ଭାଇକୁ ବଞ୍ଚାଇବାକୁ ଯାଇ ଗୁଳି ଖାଇଲେ ଭଉଣୀ : ଗୁଳି ବାଜି ଭଉଣୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି Kanak News

କନକ ବ୍ୟୁରୋ : ବଳଦ କିଣାକୁ କେନ୍ଦ୍ର କରି ଫୁଲବାଣୀରେ ଗୁଳିମାଡ । ଗୁଳି ମାଡରେ ଜଣେ ଯୁବତୀ ଏବଂ ଜଣେ ନାବାଳକ ଗୁରୁତର ହୋଇଛନ୍ତି । ଉଭୟଙ୍କୁ ଫୁଲବାଣୀ ମେଡିକାଲରେ ଭର୍ତ୍ତି କରାଯାଇଛି । କନ୍ଧମାଳ ଜିଲ୍ଲା ପିରିଙ୍ଗିଆ ଥାନା ଅଧିନ ବିଲୁପଦର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ସୂଚନା ମୁତାବକ ସ୍ଥାନୀୟ ଶ୍ରୀପାଲା ଗ୍ରାମର ସଞ୍ଜୟ ସାହାଣୀ ନାମକ ଜଣେ ବ୍ୟକ୍ତି କିଛି ଦିନ ତଳେ ବିଲୁପଦର ଗାଁର ମହେଶ୍ୱର ସାହାଣୀଙ୍କ ଠାରୁ ଦୁଇ ହଳ ବଦଳ କିଣି ନେଇଥିଲେ । କିନ୍ତୁ ବଳଦ କିଣା ବାବଦକୁ ନେଇ ଟଙ୍କା ଦେଇନଥିଲେ । ସେହି ଟଙ୍କା ମାଗିବାକୁ ଗତକାଲି ମହେଶ୍ୱର ସଞ୍ଜୟଙ୍କ ଘରକୁ ଯାଇଥିଲେ । ସେଠାରେ ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ମହେଶ୍ୱର ଘରକୁ ଫେରି ଆସିଥିଲେ ।

ହେଲେ ସନ୍ଧ୍ୟାରେ ସଞ୍ଜୟ ଏବଂ ତାଙ୍କର ଦୁଇ ସହଯୋଗୀ ମହେଶ୍ୱରଙ୍କ ଘରକୁ ଆସି ପାଟିତୁଣ୍ଡ କରିଥିଲେ । ପରେ କଥା ବଢିବାରୁ ସେମାନେ ଏକ ଦେଶୀ ବନ୍ଧୁକରେ ଗୁଳି କରିଥିଲେ । ଗୁଳି ମହେଶ୍ୱରଙ୍କ ଭଉଣୀ ଏବଂ ତାଙ୍କ ନାବାଳକ ଭଉଣୀଙ୍କ ଉପରେ ବାଜିଥିଲା । ପରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏନେଇ ମହେଶ୍ୱର ଥାନାରେ ଅଭିଯୋଗ କରିଥିବା ବେଳେ ପୁଲିସ ମାମଲାର ତଦନ୍ତ ଆରମ୍ଭ କରିଛି ।

The post ଭାଇକୁ ବଞ୍ଚାଇବାକୁ ଯାଇ ଗୁଳି ଖାଇଲେ ଭଉଣୀ : ଗୁଳି ବାଜି ଭଉଣୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି first appeared on Kanak News.



from Kanak News https://ift.tt/jiSZcpI https://ift.tt/fP5ODCL
ଭାଇକୁ ବଞ୍ଚାଇବାକୁ ଯାଇ ଗୁଳି ଖାଇଲେ ଭଉଣୀ : ଗୁଳି ବାଜି ଭଉଣୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି Kanak News ଭାଇକୁ ବଞ୍ଚାଇବାକୁ ଯାଇ ଗୁଳି ଖାଇଲେ ଭଉଣୀ : ଗୁଳି ବାଜି ଭଉଣୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି Kanak News Reviewed by SUBHENDU BARAL on August 22, 2022 Rating: 5

No comments:

Powered by Blogger.