ବିଲକିସ୍ ବାନୋ ଗଣଦୁଷ୍କର୍ମ ଦୋଷୀଙ୍କୁ ମୁକ୍ତ କରିବା ବିରୋଧରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି Kanak News

କନକ ବ୍ୟୁରୋ : ବହୁଚର୍ଚ୍ଚିତ ବିଲକିସ୍ ବାନୋଙ୍କ ଦୋଷୀଙ୍କୁ ମୁକ୍ତ କରାଯିବା ବିରୋଧରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହ ଗୁଜରାଟ ସରକାରଙ୍କ ଆଦେଶକୁ ଉପସ୍ଥାପନ କରିବାକୁ ଆବେଦନରେ କୁହାଯାଇଛି । ଦୋଷୀଙ୍କ ମୁକ୍ତ କରିବା ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ସୁଭାଷିନୀ ଅଲ୍ଲୀ ତଥା ଆଉ ଦୁଇଜଣ ଆବେଦକ । ରିଲିଜ୍ ପାଇଁ ସୁପାରିସ କରିଥିବା କମିଟି ଉପରେ ପିଟିସନରେ ପ୍ରଶ୍ନ ଉଠାଯାଇଛି ।

ଦୋଷୀମାନେ ଯେଉଁ ତଥ୍ୟ ଆଧାରରେ ଏଭଳି ଜଘନ୍ୟ କାଣ୍ଡ ଘଟାଇଛନ୍ତି, ବର୍ତ୍ତମାନର କୌଣସି ନୀତି ଅଧୀନରେ କୌଣସି କର୍ତ୍ତୃପକ୍ଷ ଏମାନଙ୍କୁ ଛାଡ଼ିବା ପାଇଁ ଉଚିତ ମନେ କରିବେ ନାହିଁ ବୋଲି ଏହି ପିଟିସନରେ କୁହାଯାଇଛି । ବିଲକିସ୍ ବାନୋ ମାମଲାରେ ସମସ୍ତ ୧୧ ଜଣ ଦୋଷୀଙ୍କୁ ଛାଡ଼ିବା ପାଇଁ ଗୁଜରଟେ ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଟିଏମସି ସାଂସସ ମହୁଆ ମୋଇତ୍ରା ମଧ୍ୟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ବିଲକିସ୍ ବାନୋ ଗଣଦୁଷ୍କର୍ମ ମାମଲାରେ ଆଜୀବନ ଦଣ୍ଡାଦେଶ କାଟୁଥିବା ୧୧ ଦୋଷୀଙ୍କୁ ସ୍ୱାଧୀନତା ଦିବସ ଅବସରରେ ମୁକ୍ତ କରିଦିଆଯାଇଥିଲା । ଗୁଜରାଟ ସରକାର କ୍ଷମା ରାଜିନାମା ଆଧାରରେ ଏମାନଙ୍କୁ ଖଲାସ ପାଇଁ ଅନୁମତି ଦେଇଥିଲେ ।

The post ବିଲକିସ୍ ବାନୋ ଗଣଦୁଷ୍କର୍ମ ଦୋଷୀଙ୍କୁ ମୁକ୍ତ କରିବା ବିରୋଧରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି first appeared on Kanak News.



from Kanak News https://ift.tt/5tfEXDG https://ift.tt/e70ZtwM
ବିଲକିସ୍ ବାନୋ ଗଣଦୁଷ୍କର୍ମ ଦୋଷୀଙ୍କୁ ମୁକ୍ତ କରିବା ବିରୋଧରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି Kanak News ବିଲକିସ୍ ବାନୋ ଗଣଦୁଷ୍କର୍ମ ଦୋଷୀଙ୍କୁ ମୁକ୍ତ କରିବା ବିରୋଧରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି Kanak News Reviewed by SUBHENDU BARAL on August 24, 2022 Rating: 5

No comments:

Powered by Blogger.