ରାଜ୍ୟଗୋଷ୍ଠୀ କ୍ରୀଡ଼ା : ୫ମ ଦିନରେ ଭାରତକୁ ୪ ପଦକ Kanak News

କନକ ବ୍ୟୁରୋ : ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୫ମ ଦିବସରେ ଭାରତକୁ ଦୁଇ ସ୍ୱର୍ଣ୍ଣ ଓ ଦୁଇଟି ରୌପ୍ୟ ପଦକ ହାସଲ ହୋଇଛି । ଦିବସର ଶେଷରେ ମିକ୍ସଡ ବ୍ୟାଡମିଣ୍ଟନରେ ଭାରତ ରୌପ୍ୟ ପଦକ ଜିତିଛି । ଭାରତୀୟ ମିକ୍ସଡ ବ୍ୟାଡମିଣ୍ଟନ ଟିମ୍ ଦମଦାର ପ୍ରଦର୍ଶନ କରି ଫାଇନାଲରେ ପହଞ୍ଚିଥିଲା । କିନ୍ତୁ ସ୍ୱର୍ଣ୍ଣ ପଦକ ମୁକାବିଲାରେ ଟିମ୍ ମାଲେସିଆ ନିକଟରୁ ୧-୩ରେ ହାରିଯାଇଥିଲା ।

ଭାରତ ପକ୍ଷରୁ ଏକମାତ୍ର ବିଜୟ ହାସଲ କରିଥିଲେ ଷ୍ଟାର୍ ସଟଲର୍ ପିଭି ସିନ୍ଧୁ । ପ୍ରଥମ ମ୍ୟାଚରେ ଭାରତର ଚିରାଗ ସେଟ୍ଟୀ ଓ ସାତ୍ୱିକ ସାଇରାଜଙ୍କ ଯୋଡ଼ି ୧୮-୨୧, ୧୫-୨୧ ଗେମରେ ମାଲେସିଆର ତେଙ୍ଗ ଫଙ୍ଗ ଆରୋନ୍ ଚିଆ ଓ ଉଇ ୟିକଙ୍କ ଠାରୁ ହାରିଥିଲେ । ଦ୍ୱିତୀୟ ଗେମରେ ସିନ୍ଧୁ ୨୨-୨୦, ୨୧-୧୭ରେ ଜିନ୍ ୱେଇ ଗୋ’ଙ୍କୁ ହରାଇ ଭାରତକୁ ପ୍ରତ୍ୟାବର୍ତ୍ତନ କରାଇଥିଲେ । କିନ୍ତୁ ତୃତୀୟ ମ୍ୟାଚରେ କିଦାମ୍ବୀ ଶ୍ରୀକାନ୍ତ ସିଙ୍ଗଲ୍ସରେ ପରାସ୍ତ ହୋଇଥିବା ବେଳେ ମହିଳା ଡବଲ୍ସରେ ତ୍ରିଶା ଜଲି ଓ ଗାୟତ୍ରୀ ଗୋପିଚାନ୍ଦ ମଧ୍ୟ ପରାଜୟର ମୁହଁ ଦେଖିଥିଲେ । ଏଥିସହ ଭାରତ ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହୋଇଥିଲେ । ୫ମ ଦିବସରେ ଭାରତ ଲନ୍ ଏବଂ ଟେବୁଲ ଟେନିସରେ ସ୍ୱର୍ଣ୍ଣ ପଦକ ଜିତିଥିଲା । ସେହିପରି ବିଜୟ ଠାକୁର ଭାରୋତୋଳନରେ ରୌପ୍ୟ ପଦକ ହାସଲ କରିଥିଲେ ।

ସେପଟେ, କମନୱେଲଥ ଗେମରେ ଇତିହାସ ରଚିଲେ ଭାରତୀୟ ମହିଳା ଟିମ । ଲନ୍ ବଲ ଇଭେଂଟର ଫାଇନାଲ ମୁକାବିଲାରେ ଭାରତ, ଦକ୍ଷିଣ ଆଫ୍ରିକାକୁ ମାତ ଦେଇ ସ୍ୱର୍ଣ୍ଣ ପଦକ ନିଜ ନାଁରେ କରିଛି । ୯୨ ବର୍ଷ ଇତିହାସରେ ଏଭଳି ପ୍ରଥମ ଥର ହୋଇଛି, ଯେ ଏହି ଇଭେଂଟରେ ଭାରତ ମେଡାଲ ଜିତିଛି । ତାହା ପୁଣି ଗୋଲ୍ଡ ମେଡାଲ । ଏହି ଇଭେଂଟରେ ଭାରତୀୟ ଟିମରେ ଲଭଲୀ ଚୌବେ, ପିଙ୍କି, ନୟାନମୌନୀ ସାଇକିଆ ଓ ରୂପା ରାଣି ସାମିଲ ଥିଲେ । ଯେଉଁମାନଙ୍କ ଲଗାତାର ଭଲ ପ୍ରଦର୍ଶନ ଯୋଗୁଁ ଭାରତ ଗୋଲ୍ଡ ମେଡାଲ ଜିତିବାରେ ସଫଳ ହୋଇଛି ।

ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ପଂଚମ ସ୍ୱର୍ଣ୍ଣ ମିଳିଛି । ଟେବୁଲ ଟେନିସ ପୁରୁଷ ଟିମ୍ ଇଭେଂଟରେ ସ୍ୱର୍ଣ୍ଣ ପଦକ ହାତେଇଛି ଭାରତୀୟ ଦଳ । ସିଙ୍ଗାପୁରକୁ ୩-୧ ଗେମରେ ହରାଇ ଭାରତୀୟ ପୁରୁଷ ଦଳ ଏହି ସଫଳତା ହାସଲ କରିଛି । ଶରଥ କମଲ, ସାଥିୟାନ, ହରମିତ ଦେଶାଇଙ୍କୁ ନେଇ ଗଠିତ ହୋଇଥିବା ପୁରୁଷ ଟିମ ସିଙ୍ଗାପୁରକୁ ହରାଇଛି ।

The post ରାଜ୍ୟଗୋଷ୍ଠୀ କ୍ରୀଡ଼ା : ୫ମ ଦିନରେ ଭାରତକୁ ୪ ପଦକ first appeared on Kanak News.



from Kanak News https://ift.tt/GYMercR https://ift.tt/Ox5EvGg
ରାଜ୍ୟଗୋଷ୍ଠୀ କ୍ରୀଡ଼ା : ୫ମ ଦିନରେ ଭାରତକୁ ୪ ପଦକ Kanak News ରାଜ୍ୟଗୋଷ୍ଠୀ କ୍ରୀଡ଼ା : ୫ମ ଦିନରେ ଭାରତକୁ ୪ ପଦକ Kanak News Reviewed by SUBHENDU BARAL on August 02, 2022 Rating: 5

No comments:

Powered by Blogger.