ବନ୍ୟା ଯୋଗୁଁ ପାଣିରେ ବୁଡିଛି ପାନବରଜ : ଋଣ ସୁଜିବା ନେଇ ଚିନ୍ତାରେ ଚାଷୀ Kanak News

କନକ ବ୍ୟୁରୋ : ବନ୍ୟା ଯୋଗୁଁ ରାଜ୍ୟରେ ହେକ୍ଟର ହେକ୍ଟର ଚାଷ ଜମି ପାଣିରେ ବୁଡିରହିଥିବା ବେଳେ ପ୍ରଭାବିତ ହୋଇଛନ୍ତି ପାନଚାଷୀ । ନଦୀରୁ ପାଣି କମିଥିବା ବେଳେ ଚାଷଜମିରୁ ବନ୍ୟା ପାଣି ନିଷ୍କାସନ ହୋଇ ନପାରି ଲହଡି ଭାଙ୍ଗୁଛି । ବନ୍ୟା ପାଣି ପାନବରଜରେ ପସି ପାନଗଛର ନଟା ସବୁ ସଡି ନଷ୍ଟ ହେଉଛି ।

ସେହିପରି ପୋଟଳ, କଲରା, କଖାରୁ, ଭେଣ୍ଡି, ବାଇଗଣ, ଜହ୍ନି, କାକୁଡି ଓ ଝୁଡୁଙ୍ଗ ଭଳି ପନିପରିବା ବିଲରେ ଲହଡି ଭାଙ୍ଗୁଛି ବନ୍ୟାଜଳ । ସବୁ ପନିପରିବା ବିଲରେ ପଚି ସଡି ନଷ୍ଟ ହେଉଛି । ଋଣ କରି ଚାଷ କରିଥିବା ଚାଷୀ କେମିତି ରୁଣ ସୁଜିବ ସେନେଇ ଚିନ୍ତାରେ ପଡିଯାଇଛି । କଟକ ଜିଲ୍ଲା ନିଆଳି ବ୍ଲକ ଦ୍ୱୀପାଅଞ୍ଚଳ ରାଣୀଓଳା ପଞ୍ଚାୟତରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । କନ୍ଦଳ ନଦୀରେ ବନ୍ୟା ଜଳ ପଛୁଆଣି ଆସି ଦ୍ୱୀପାଅଞ୍ଚଳର ଛଅଟି ପଞ୍ଚାୟତର ହଜାର ହଜାର ପନିପରିବା ଓ ଧାନ ଫସଲ ଓ ପାନବରଜ ବ୍ୟାପକ କ୍ଷତି ଘଟିଛି ।

The post ବନ୍ୟା ଯୋଗୁଁ ପାଣିରେ ବୁଡିଛି ପାନବରଜ : ଋଣ ସୁଜିବା ନେଇ ଚିନ୍ତାରେ ଚାଷୀ first appeared on Kanak News.



from Kanak News https://ift.tt/RQs5A3D https://ift.tt/140vwRe
ବନ୍ୟା ଯୋଗୁଁ ପାଣିରେ ବୁଡିଛି ପାନବରଜ : ଋଣ ସୁଜିବା ନେଇ ଚିନ୍ତାରେ ଚାଷୀ Kanak News ବନ୍ୟା ଯୋଗୁଁ ପାଣିରେ ବୁଡିଛି ପାନବରଜ : ଋଣ ସୁଜିବା ନେଇ ଚିନ୍ତାରେ ଚାଷୀ Kanak News Reviewed by SUBHENDU BARAL on August 22, 2022 Rating: 5

No comments:

Powered by Blogger.