
କନକ ବ୍ୟୁରୋ : ପ୍ରବଳ ବର୍ଷା ଯୋଗୁଁ ବଡ଼ ବନ୍ୟା ହେବା ଆଶଙ୍କା ଥିବା ବେଳେ ଚିନ୍ତା ବଢ଼ାଇଛି ଆଉ ଏକ ଲଘୁଚାପ । ଏନେଇ ପାଣିପାଗ ବିଭାଗର ପୂର୍ବାନୁମାନ କରିଛି । ବର୍ଷାର ପ୍ରକୋପ କମିଥିବା ବେଳେ ଆଜି ଏବଂ ଆସନ୍ତାକାଲି ବଡ଼ ବର୍ଷା ହେବା ସମ୍ଭାବନା କମ୍ ରହିଛି । କିନ୍ତୁ ୧୮ତାରିଖରୁ ପୁଣି ବର୍ଷା ହେବା ଆଶଙ୍କା ରହିଛି । କାରଣ ୧୯ ତାରିଖ ବେଳକୁ ଆଉ ଏକ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ।
ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏହି ଲଘୁଚାପ ସୃଷ୍ଟି ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି । ୧୮ ଓ ୧୯ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି । ଆଜି ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ବରଗଡ଼ ଓ ଝାରସୁଗୁଡ଼ା ପ୍ରଭୃତି ୫ଟି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେଥିପାଇଁ ଏହାକୁ ଦୃଷ୍ଟିରେ ରଖି ଏହି ଜିଲ୍ଲାଗୁଡ଼ିକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି ।
The post ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ : ୧୯ରେ ଲଘୁଚାପ, ୧୮ରୁ ପୁଣି ବର୍ଷା ହେବା ଆଶଙ୍କା first appeared on Kanak News.
from Kanak News https://ift.tt/79Xfbu4 https://ift.tt/rfMYpVB
No comments: