ଭାରତୀୟ ପୋଷ୍ଟରେ ଆକ୍ରମଣ : ପାକିସ୍ତାନ କର୍ଣ୍ଣେଲ ଦେଇଥିଲେ ଟଙ୍କା; କାଶ୍ମୀରର ରାଜୌରୀରେ ଧରାପଡ଼ିଥିବା ଆତଙ୍କବାଦୀର ସ୍ୱୀକାରୋକ୍ତି Kanak News
କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରର ରାଜୌରୀ ଜିଲ୍ଲାରୁ ଧରାପଡ଼ିଥିବା ଆତଙ୍କାବାଦୀ ବଡ଼ ଖୁଲାସା କରିଛି । ଭାରତୀୟ ପୋଷ୍ଟରେ ହମଲା କରିବା ପାଇଁ ପାକିସ୍ତାନର ଜଣେ କର୍ଣ୍ଣେଲ ତାକୁ ୩୦ହଜାର ଟଙ୍କା ଦେଇଥିବା କହିଛି ଗିରଫ ଆତଙ୍କବାଦୀ । ପାକିସ୍ତାନକୁ ଲାଗି ରହିଥିବା ଅନ୍ତର୍ଜାତୀୟ ସୀମାରେ ଭାରତୀୟ ପୋଷ୍ଟ ଉପରେ ଆକ୍ରମଣ ଯୋଜନାରେ ଆସିଥିଲେ ଆତଙ୍କାବାଦୀ । ତବାରକ ହୁସେନ୍ ନାମକ ଏହି ଆତଙ୍କବାଦୀକୁ ଗିରଫ କରିଥିଲା ଭାରତୀୟ ସେନା । ଗିରଫ ପରେ ତାକୁ ଜେରା କରାଯାଇଥିଲା ।
ଜେରା ବେଳେ ସେ କହିଛି ଯେ ସେମାନେ ମୋଟ ୪-୫ ଜଣ ଥିଲେ । ପାକିସ୍ତାନ ସେନାର କର୍ଣ୍ଣେଲ ୟୁନୁସ ତାକୁ ପଠାଇଥିଲେ । ସେ ତାକୁ ୩୦ହଜାର ଟଙ୍କା ମଧ୍ୟ ଦେଇଥିଲା । ଭାରତୀୟ ସେନାର ଗୋଟିଏ ଦୁଇଟି ପୋଷ୍ଟରେ ଆକ୍ରମଣ କରିବା ପାଇଁ କୁହାଯାଇଥିଲା । ଗତ ରବିବାର ସକାଳେ ତବାରକ ଭାରତୀୟ ପୋଷ୍ଟର ନିକଟତର ହୋଇ ସୀମାରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିଲା । ତେବେ ସେନା ହାତରେ ଧରିପଡ଼ିବା ଭୟରେ ସେ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ଯବାନମାନେ ଗୁଳିଚାଳନା କରିଥିଲେ । ଯେଉଁଥିରେ ତବାରକ ଆହତ ହୋଇଥିଲା । ତାପରେ ତାକୁ ଗିରଫ କରାଯାଇଥିଲା । ଏବେ ସେ ସେନା ହସ୍ପିଟାଲରେ ରହି ଚିକିତ୍ସିତ ହେଉଛି ।
The post ଭାରତୀୟ ପୋଷ୍ଟରେ ଆକ୍ରମଣ : ପାକିସ୍ତାନ କର୍ଣ୍ଣେଲ ଦେଇଥିଲେ ଟଙ୍କା; କାଶ୍ମୀରର ରାଜୌରୀରେ ଧରାପଡ଼ିଥିବା ଆତଙ୍କବାଦୀର ସ୍ୱୀକାରୋକ୍ତି first appeared on Kanak News.
from Kanak News https://ift.tt/trF7ITG https://ift.tt/PEuOI7w
No comments: