ଅଷ୍ଟ୍ରେଲିଆରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଆଲୋଚନା : ୮ଟି ବିଶ୍ୱବିଦ୍ୟାଳୟର ଶିକ୍ଷାବିତଙ୍କ ସହ ଆଲୋଚନା କଲେ ଧର୍ମେନ୍ଦ୍ର ପ୍ରଧାନ Kanak News

କନକ ବ୍ୟୁରୋ : ଅଷ୍ଟ୍ରେଲିଆର ଶ୍ରେଷ୍ଠ ୮ ବିଶ୍ୱବିଦ୍ୟାଳୟର ବିଶିଷ୍ଟ ଶିକ୍ଷାବିତଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଗବେଷଣା କ୍ଷେତ୍ରରେ ଭାରତ ଓ ଅଷ୍ଟ୍ରେଲିଆର ସଂପର୍କକୁ ସୁଦୃଢ଼ କରିବା ପାଇଁ ମତ ଦେଇଛନ୍ତି ଧର୍ମେନ୍ଦ୍ର । କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଷ୍ଟ୍ରେଲିଆର ଶ୍ରେଷ୍ଠ ୮ଟି ବିଶ୍ୱବିଦ୍ୟାଳୟର ଶିକ୍ଷାବିତଙ୍କ ସହ ଆଲୋଚନା ବେଳେ କହିଛନ୍ତି, ବିଶ୍ୱ କଲ୍ୟାଣ ଓ ସମୃଦ୍ଧି ପାଇଁ ଥିବା ନୂତନ ସମ୍ଭାବନା ଦିଗରେ ଉଭୟ ଦେଶ କାର୍ଯ୍ୟ କରିବା ଉଚିତ । ସ୍ୱାଧୀତନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଜୟ ଅନୁସନ୍ଧାନ ନାରା ଦେଇଛନ୍ତି ।

ଆଗାମୀ ଦଶନ୍ଧିରେ ଭାରତର ଆର୍ଥିକ ଅଭିବୃଦ୍ଧିର ମେରୁଦଣ୍ଡ ଭାବେ ମୋଦୀ ଜୟ ଅନୁସନ୍ଧାନ ମନ୍ତ୍ର କାମ କରିବ ବୋଲି କହିଛନ୍ତି ଧର୍ମେନ୍ଦ୍ର । ସେ କହିଛନ୍ତି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଗବେଷଣା କ୍ଷେତ୍ରରେ ସଶକ୍ତ ଭାଗିଦାରୀ ରହିଛି, ଏହାକୁ ଆହୁରି ମଜବୁତ କଲେ ସମସ୍ତଙ୍କ ପାଇଁ ଲାଭଦାୟକ ହେବ । ଉଭୟ ରାଷ୍ଟ୍ରର ପ୍ରାଥମିକତାକୁ ପୂରଣ କରିବା, ବୈଷୟିକ ଆହ୍ୱାନକୁ ସମାଧାନ କରିବା ପାଇଁ ନୂଆ ସୁଯୋଗକୁ ଆପଣାଇବା ସହ ଗବେଷଣା କ୍ଷେତ୍ରରେ ସହଯୋଗୀ ହୋଇଥିବାରୁ ଅଷ୍ଟ୍ରେଲିଆର ପ୍ରମୁଖ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଏହି ଗ୍ରସ୍ତ କାଳରେ ମେଲବୋର୍ଣ୍ଣ ଠାରେ ଅଷ୍ଟ୍ରେଲିଆରେ ପଢୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ଭେଟି ସେମାନଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ ସେ ଶୁଭେଚ୍ଛା ଜଣାଇଛନ୍ତିି ।

The post ଅଷ୍ଟ୍ରେଲିଆରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଆଲୋଚନା : ୮ଟି ବିଶ୍ୱବିଦ୍ୟାଳୟର ଶିକ୍ଷାବିତଙ୍କ ସହ ଆଲୋଚନା କଲେ ଧର୍ମେନ୍ଦ୍ର ପ୍ରଧାନ first appeared on Kanak News.



from Kanak News https://ift.tt/u0gO1e7 https://ift.tt/2B9Kgms
ଅଷ୍ଟ୍ରେଲିଆରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଆଲୋଚନା : ୮ଟି ବିଶ୍ୱବିଦ୍ୟାଳୟର ଶିକ୍ଷାବିତଙ୍କ ସହ ଆଲୋଚନା କଲେ ଧର୍ମେନ୍ଦ୍ର ପ୍ରଧାନ Kanak News ଅଷ୍ଟ୍ରେଲିଆରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଆଲୋଚନା : ୮ଟି ବିଶ୍ୱବିଦ୍ୟାଳୟର ଶିକ୍ଷାବିତଙ୍କ ସହ ଆଲୋଚନା କଲେ ଧର୍ମେନ୍ଦ୍ର ପ୍ରଧାନ Kanak News Reviewed by SUBHENDU BARAL on August 24, 2022 Rating: 5

No comments:

Powered by Blogger.