ନରାଜରେ ବିପଦ ସଙ୍କେତ ଉପରେ ବନ୍ୟାଜଳ : ମୁଣ୍ଡଳୀ ଦେଇ ପ୍ରବାହିତ ହେଉଛି ୧୨ ଲକ୍ଷ କ୍ୟୁସେକ ବନ୍ୟାଜଳ, ହାଇଆଲର୍ଟରେ ୪ଜିଲ୍ଲା Kanak News

କନକ ବ୍ୟୁରୋ : ନରାଜରେ ବିପଦ ସଙ୍କେତ ଉପରେ ରହିଛି ବନ୍ୟାଜଳ । ମୁଣ୍ଡୁଳିଠାରେ ଏବେ ବନ୍ୟାର ପିକ ଫ୍ଲୋ ଚାଲିଥିବା ନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର । ମୁଣ୍ଡଳିଠାରେ ଏବେ ପ୍ରତି ସେକେଣ୍ଡରେ ୧୨ ଲକ୍ଷ ୧ ହଜାର ୪୨୬ କ୍ୟୁସେକ ଜଳ ପ୍ରବାହିତ ହେଉଛି । ହୀରାକୁଦର ମୋଟ ୪୦ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି । ଏବେ ହୀରାକୁଦରେ ପ୍ରତି ସେକେଣ୍ଡରେ ୫ ଲକ୍ଷ ୯୭ ହଜାର ୯୨ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୬ ଲକ୍ଷ ୭୯ ହଜାର ୬୩୮ କ୍ୟୁସେକ ଜଳ ନିଷ୍କାସନ କରାଯାଉଛି ।

ହୀରାକୁଦରେ ବର୍ତ୍ତମାନ ଜଳସ୍ତର ୬୨୬ ଦଶମିକ୍ ୫୬ ମିଟର ରହିଛି । ଗତକାଲି ରାତି ୧୨ରୁ ଗୋଟାଏ ମଧ୍ୟରେ ମୁଣ୍ଡୁଳିଠାରୁ ପାଣି ଛଡାଯିବା ପରେ କେନ୍ଦ୍ରାପଡା, ଜଗତସିଂହପୁର ଓ ପୁରୀରେ ବନ୍ୟାଜଳ ପ୍ରବେଶ ଆରମ୍ଭ ହୋଇସାରିଛି । ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ଜଳ ପ୍ରବାହ ଜାରି ରହିବ ବୋଲି ଏସଆରସିଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ବ୍ରାହ୍ମଣୀ, ବୈତରଣ. ସୁବର୍ଣ୍ଣରେଖା, ଜଳକା, ଦେବୀ ନଦୀରେ ଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ତେଣୁ ଉପକୂଳ ଓଡ଼ିଶାରେ ବନ୍ୟା ପରିସ୍ଥିତି ଜଟିଳ ହେବାରେ ଲାଗିଛି ।

ମହାନଦୀର ଦୁଇଟି ଜାଗାରେ ଘାଇ ସୃଷ୍ଟି ହୋଇଛି । ପୁରୀର ମକରାରା ଓ ଖୋର୍ଦ୍ଧାର ରାଜୁଆ ରାଇଟରେ ଘାଇ ସୃଷ୍ଟି ହୋଇଛି । ବନ୍ୟାରେ ମୋଟ ୪୯ଟି ବ୍ଲକ ଓ ୧୭୫ଟି ଗ୍ରାମ ପଞ୍ଚାୟତ ପ୍ରଭାବିତ ହୋଇଛନ୍ତି । ୨୩୭ ଗାଁ ଏବେ ବି ଜଳବନ୍ଦୀ ଅବସ୍ଥାରେ ରହିଛି । ୭୦୭ଟି ଘର ନଷ୍ଟ ହୋଇଥିବା ଜଣାପଡିଛି । ୨୪ ହଜାର ହେକ୍ଟର ଚାଷଜମି କ୍ଷତି ହୋଇଛି । ଆଜି ରାତି ପର୍ଯ୍ୟନ୍ତ ସତର୍କ ରହିବା ପାଇଁ କହିଛନ୍ତି ଏସଆରସି ।

The post ନରାଜରେ ବିପଦ ସଙ୍କେତ ଉପରେ ବନ୍ୟାଜଳ : ମୁଣ୍ଡଳୀ ଦେଇ ପ୍ରବାହିତ ହେଉଛି ୧୨ ଲକ୍ଷ କ୍ୟୁସେକ ବନ୍ୟାଜଳ, ହାଇଆଲର୍ଟରେ ୪ଜିଲ୍ଲା first appeared on Kanak News.



from Kanak News https://ift.tt/9E0K4JZ https://ift.tt/zL4Jd2v
ନରାଜରେ ବିପଦ ସଙ୍କେତ ଉପରେ ବନ୍ୟାଜଳ : ମୁଣ୍ଡଳୀ ଦେଇ ପ୍ରବାହିତ ହେଉଛି ୧୨ ଲକ୍ଷ କ୍ୟୁସେକ ବନ୍ୟାଜଳ, ହାଇଆଲର୍ଟରେ ୪ଜିଲ୍ଲା Kanak News ନରାଜରେ ବିପଦ ସଙ୍କେତ ଉପରେ ବନ୍ୟାଜଳ : ମୁଣ୍ଡଳୀ ଦେଇ ପ୍ରବାହିତ ହେଉଛି ୧୨ ଲକ୍ଷ କ୍ୟୁସେକ ବନ୍ୟାଜଳ, ହାଇଆଲର୍ଟରେ ୪ଜିଲ୍ଲା Kanak News Reviewed by SUBHENDU BARAL on August 16, 2022 Rating: 5

No comments:

Powered by Blogger.