
କନକ ବ୍ୟୁରୋ : ଦରଦାମ ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀଙ୍କୁ ପ୍ରଥମ ଶ୍ରେଣୀରେ ପଢ଼ୁଥିବା କୁନିଝିଅର ଚିଠି । ଉତ୍ତରପ୍ରଦେଶ କନୌଜ ଜିଲ୍ଲାର ୬ ବର୍ଷର ଝିଅ କୀର୍ତ୍ତି ଦୁବେ ଏହି ଚିଠି ଲେଖିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ସେ ଲେଖିଛନ୍ତି । ତାଙ୍କ ନାଁ କୀର୍ତ୍ତି ଦୁବେ, ସେ ପ୍ରଥମ ଶ୍ରେଣୀରେ ପଢ଼ନ୍ତି । ସେ ଲେଖିଛନ୍ତି, ଆପଣ ଦରଦାମ ବଢ଼ାଇ ଦେଇଛନ୍ତି । ଏପରିକି ତାଙ୍କ ପେନସିଲ୍ ଓ ରବର ଦାମ ମଧ୍ୟ ବଢ଼ିଯାଇଛି । ନୁଡୁଲ୍ସର ଦାମ ବଢ଼ିଛି । ସେ ଯେତେବେଳେ ପେନସିଲ୍ ପାଇଁ କହିଲେ ମାଆ ତାଙ୍କୁ ମାରିଲେ । କୀର୍ତ୍ତି ଲେଖିଛନ୍ତି, ସେ କ’ଣ କରିବେ ? ଅନ୍ୟ ପିଲାମାନେ ତାଙ୍କ ପେନସିଲ୍ ଚୋରି କରି ନେଉଛନ୍ତି ।
ଏହି ଆବେଗଭରା ଚିଠି ଏବେ ଭାଇରାଲ ହେବାରେ ଲାଗିଛି । କୀର୍ତ୍ତିଙ୍କ ବାପା ବିଶାଲ ଦୁବେ ଜଣେ ଓକିଲ । ବିଶାଲ କହିଛନ୍ତି, ତାଙ୍କ ଝିଅ ମାଗି ନୁଡୁଲ୍ସ କିଣିବାକୁ ୫ ଟଙ୍କା ନେଇ ଯାଇଥିଲା । କିନ୍ତୁ ମାଗି ନୁଡୁଲ୍ସର ଦାମ ୭ ଟଙ୍କା ହୋଇ ଯାଇଥିବାରୁ ଦୋକାନୀ ଫେରାଇ ଦେଇଥିଲା । ଦୋକାନରୁ ଫେରି ଆସିବା ପରେ ଯେତେବେଳେ ମାଆ ମଲ୍ଟିପ୍ଲିକେନ୍ ଟେବୁଲ ଲେଖିବାକୁ କହିଲେ, ତାହା ନକରି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲା କୀର୍ତ୍ତି । ପୂର୍ବରୁ ବାରମ୍ବାର ପେନ୍ସିଲ ମାଗିବାରୁ ମାଆ ତାକୁ ମାରିଥିଲେ । ଯାହାକୁ ନେଇ ସେ ମନଦୁଃଖରେ ଥିଲା ବୋଲି କହିଛନ୍ତି କୀର୍ତ୍ତିଙ୍କ ବାପା ବିଶାଲ ଦୁବେ । ଝିଅ ଲେଖିଥିବା ଚିଠିକୁ ରେଜିଷ୍ଟର ପୋଷ୍ଟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇ ଦେଇଥିଲେ ।
The post ଦରଦାମ ବୃଦ୍ଧି : ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ପ୍ରଥମ ଶ୍ରେଣୀର କୁନିଝିଅ; ଲେଖିଲେ.. first appeared on Kanak News.
from Kanak News https://ift.tt/wikA4y8 https://ift.tt/VFmZ24g
Reviewed by SUBHENDU BARAL
on
August 01, 2022
Rating:

No comments: