ଡ୍ରୋନ୍ ଆକ୍ରମଣରେ ଅଲ୍-କାଏଦାର ମୁଖ୍ୟ ଅଲ୍-ଜୱାହିରି ମୃତ : ଆକ୍ରମଣ କରିଥିବା ନେଇ ଦାବି କଲା ଆମେରିକାର ଗୁଇନ୍ଦା ଏଜେନ୍ସି ସିଆଇଏ Kanak News

କନକ ବ୍ୟୁରୋ : କୁଖ୍ୟାତ ଆତଙ୍କବାଦୀ ତଥା ଅଲ-କାଏଦା ମୁଖ୍ୟ ଅୟମାନ ଅଲ୍-ଜୱାହିରି ନିହତ । ଆମେରିକାର ସେଂଟ୍ରାଲ ଇଂଟେଲିଜେନ୍ସ ଏଜେନ୍ସି ବା ସିଆଇଏ ଆଫଗାନିସ୍ତାନରେ ଡ୍ରୋନ୍ ଆକ୍ରମଣରେ ଅଲ୍-ଜୱାହିରିକୁ ନିହତ କରିଥିବା ଦାବି କରିଛି । ୨୦୧୧ରେ ଓସାମା ବିନ୍ ଲାଡେନର ମୃତ୍ୟୁ ପରେ ଅଲ-କାଏଦାକୁ ଏବେ ସବୁଠାରୁ ବଡ଼ ଝଟକା ଲାଗିଛି । ୭୧ ବର୍ଷୀୟ ଜୱାହିରି ଏକ ସମୟରେ ଲାଡେନର ଘରୋଇ ଡାକ୍ତର ଭାବେ କାମ କରୁଥିଲା ।
୨୦୦୧ ମସିହା ସେପ୍ଟେମ୍ବର ୧୧ ତାରିଖରେ ଆମେରିକାରେ ହୋଇଥିବା ବିମାନ ଆକ୍ରମଣରେ ଅଲ୍-ଜୱାହିରି ଥିଲା ମାଷ୍ଟର ମାଇଣ୍ଡ । ଏହି ଆତଙ୍କୀ ଆକ୍ରମଣରେ ପାଖାପାଖି ୩ହଜାର ଲୋକ ପ୍ରାଣ ହରାଇଥିଲେ । ଆମେରିକୀୟ ଅଧିକାରୀଙ୍କ କହିବା ଅନୁସାରେ, ଜୱାହିରି କାବୁଲର ଏକ ସୁରକ୍ଷିତ ଘରେ ଶରଣ ନେଇଥିଲା । ତେବେ ଆମେରିକା କୌଣସି ସୂତ୍ରରୁ ଖବର ପାଇ ଜୁଲଇ ୩୧ ତାରିଖ ରାତି ପାଖାପାଖି ୧୦ଟା ବେଳେ ଆକାଶମାର୍ଗରୁ ଡ୍ରୋନ୍ ଦ୍ୱାରା ମିସାଇଲ୍ ଆକ୍ରମଣ କରିଥିଲା । ଷ୍ଟ୍ରାଇକ୍ ବେଳେ କାବୁଲରେ କୌଣସି ଆମେରିକୀୟ କର୍ମୀ ଆଖପାଖରେ ନଥିଲେ । ଏହି ଆକ୍ରମଣକୁ କଡ଼ା ନିନ୍ଦା କରିଛି ତାଲିବାନ ।
The post ଡ୍ରୋନ୍ ଆକ୍ରମଣରେ ଅଲ୍-କାଏଦାର ମୁଖ୍ୟ ଅଲ୍-ଜୱାହିରି ମୃତ : ଆକ୍ରମଣ କରିଥିବା ନେଇ ଦାବି କଲା ଆମେରିକାର ଗୁଇନ୍ଦା ଏଜେନ୍ସି ସିଆଇଏ first appeared on Kanak News.
from Kanak News https://ift.tt/Y5s9jdr https://ift.tt/gaU5pI2
No comments: