ଆନ୍ଧ୍ରପ୍ରଦେଶର ଆନାକାପଲ୍ଲୀ ଜିଲ୍ଲାରେ ଅଘଟଣ : କେମିକାଲ ପ୍ଲାଣ୍ଟରେ ଗ୍ୟାସ ଲିକ୍ ହେବାରୁ ୫୦ରୁ ଅଧିକ ମହିଳା ଅସୁସ୍ଥ Kanak News

ଆନ୍ଧ୍ର ପ୍ରଦେଶରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଆନ୍ଧ୍ର ପ୍ରଦେଶର ଆନାକାପଲ୍ଲୀ ଜିଲ୍ଲାରେ ଥିବା ଏକ କେମିକାଲ ପ୍ଲାଣ୍ଟାରେ ଅଚାନକ ଗ୍ୟାସ ଲିକ୍ ହେବାରୁ ୫୦ରୁ ଅଧିକ ମହିଳା କର୍ମଚାରୀ ଅସୁସ୍ଥ ହୋଇପଡ଼ିଛନ୍ତି । ଅସୁସ୍ଥ ମହିଳାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ପ୍ଲାଣ୍ଟ ଆନାକାପଲ୍ଲୀ ଜିଲ୍ଲାର ଅଚ୍ୟୁତପୁରମରେ ଠାରେ ଅବସ୍ଥିତ ।
ଗ୍ୟାସ ଲିକ୍ ହେବା ସମୟରେ ମହିଳାମାନେ କାରଖାନାରେ କାର୍ଯ୍ୟରତ ଥିଲେ । ପ୍ରାଥମିକ ରିପୋର୍ଟ ଅନୁସାରେ, ମହିଳା କର୍ମଚାରୀମାନେ ବାନ୍ତି ପରେ ଅଚେତ ହୋଇପଡ଼ିଥିଲେ । ସ୍ଥାନୀୟ ପୋଲିସର କହିବା ଅନୁସାରେ, ବ୍ରାଣ୍ଡିକ୍ସ ସ୍ୱତନ୍ତ୍ର ଅର୍ଥନୈତିକ ଜୋନରେ ଏହି ଘଟଣା ଘଟିଥିଲା । ଗ୍ୟାସ ଲିକ୍ ପରେ ଅଳ୍ପ ମହିଳା ଅସୁସ୍ଥ ହୋଇଥିଲେ । ପରେ ଏହି ସଂଖ୍ୟା ବଢ଼ିଥିଲା ।
ଅଚ୍ୟୁତପୁରମରେ ବିଷାକ୍ତ ଗ୍ୟାସ ଲିକ୍ ହେବାର ଏହା ପ୍ରଥମ ମାମଲା ନୁହେଁ । ପୂର୍ବରୁ ଗ୍ୟାସ ଲିକ୍ ଯୋଗୁଁ ପ୍ରାୟ ୩୦୦ ମହିଳା କର୍ମଚାରୀ ଅସୁସ୍ଥ ହୋଇପଡ଼ିଥିଲେ । ଏହା ପରେ ସରକାର ଏକ କମିଟି ଗଠନ କରି ତଦନ୍ତ ଆରମ୍ଭ କରିଥିଲା । ଏହାସହ ଏକ ଘରୋଇ କେମିକାଲ କମ୍ପାନୀକୁ ମଧ୍ୟ ବନ୍ଦ କରିଦିଆଯାଇଥିଲା । ଏବେ ଅଚ୍ୟୁତପୁରମ୍ ଅଂଚଳରେ ଦ୍ୱିତୀୟଥର ପାଇଁ ବିଷାକ୍ତ ଗ୍ୟାସ ଲିକ୍ ମାମଲା ସାମ୍ନାକୁ ଆସିଛି ।
The post ଆନ୍ଧ୍ରପ୍ରଦେଶର ଆନାକାପଲ୍ଲୀ ଜିଲ୍ଲାରେ ଅଘଟଣ : କେମିକାଲ ପ୍ଲାଣ୍ଟରେ ଗ୍ୟାସ ଲିକ୍ ହେବାରୁ ୫୦ରୁ ଅଧିକ ମହିଳା ଅସୁସ୍ଥ first appeared on Kanak News.
from Kanak News https://ift.tt/TmknN8h https://ift.tt/zt1ls8h
No comments: