ତାଇୱାନରେ ନାନ୍ସି : ଆମେରିକା-ଚୀନ୍ ମୁହାଁମୁହିଁ; ବଢିଲା ଯୁଦ୍ଧ ଆଶଙ୍କା, ତାଇୱାନ ସୀମାରେ ଚୀନ ଉଡାଇଲା ଯୁଦ୍ଧ ଜାହାଜ Kanak News

କନକ ବ୍ୟୁରୋ : ଆମେରିକାର ସଂସଦର ବାଚସ୍ପତି ନାନ୍ସି ପେଲୋସି ତାଇୱାନ ଗସ୍ତରେ ପଂହଚିଛନ୍ତି । ହ୍ୱାଇଟହାଉସ କହିଛି, ତାଇୱାନ ଗସ୍ତ କରିବା ଅଧିକାର ପେଲୋସିଙ୍କ ରହିଛି । ତାଇୱାନରେ ପଂହଚି ପେଲୋସ ବଡ ବୟାନ ଦେଇ କହିଛନ୍ତି, ଲୋକତନ୍ତ୍ରକୁ ଆମେରିକାର ସମର୍ଥନ ରହିଛି । ଏହାକୁ ନେଇ ଚୀନ-ଆମେରିକା ମୁହାଁମୁହିଁ ହୋଇଛନ୍ତି । ଚୀନ କହିଛି, ଆମେରିକା ଭୁଲ ରାସ୍ତାରେ ଗଲେ ଏହାର କଡ଼ା ଜବାବ ଦିଆଯିବ । ଚୀନର ବୈଦେଶିକ ମୁଖପାତ୍ର ଜାହୋ ଲିଜିଅନ୍ କହିଛନ୍ତି, ଆମେ ସବୁ ପ୍ରକାରର ପରିସ୍ଥତିକୁ ମୁକାବିଲା କରିବାକୁ ପ୍ରସ୍ତୁତ । ଚୀନର ସାର୍ବଭୌମତ୍ୟ ଏବଂ ଅଖଣ୍ଡତାକୁ ସୁରକ୍ଷା ପାଇଁ ଚୀନର ପିଏଲଏ କଡା ପଦକ୍ଷେପ ଗ୍ରହଣ କରିବାକୁ ପଛାଇବ ନାହିଁ । ଏହାପରେ ତାଇୱାନ-ଚୀନ ମଧ୍ୟରେ ଯୁଦ୍ଧ ଆଶଙ୍କା ସୃଷ୍ଟି ହୋଇଛି ।
ମଙ୍ଗଳବାର ନାନ୍ସି ପେଲୋସି ତାଇୱାନ ଗସ୍ତ କରିବା ସହ ତାଇପେଇରେ ରାତି କଟାଇବା ଚୀନ ସେନା ତାଇୱାନ ଏବଂ ଚୀନର ମଧ୍ୟ ଭାଗ ସମୁଦରେ ଏକ ଯୁଦ୍ଧ ଜାହାଜ ମୁତୟନ କରିଛି । ତାଇୱାନ ମଧ୍ୟ ତାର କିଛି ଏୟାରକ୍ରାଫ୍ଟକୁ ସୀମାରେ ମୁତୟନ କରିଥିବା ଦେଖିବାକୁ ମିଳିଛି । ଯେକୌଣସି ଯୁଦ୍ଧର ସାମ୍ନା କରିବାକୁ ତାଇୱାନ ବି ପ୍ରସ୍ତୁତି ଆରମ୍ଭ କରିଦେଇଛି । ତାଇୱାନ ଆଖପାଖରେ ଟାର୍ଗେଟଡେ ଅପରେସନ କରିବାକୁ ଚୀନ ଧମକ ଦେଇଛି । ଫଳରେ ଦୁଇଦେଶ ମଧ୍ୟରେ ଆଉ ଏକ ଯୁଦ୍ଧର ଆଶଙ୍କା ସୃଷ୍ଟି ହୋଇଛି । ତାଇୱାନ ବାୟୁସୀମାରେ ପ୍ରବେଶ କରିଛି ଚୀନର ଯୁଦ୍ଧ ବିମାନ ।
ଚୀନ-ତାଇୱାନ ମଧ୍ୟରେ ବିବାଦ କଣ ?
– ତାଇୱାନକୁ ନିଜର ବୋଲି ଦାବି କରୁଛି ଚୀନ
– ତାଇୱାନ ଏହାକୁ ଗ୍ରହଣ କରୁନାହିଁ, ନିଜକୁ ସ୍ୱତନ୍ତ୍ର ବୋଲି ମାନୁଛି
– ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରୁ ଦୁଇଦେଶ ମଧ୍ୟରେ ଲାଗିଛି ଉତ୍ତେଜନା
– ତାଇୱାନରେ ନିଜର ସମ୍ବିଧାନ ଓ ସରକାର ରହିଛି
– ଦକ୍ଷିଣ-ପୂର୍ବ ଚୀନ ଉପକୂଳରୁ ଶହେ ମାଇଲ ଦୂରରେ ଥିବା ଏକ ଦ୍ୱୀପ ହେଉଛି ତାଇୱାନ
– ଚୀନ-ତାଇୱାନ କେହି କାହାକୁ ମାନ୍ୟତା ଦେଇନାହାନ୍ତି
– ବିଶ୍ୱର କେବଳ ୧୩ଟି ଦେଶ ତାଇୱାନକୁ ସ୍ୱତନ୍ତ୍ର ଦେଶ ଭାବେ ମାନ୍ୟତା ଦେଇଛନ୍ତି
The post ତାଇୱାନରେ ନାନ୍ସି : ଆମେରିକା-ଚୀନ୍ ମୁହାଁମୁହିଁ; ବଢିଲା ଯୁଦ୍ଧ ଆଶଙ୍କା, ତାଇୱାନ ସୀମାରେ ଚୀନ ଉଡାଇଲା ଯୁଦ୍ଧ ଜାହାଜ first appeared on Kanak News.
from Kanak News https://ift.tt/pcUdHI2 https://ift.tt/3MkO5CA
No comments: