ପ୍ରସାଦ ଖାଇ ୨୦୦ରୁ ଅଧିକ ଅସୁସ୍ଥ : ଜଣେ ମୃତ, ୧୧ ଗୁରୁତର; ଘରକୁ ଘର ଯାଇ ଚିକିତ୍ସା କରୁଛନ୍ତି ଡାକ୍ତରୀ ଦଳ Kanak News

କନକ ବ୍ୟୁରୋ : ଭୋଗ ଖାଇବା ପରେ ଅସୁସ୍ଥ ହୋଇପଡିଲେ ୨୦୦ରୁ ଅଧିକ ଗ୍ରାମବାସୀ । । ୧୧ ଗୁରୁତର ଓ ଜଣଙ୍କର ଜୀବନ ଯାଇଥିବା ସୂଚନା ମିଳିଛି । ଏଭଳି ଅଘଟଣ ଘଟିଛି ବାଲେଶ୍ୱର ଭୋଗରାଇ ବ୍ଲକ ଦାରୁହା ଗାଁରେ । ଅଭିଯୋଗ ଅନୁସାରେ ଶନିବାର ଦିନ ଗାଁ ସୁଜନ ଦାସ ନାମକ ଜଣେ ବ୍ୟକ୍ତି ପ୍ରସାଦ ସେବନ ପାଇଁ ଗାଁ ଲୋକଙ୍କୁ ନିମନ୍ତ୍ରଣ କରିଥିଲେ ।
ପ୍ରସାଦ ଖାଇ ସାରିବା ପରେ ପ୍ରାୟ ୨୦୦ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ପଡ଼ିଥିଲେ । ସେମାନଙ୍କ ମଧ୍ୟରୁ ୧୧ ଜଣ ଗୁରୁତର ଗୁରୁତର ହୋଇ ପଡିଥିବା ସୂଚନା ମିଳିଛି । ଗୁରୁତରମାନଙ୍କୁ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତା କରାଯାଇଛି । ବିଷକ୍ରିୟା ଯୋଗୁଁ ଜଣଙ୍କର ଜୀବନ ଯାଇଛି । ମୃତକଙ୍କ ନାଁ ସଂଜୁରାଣୀ ସାହୁ । ସେପଟେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡାକ୍ତରୀ ଟିମ୍ ଗାଁରେ ପହଁଚି ଘରକୁ ଘର ଯାଇ ଚିକିତ୍ସା କରିଛନ୍ତି ।
The post ପ୍ରସାଦ ଖାଇ ୨୦୦ରୁ ଅଧିକ ଅସୁସ୍ଥ : ଜଣେ ମୃତ, ୧୧ ଗୁରୁତର; ଘରକୁ ଘର ଯାଇ ଚିକିତ୍ସା କରୁଛନ୍ତି ଡାକ୍ତରୀ ଦଳ first appeared on Kanak News.
from Kanak News https://ift.tt/WfHruZ0 https://ift.tt/Xb2FJey
Reviewed by SUBHENDU BARAL
on
August 01, 2022
Rating:
No comments: