ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ : ଦେଓ ଏବଂ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ସହ ବହୁ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ Kanak News

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୂରଭଞ୍ଜ ଗସ୍ତରେ ଯିବେ । ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତକୁ ଆଖିରେ ରଖି କଡା ସୁର କ୍ଷାର ବନ୍ଦୋବସ୍ତ କରାଯାଇଛି । ସେହିପରି ନବୀନପଟ୍ଟନାୟକଙ୍କ ଦିନିକିଆ ମୟୂରଭଞ୍ଜ ଗସ୍ତକୁ ନେଇ ବିଜେଡି କର୍ମୀଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି । ଆଜି କରଞ୍ଜିଆ ବ୍ଲକର ହାତୀବାରି ଠାରେ ଦେଓ ଜଳସେଚନ ଓ ରାସଗୋବିନ୍ଦପୁର ବ୍ଲକର ଟିକରପଡା ଠାରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଲୋକାର୍ପିତ କରିବେ ।

ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ବହୁ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିବେ । ଆଜି ଦିନ ୧୧ଟାରେ ଭୁବନଶ୍ୱରରୁ ହେଲିକପ୍ଟର ଯୋଗେ ପ୍ରଥମେ ଦିନ ୧୧ଟାରେ କରଞ୍ଜିଆ ବ୍ଲକର ହାତିବାରୀର ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇବେ । ସେଠାରେ ଦେଓ ଜଳସେଚନ ସହ ଅନ୍ୟ କିଛି ପ୍ରକଳ୍ପର ଭିତିରପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିବେ । ଏହାପରେ ଦିନ ୧୨ଟା ୧୫ ମିନିଟ ସମୟରେ ରାସଗୋବିନ୍ଦପୁର ଟିକରପଡାକୁ ଯିବେ ମୁଖ୍ୟମନ୍ତ୍ରୀ । ସେଠାରେ ଶିଳାନ୍ୟାସ ଓ ଲୋକାର୍ପଣ କାର୍ଯ୍ୟକ୍ରମ ଶେଷ କରି ଦିନ ୧୨ଟା ୫୫ମିନିଟରେ ଭୁବନେଶ୍ୱର ଫେରି ଆସିବେ । ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତକୁ ରାଜନୈତିକ ମହଲରେ ଏହାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି ।

ରାଷ୍ଟ୍ରପତି ନିର୍ବାଚନ ପରେ ମୟୂରଭଞ୍ଜରେ ବିଜେପି ଫାଇଦାରେ ରହିବ ବୋଲି ଚର୍ଚ୍ଚା ଚାଲିଥିଲା । ଆଦିବାସୀଙ୍କ ଭୋଟ ବ୍ୟାଙ୍କ ବିଜେପି ଆଡକୁ ଢଳିଥିବା ଚର୍ଚ୍ଚା ଭିତରେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ବିଜେପିକୁ ଚେକମେଟ୍ ବୋଲି କୁହାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମ୍ପୂର୍ଣ୍ଣ ସରକାରୀ। କୌଣସି ଦଳୀୟ କାର୍ଯ୍ୟକ୍ରମ ଏଥିରେ ଯୋଡ଼ା ଯାଇନାହିଁ । କିନ୍ତୁ ବିଜେଡି ନବୀନଙ୍କ ଗସ୍ତର ସୁଯୋଗକୁ ଭରପୂର ଉପଯୋଗ କରିବାକୁ ଅଣ୍ଟା ଭିଡ଼ିଛି। ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥିତ୍ବକୁ ମାଧ୍ୟମ କରି ବିଜେପି ଯେପରି ମୟୂରଭଞ୍ଜ ଜିଲ୍ଲାରେ ‌କୌଣସି ଫାଇଦା ନନିଏ, ସେଥି ପାଇଁ ଦଳ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ କରିଛି ।

ବିଜେଡିର ଛାମୁଆ ନେତାମାନେ ବାରିପଦାରେ ପହଞ୍ଚି ସବୁ କାର୍ଯ୍ୟକ୍ରମ ତଦାରଖ କରୁଛନ୍ତି । ନବୀନଙ୍କ ବିକାଶମୂଳକ ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଇବା ସହ ଦ୍ରୌପଦୀ ମୁର୍ମୁଙ୍କୁ ନବୀନ କିପରି ତତ୍‌କାଳ ସହଯୋଗର ହାତ ବଢ଼ାଇଥିଲେ ତାହାକୁ ମଧ୍ୟ ପ୍ରଚାର କରାଯାଉଛି । ନବୀନଙ୍କ ଗସ୍ତ ପରେ ପରେ ଜିଲ୍ଲାରେ ଦଳର ସଂଗଠନକୁ ଆହୁରି ମଜବୁତ୍ କରିବା ପାଇଁ ଦାୟିତ୍ୱ ମଧ୍ୟ ବାଣ୍ଟି ଦିଆଯାଇଛି । ଯେଉଁମାନଙ୍କୁ ଦାୟିତ୍ୱ ଦିଆଯାଉଛି, ୨୦୨୪ ପର୍ଯ୍ୟନ୍ତ ସେମାନଙ୍କୁ ଦଳ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ।

The post ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ : ଦେଓ ଏବଂ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ସହ ବହୁ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ first appeared on Kanak News.



from Kanak News https://ift.tt/9jLpXr0 https://ift.tt/4f2UtJD
ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ : ଦେଓ ଏବଂ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ସହ ବହୁ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ Kanak News ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ : ଦେଓ ଏବଂ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ସହ ବହୁ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ Kanak News Reviewed by SUBHENDU BARAL on August 11, 2022 Rating: 5

No comments:

Powered by Blogger.