କମନ୍ୱେଲଥ୍ ଗେମ୍ସ ୨୦୨୨ ଆରମ୍ଭ ହୋଇଯାଇଛି। ଚଳିତ ବର୍ଷ ୨୮ ଜୁଲାଇରୁ ଇଂଲଣ୍ଡର ବର୍ମିଂହାମରେ ଏହି ଖେଳ ଆରମ୍ଭ ହୋଇଥିବା ବେଳେ ୮ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ। କମନ୍ୱେଲଥ୍ ଗେମ୍ସରେ ବିଶ୍ୱର ବିଭିନ୍ନ ସ୍ଥାନରୁ ଖେଳାଳିମାନଙ୍କ ସହ ଭାରତୀୟ ଆଥଲେଟ୍ମାନେ ମଧ୍ୟ ଯୋଗ ଦେଇଛନ୍ତି। ୨୦୧୦ କମନ୍ୱେଲଥ୍ ଗେମ୍ସ ଠାରୁ, ଭାରତ କ୍ରମାଗତ ଭାବରେ ପ୍ରତ୍ୟେକ ଇଭେଣ୍ଟ୍ରେ ବହୁ ସଂଖ୍ୟାରେ ଆଥଲେଟ୍ମାନେ ଅଂଶଗ୍ରହଣ କରୁଛନ୍ତି।
ଚଳିତ ବର୍ଷ ଭାରତର ଏକ ମଜଭୁତ୍ ଦଳ ବର୍ମିଂହାମ୍ରେ ପହଞ୍ଚିଛି। ତେବେ ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଥିବା ନୀରଜ ଚୋପ୍ରା ଆହତ କାରଣରୁ କମନ୍ୱେଲ୍ଥ୍ ଗେମ୍ସରେ ଅଂଶଗ୍ରହଣ କରି ନ ପାରନ୍ତି। କମନ୍ୱେଲ୍ଥ୍ ଗେମ୍ସରେ ୧୦୬ ପୁରୁଷ ଏବଂ ୧୦୪ ମହିଳା ଆଥ୍ଲେଟ୍ ୧୬ ଟି କ୍ରୀଡ଼ାରେ ଭାରତରୁ ଅଂଶଗ୍ରହଣ କରିଛନ୍ତି। ଅନେକ ମହିଳା ଆଥ୍ଲେଟ୍ ମଧ୍ୟ ଏଥିରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ତେବେ ଆସନ୍ତୁ ଏଥିରେ ଜଡିତ ଭାରତୀୟ ମହିଳା ଆଥଲେଟ୍ମାନଙ୍କ ବିଷୟରେ ଜାଣିନେବା।
କୁସ୍ତିରେ ୬ ମହିଳା:
ବିନେଶ ଫୋଗାଟ୍, ଅଂଶୁ ମଲିକ, ସାକ୍ଷୀ ମଲିକ, ଦିବ୍ୟା କାକରାନ୍, ପୁକା ସିହାଗ, ଜା ଗେହଲୋତ
ବକ୍ସିଂରେ:
ନିକହତ୍ ଜରୀନ୍, ଲଭଲିନା ବୋର୍ଗୋହେନ୍, ନୀତୁ ଗଙ୍ଗସ୍
ବ୍ୟାଡ୍ମିଣ୍ଟନରେ ୫:
ପିଭି ସିନ୍ଧୁ, ଆକର୍ଷୀ କାଶ୍ୟପ (ମହିଳା ଏକକ), ଗାୟତ୍ରୀ ଗୋପୀଚାନ୍ଦ, ଟ୍ରିସା ଜଲି (ମହିଳା ଡବଲ୍ସ) ଏବଂ ଅଶ୍ୱିନୀ ପୋନ୍ନପ୍ପା
ଟେବୁଲ୍ ଟେନିସ୍ରେ:
ମନିକା ବତ୍ରା, ଶ୍ରୀଜା ଅକୁଲା, ଭାବନା ପଟେଲ (ପାରା ମହିଳା), ରିଥ ଋଷି, ଦିୟା ଚିତଲେ।
ୱେଟଲିଫ୍ଟିଂରେ ୭:
ମିରାବାଇ ଚାନୁ, ବିନ୍ଦ୍ୟାରାନୀ ଦେବୀ, ପୋପୀ ହଜାରିକା, ହରଜିନ୍ଦର କୌର, ପୁନମ ଯାଦବ, ବନ୍ନୁର ନତେଶ ଉଷା, ପୁର୍ଣ୍ଣିମା ପାଣ୍ଡେ।
ଜୁଡୋରେ:
ତୁଲିକା ମାନ, ସୁଶୀଲା ଲିକମବମ୍, ସୁଚିକା ତାରିୟାଲ୍।
ସ୍କ୍ୱାସ୍ରେ ୪ ମହିଳା:
ଦିପିକା ପଲ୍ଲୀକଲ, ଜୋଶନା ଚିନପ୍ପା, ସୁନୟନା କୁରୁଭିଲା, ଅନାହତ ସିଂ।
ଆଥ୍ଲେଟିକ୍ସରେ ୧୭:
ଏନ୍ସି ସୋଜନ୍, ଐଶ୍ୱର୍ଯ୍ୟା ବାବୁ (ମହିଳା ଲଙ୍ଗ୍ ଜମ୍ପ୍), ମନପ୍ରୀତ କୌର୍ (ମହିଳା ଶଟ୍ପୁଟ୍), ଐଶ୍ୱର୍ଯ୍ୟା ବାବୁ (ମହିଳା ଟ୍ରିପଲ୍ ଜମ୍ପ୍), ସରିତା ରୋମିତ ସିଂହ, ମଞ୍ଜୁ ବାଲା, ମଞ୍ଜୁ ବାଲା ସିଂ (ମହିଳା ହାମର୍ ଥ୍ରୋ), ଧନଲକ୍ଷ୍ମୀ ଶେଖର (ମହିଳା ୧୦୦ ମିଟର), ଦୂତି ଚାନ୍ଦ, ହିମା ଦାସ, ସରବାନୀ ନନ୍ଦା, ଏମ୍. ଭି ଜିଲାନା, ଏନ୍ଏସ୍ ସିମି (ମହିଳା ୪x୧୦୦ ମିଟର ରିଲେ), ଜ୍ୟୋତି ୟାରାଜୀ (ମହିଳା ୧୦୦ ମିଟର ହର୍ଡଲ୍), ଅନ୍ନୁ ରାନୀ, ଶିଳ୍ପା ରାନୀ (ମହିଳା ଜାଭେଲିନ୍ ଥ୍ରୋ), ନବଜିତ୍ ଢିଲୋଁ, ସୀମା ପୁନିଆ (ମହିଳା ଚକ୍ ଥ୍ରୋ), ପ୍ରିୟଙ୍କା ଗୋସ୍ୱାମୀ, ଭାବନା ଜାଟ (ମହିଳା ୧୦ ହଜାର ମିଟର ରେସ୍ ୱାକ୍)।
ଭାରତୀୟ ମହିଳା କ୍ରିକେଟ୍:
ହରମନପ୍ରୀତ୍ କୌର (କ୍ୟାପ୍ଟେନ୍), ସ୍ମୃତି ମନ୍ଧାନା (ଭାଇସ୍-କ୍ୟାପ୍ଟେନ୍), ଶେଫାଳୀ ବର୍ମା, ମେଘନା, ଜେମିମା ରୋଡ୍ରିଗ୍ସ, ୟାସ୍ତିକା ଭାଟିଆ, ତାନିଆ ଭାଟିଆ, ଦୀପ୍ତି ଶର୍ମା, ପୂଜା ଭସ୍ତ୍ରାକର, ରାଧା ଯାଦବ, ରାଜେଶ୍ୱରୀ ଗାଇକୱାଡ୍, ମେଘନା ସିଂହ, ରେଣୁକା ଠାକୁର, ସ୍ନେହା ରାଣା, ଋଚା ଘୋଷ, ସିମରନ୍ ଦିଲ୍ ବାହାଦୂର, ପୁନମ୍ ଯାଦବ।
ମହିଳା ହକି ଟିମ୍:
ସବିତା (କ୍ୟାପ୍ଟେନ୍), ରଜନୀ ଏତିମାର୍, ଦୀପ ଗ୍ରେସ୍ ଏକ୍କା, ଗୁରୁଜିତ୍ କୌର, ନିକ୍କି ପ୍ରଧାନ, ଉଦିତା, ନିଶା, ସୁଶୀଲା ଚାନୁ ପୁଖରରବମ୍, ମୋନିକା, ନେହା, ଜ୍ୟୋତି, ନବଜୋତ କୌର, ସାଲିମା ଟେଟେ, ବନ୍ଦନା କଟାରିଆୟା, ଲାଲେରେମ୍ସିୟାମୀ, ନବନୀତ କୌର, ଶର୍ମିଲା ଦେବୀ, ସଂଗୀତ କୁମାରୀ।
from Latest Odisha News, Breaking News Today | Top Updates on Corona - OTV News https://ift.tt/4E0U7FC
No comments: