିଆର ତାପମାତ୍ରା ହ୍ରାସ ପାଇବ। ଯେଉଁ କାରଣରୁ ପଙ୍ଗପାଳର ବିସ୍ଫୋରଣ ବୃଦ୍ଧି ପାଇବ। ଖାଦ୍ୟ କାରଣରୁ ପଙ୍ଗପାଳମାନେ ଭାରତ ଉପରେ ଆକ୍ରମଣ କରିବେ। ଯେଉଁଥିପାଇଁ ଫସଲର ବ୍ୟାପକ କ୍ଷତି ହେବ ଏବଂ ଦୁର୍ଭିକ୍ଷ ଦେଖାଯିବ। ବାବା ଭେଙ୍ଗାଙ୍କ ଏହି ଭବିଷ୍ୟବାଣୀ କେତେ ସତ ହେବ ଏହା ଆଗାମୀ ସମୟରେ ଜଣାପଡିବ।
from Latest Odisha News, Breaking News Today | Top Updates on Corona - OTV News https://ift.tt/pPn0Cbs
No comments: