ଦ୍ୱିତୀୟ ଟି-୨୦ରେ ହାରିଲା ଟିମ୍ ଇଣ୍ଡିଆ : ରୋମାଞ୍ଚକର ବିଜୟ ସହ ସିରିଜ୍ ବରାବର କଲା ୱେଷ୍ଟଇଣ୍ଡିଜ୍ Kanak News

କନକ ବ୍ୟୁରୋ : ଦ୍ୱିତୀୟ ଟି-୨୦ରେ ହାରିଲା ଟିମ୍ ଇଣ୍ଡିଆ । ସେଂଟ କିଟ୍ସରେ ଖେଳାଯାଇଥିବା ଏହି ରୋମାଞ୍ଚକର ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ୫ ୱିକେଟରେ ବିଜୟ ହାସଲ କରିଛି । ଏଥିସହ ଘରୋଇ ଦଳ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜକୁ ୧-୧ରେ ବରାବର କରିନେଇଛି । ମ୍ୟାଚରେ ଭାରତୀୟ ବ୍ୟାଟର୍ ସମ୍ପୂର୍ଣ୍ଣ ନିରାଶ କରିଥିଲେ । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ମାତ୍ର ୧୩୮ ରନ୍ କରି ଅଲଆଉଟ୍ ହୋଇଥିଲା । ଜବାବରେ ୱେଷ୍ଟଇଣ୍ଡିଜ୍ ୪ ବଲ ବାକି ଥାଇ ମ୍ୟାଚକୁ ଜିତି ନେଇଥିଲା ।

ଶେଷ ଓଭରରେ ଘରୋଇ ଦଳକୁ ୧୦ ରନ୍ ଆବଶ୍ୟକ ଥିବା ବେଳେ ଭାରତ ପକ୍ଷରୁ ଆଭେଶ ଖାନ୍ ବୋଲିଂ କରୁଥିଲେ । ଆଭେଶଙ୍କ ପ୍ରଥମ ବଲ ନୋ’ ବଲ୍ ହୋଇଥିଲା । ଏହା ପରେ ଫ୍ରି-ହିଟରେ ଡେଭନ୍ ଥୋମାସ ଛକା ମାରିଥିଲେ । ପରବର୍ତୀ ବଲରେ ଚୌକା ମାରି ସେ ଦଳକୁ ଜିତାଇଥିଲେ । ୱେଷ୍ଟଇଣ୍ଡିଜ ପକ୍ଷରୁ ବ୍ରାଣ୍ଡନ କିଙ୍ଗ୍ ସର୍ବାଧିକ ୬୮ ରନ୍ କରିଥିଲେ । ଭାରତୀୟ ବ୍ୟାଟିଂରେ ଅଙ୍କୁଶ ଲଗାଇଥିବା ଓବେଡ୍ ମ୍ୟାକୟ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । ସେ ମାତ୍ର ୧୭ ରନ୍ ଦେଇ ୬ ୱିକେଟ୍ ସହ ଟି-୨୦ରେ କ୍ୟାରିୟରର ଶ୍ରେଷ୍ଠ ସଫଳତା ହାସଲ କରିଥିଲେ ।

The post ଦ୍ୱିତୀୟ ଟି-୨୦ରେ ହାରିଲା ଟିମ୍ ଇଣ୍ଡିଆ : ରୋମାଞ୍ଚକର ବିଜୟ ସହ ସିରିଜ୍ ବରାବର କଲା ୱେଷ୍ଟଇଣ୍ଡିଜ୍ first appeared on Kanak News.



from Kanak News https://ift.tt/UeGp6Fh https://ift.tt/6JDSp3l
ଦ୍ୱିତୀୟ ଟି-୨୦ରେ ହାରିଲା ଟିମ୍ ଇଣ୍ଡିଆ : ରୋମାଞ୍ଚକର ବିଜୟ ସହ ସିରିଜ୍ ବରାବର କଲା ୱେଷ୍ଟଇଣ୍ଡିଜ୍ Kanak News ଦ୍ୱିତୀୟ ଟି-୨୦ରେ ହାରିଲା ଟିମ୍ ଇଣ୍ଡିଆ : ରୋମାଞ୍ଚକର ବିଜୟ ସହ ସିରିଜ୍ ବରାବର କଲା ୱେଷ୍ଟଇଣ୍ଡିଜ୍ Kanak News Reviewed by SUBHENDU BARAL on August 01, 2022 Rating: 5

No comments:

Powered by Blogger.