ବୈଦ୍ୟୁତିକ ଯାନର ଭବିଷ୍ୟତକୁ ଦେଖି ଓଲା ନିଜ କମ୍ପାନୀ ପାଇଁ ଏକ ବଡ ଯୋଜନା କରିଛି। ଇଲେକ୍ଟ୍ରିକ୍ ସ୍କୁଟର ପରେ କମ୍ପାନୀ ଏକ ଇଲେକ୍ଟ୍ରିକ୍ କାର୍ ଲଞ୍ଚ୍ କରିବାକୁ ଘୋଷଣା କରିଛି। ଲଞ୍ଚିଂ ଇଭେଣ୍ଟ୍ରେ କୁହାଯାଇଛି ଯେ ଏହି କାର୍ ୨୦୨୪ ସୁଦ୍ଧା ବଜାରରେ ଉପଲବ୍ଧ ହେବ। ଏହାର ବ୍ୟାଟେରୀ କ୍ଷମତା ୫୦୦ କିଲୋମିଟର ରହିବ। ଏହାର ସ୍ପିଡ୍ ୪ ସେକେଣ୍ଡରେ ୧୦୦ କିଲୋମିଟର ବେଗ ରହିବ। ଏହା ବ୍ୟତୀତ କମ୍ପାନୀ ଏକ ନୂଆ S1 ସ୍କୁଟର ମଧ୍ୟ ଲଞ୍ଚ୍ କରିଛି।
କମ୍ପାନୀର ସହ-ପ୍ରତିଷ୍ଠାତା ତଥା ସିଇଓ ଭବିଷ ଅଗ୍ରୱାଲ କହିଛନ୍ତି ଯେ ଇଲେକ୍ଟ୍ରିକ୍ ଯାନକୁ ନେଇ କମ୍ପାନୀର ଏକ ବଡ ଯୋଜନା ରହିଛି। ଆଗାମୀ ସମୟରେ, ଓଲା ଇଲେକ୍ଟ୍ରିକ୍ ୧୦ ଲକ୍ଷ ୟୁନିଟ୍ କାର୍ ଉତ୍ପାଦନ କରିବ। ବର୍ତ୍ତମାନ ଏହାର ମୂଲ୍ୟ ଏବଂ ଅନ୍ୟାନ୍ୟ ଫିଚରକୁ ନେଇ କୌଣସି ସୂଚନା ଦିଆଯାଇ ନାହିଁ। କେବଳ କୁହାଯାଇଛି ଯେ ଏହା ୪ ସେକେଣ୍ଡରେ ଏକ ସ୍ପୋର୍ଟସ୍ କାର୍ ପରି ୧୦୦ କିଲୋମିଟର ଅତିକ୍ରମ କରିବ ଏବଂ ପୂରା ଚାର୍ଜ ପରେ ବ୍ୟାଟେରୀ କ୍ଷମତା ୫୦୦ କିଲୋମିଟର ହେବ।
ଓଲା ପୂର୍ବରୁ ଇଲେକ୍ଟ୍ରିକ୍ ସ୍କୁଟର ତିଆରି କରିସାରିଛି। ତେବେ ଓଲା ସ୍କୁଟିରେ ଅଗ୍ନିକାଣ୍ଡର ଅନେକ ଘଟଣା ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବୈଦ୍ୟୁତିକ କାର୍ ବିଷୟରେ ଭବିଷ ଅଗ୍ରୱାଲ କହିଛନ୍ତି ଯେ ଏହାର ଲୁକ୍ ଖୁବ ଚମତ୍କାର। ଏହାର ଆକାର ଏକ ଛୋଟ ହ୍ୟାଚ୍ବ୍ୟାକ୍ କାର୍ ସହିତ ସମାନ ହେବ।
Happy Independence Day India! 🇮🇳 Excited to reveal everything we've been working on, do tune in at 2 pm here https://t.co/C3ESQzBKQy or on https://t.co/lzUzbWbFl7
— Bhavish Aggarwal (@bhash) August 15, 2022
Jai Hind! pic.twitter.com/qP6gnpVzx3
ଏହି ଇଭେଣ୍ଟରେ ଓଲା S1 ଇଲେକ୍ଟ୍ରିକ୍ ସ୍କୁଟର୍ ମଧ୍ୟ ଲଞ୍ଚ୍ କରାଯାଇଛି। ଏହି ସ୍କୁଟର୍ର ମୂଲ୍ୟ ୯୯,୯୯୯ ଟଙ୍କା ରଖାଯାଇଛି। ଏହି ସ୍କୁଟର୍ ପାଇଁ ବୁକିଂ ମଧ୍ୟ ଆରମ୍ଭ ହୋଇଛି। ବୁକିଂ ରାଶି ମଧ୍ୟ ୫୦୦ ଟଙ୍କା ହୋଇପାରେ। ଏହାର ବିତରଣ ସେପ୍ଟେମ୍ବର ୭ରୁ ଆରମ୍ଭ ହେବ। ଏହାର ବ୍ୟାଟେରୀ କ୍ଷମତା 3 kWh ରହିଛି। ପୂରା ଚାର୍ଜ ପରେ ଏହା ୧୩୧ କିଲୋମିଟର ଚାଲିବ। ଏହା ସର୍ବାଧିକ ଗତି ୯୫ କିଲୋମିଟର ରହିଛି। ଏହି ସ୍କୁଟି ପାଞ୍ଚଟି ଭିନ୍ନ ରଙ୍ଗରେ ଉପଲବ୍ଧ।
from Latest Odisha News, Breaking News Today | Top Updates on Corona - OTV News https://ift.tt/HnxK1Qf
No comments: