ଅଭାବନୀୟ ଘଟଣା: ମନ୍ଦିରରେ ପ୍ରବଳ ଭିଡ଼ ଯୋଗୁ ଦଳାଚକଟା, ୩ ମହିଳା ଭକ୍ତଙ୍କ ମୃତ୍ୟୁ Rajalaxmi Sahoo

ମନ୍ଦିରରେ ପ୍ରବଳ ଭିଡ଼ ଯୋଗୁ ଦଳାଚକଟା ହେବା ଫଳରେ ୩ ଜଣ ମହିଳା ଭକ୍ତଙ୍କ ମୃତ୍ୟୁ ଘଟିଛି। ରାଜସ୍ଥାନ ସିକର୍‌ ଜିଲ୍ଲା ସ୍ଥିତ ଖାଟୁଶ୍ୟାମଜୀ ମନ୍ଦିର(Khatu Shyam Ji temple)ରେ ଏହି ଅଭାବନୀୟ ଘଟଣା ଘଟିଛି। ପ୍ରସିଦ୍ଧ ଖାଟୁଶ୍ୟାମଜୀଙ୍କ ମାସିକ ମେଳା ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।

ଆଜି ଭୋର ୫ଟା ସମୟରେ ଦଳାଚକଟା ଯୋଗୁ ୩ ଜଣ ମହିଳା ଭକ୍ତଙ୍କ ମୃତ୍ୟୁ ଘଟିବା ସହ କିଛି ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଆହତଙ୍କୁ ଜୟପୁର ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ସୂଚନା ଅନୁସାରେ, ଭୋର ୫ଟାରେ ମନ୍ଦିରର ପ୍ରବେଶ ଦ୍ୱାର ଖୋଲିବା ମାତ୍ରେ ଦର୍ଶନ ପାଇଁ ଲୋକଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଏହାପରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା।

କରୋନା ପାଇଁ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ହଟିବା ପରେ ଖାଟୁଶ୍ୟାମ ମନ୍ଦିରରେ ମାସିକ ମେଳାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ହେଲେ ମନ୍ଦିର ପରିସର ସୀମା ଛୋଟ ଓ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମାଉ ଥିବାରୁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି। 



from Latest Odisha News, Breaking News Today | Top Updates on Corona - OTV News https://ift.tt/Si7xKvR
ଅଭାବନୀୟ ଘଟଣା: ମନ୍ଦିରରେ ପ୍ରବଳ ଭିଡ଼ ଯୋଗୁ ଦଳାଚକଟା, ୩ ମହିଳା ଭକ୍ତଙ୍କ ମୃତ୍ୟୁ Rajalaxmi Sahoo ଅଭାବନୀୟ ଘଟଣା: ମନ୍ଦିରରେ ପ୍ରବଳ ଭିଡ଼ ଯୋଗୁ ଦଳାଚକଟା, ୩ ମହିଳା ଭକ୍ତଙ୍କ ମୃତ୍ୟୁ Rajalaxmi Sahoo Reviewed by SUBHENDU BARAL on August 07, 2022 Rating: 5

No comments:

Powered by Blogger.