୨୦୨୪ ପଶ୍ଚିମବଙ୍ଗ ମିଶନ ପାଇଁ ବିଜେପି ବଡ଼ ରଣନୀତି ପ୍ରସ୍ତୁତି କରିଛି। ୩ ଜଣ ହେଭିୱେଟ୍ଙ୍କୁ ପଶ୍ଚିମବଙ୍ଗର ଦାୟିତ୍ୱ ଦିଆଯାଇଛି। ଏହି ୩ ହେଭିୱେଟ୍ ହେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ବେସାମରିକ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ।
୨୦୧୯ ସାଧାରଣ ନିର୍ବାଚନରେ ପଶ୍ଚିମବଙ୍ଗର ୪୨ଟି ଆସନ ମଧ୍ୟରୁ ବିଜେପି ୧୮ଟି ଆସନ ଜିତିଥିଲା। ଦଳ ଆଶା କରିଥିଲା ୨୦୨୦ ବିଧାନସଭା ନିର୍ବାଚନରେ ସେହି ସଫଳତା ଦୋହରାଇବ। କିନ୍ତୁ ସବୁ ଚେଷ୍ଟା ସତ୍ତ୍ୱେ ବିଜେପି ଆଶାନୁରୂପ ରେଜଲ୍ଟ ପାଇନଥିଲା। ବରଂ ରେକର୍ଡ ସଂଖ୍ୟକ ଆସନ ଦଖଲ କରି ପୁଣି ଥରେ ମମତା ବାନାର୍ଜୀ ସରକାର ଗଠନ କରିଥିଲେ। ତା’ ପରେ ପରେ ବିଜେପିରେ ଦେଖା ଦେଇଥିଲା ଅନ୍ତଃକନ୍ଦଳ।
ଟିଏମ୍ସିରୁ ଆସିଥିବା ବହୁ ନେତା ପୁଣି ଟିଏମ୍ସି ଫେରି ଯାଇଛନ୍ତି। ଏପରିକି ବାବୁଲ ସୁପ୍ରିୟୋଙ୍କ ପରି ନେତା ସାଂସଦ ପଦ ଛାଡ଼ି ଟିଏମ୍ସିରେ ଯୋଗ ଦେଇଛନ୍ତି। ମୁକୁଲ ରୟ ମଧ୍ୟ ଦିଦିଙ୍କ ଶିବିରରେ ଯୋଗ ଦେଇଛନ୍ତି। ଦଳର ଏହି ଅଧପତନକୁ ରୋକିବା ପାଇଁ ବିଜେପି ନୂଆ ରଣନୀତି ପ୍ରସ୍ତୁତ କରିଛି। ୨୦୨୪ରେ ଯେମିତି ୨୦୧୯ ଅପେକ୍ଷା ଭଲ ପ୍ରଦର୍ଶନ ହୁଏ କିମ୍ବା ଅତିକମ୍ରେ ସେହି ସଫଳତା ଦୋହରାଇବାରେ ସଫଳ ହୁଏ, ତାକୁ ଲକ୍ଷ୍ୟ ରଖି ବିଜେପି ୩ ହେଭିୱେଟ୍ଙ୍କୁ ପଶ୍ଚିମବଙ୍ଗର ଦାୟିତ୍ୱ ଦେଇଥିବା ଚର୍ଚ୍ଚା ହେଉଛି।
from Latest Odisha News, Breaking News Today | Top Updates on Corona - OTV News https://ift.tt/XQmHOl1
Reviewed by SUBHENDU BARAL
on
August 11, 2022
Rating:
No comments: