ଧୀରେ ଧୀରେ କମୁଛି ବନ୍ୟାଜଳ : କମିନି ବନ୍ୟା ପ୍ରଭାବିତଙ୍କ ଦୁଃଖ; ନଦୀ ବନ୍ଧରେ ଆଶ୍ରୟ ନେଇଛନ୍ତି ବନ୍ୟା ବିପନ୍ନ Kanak News

କନକ ବ୍ୟୁରୋ : ସୁବର୍ଣ୍ଣରେଖାରେ ଜଳସ୍ତର କମୁଛି ହେଲେ ତଳିଆ ଅଞ୍ଚଳରୁ ବନ୍ୟା ପାଣି ଛାଡୁ ନାହିଁ । ଗାଁରେ, ଘରେ ବନ୍ୟା ପାଣି ପଶିଥିବାରୁ ଲୋକଙ୍କ ଦୁର୍ଦ୍ଦଶା ବଢୁଛି । ବାଧ୍ୟ ହୋଇ ନଦୀବନ୍ଧରେ ଆଶ୍ରୟ ନେଇଛନ୍ତି ଗ୍ରାମବାସୀ । ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକର ୨୪ଟି ପଞ୍ଚାୟତ ଜଳବନ୍ଦୀ ହୋଇରହିଛି । ଏପଟେ ଖୋର୍ଦ୍ଧାରେ ବନ୍ୟା ସ୍ଥିତି ଭୟଙ୍କର ରୁପ ଧାରଣା କରିଛି । ଗାଁ ଦାଣ୍ଡରେ ୪ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ଲୋକେ ଛାତ ଉପରେ ଆଶ୍ରୟ ନେଇଛନ୍ତି । ଜରିପାଲ ତଳେ ଓ ରିଲିଫ ଖାଦ୍ୟରେ ବିତୁଛି ବନ୍ୟା ବିପନ୍ନଙ୍କ ଜୀବନ । ସ୍ଥିତି ଏମିତି ହୋଇଛି ଯେ, ଜରିପାଳ ତଳେ ଗୃହପାଳିତ ପଶୁ ସହ ମଣିଷ ରହିବାକୁ ବାଧ୍ୟ ହେଉଛି ।

ସେପଟେ ବାଲେଶ୍ୱରର ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ସ୍ଥାନୀୟ ଲୋକଙ୍କ ସମସ୍ୟା ପଚାରି ବୁଝିିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଖୋର୍ଦ୍ଧା ଜିଲ୍ଲାରେ ବନ୍ୟା ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ଘରର ଛାତକୁ ଛୁଇଁ ପାଣି ବୋହୁଛି । ବାଧ୍ୟ ହୋଇ ଲୋକେ କିଏ ଛାତରେ, କିଏ ମନ୍ଦିର ଉପରେ ଆଶ୍ରୟ ନେଇଛନ୍ତି । ଓରବରସିଂ, ବ୍ରଜମୋହନପୁର, ନରଣଗଡ ପଞ୍ଚାୟତର ଅନେକ ପାଣିରେ ବୁଡି ରହିଛି । ଖାଦ୍ୟ, ପେୟଠୁ ଆରମ୍ଭ କରି ନିତ୍ୟକର୍ମ ପାଇଁ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି । ଡଙ୍ଗା ଓ ଟ୍ୟୁବ ଭେଳା ଜରିଆରେ ଲୋକେ ଯିବା ଆସିବା କରୁଛନ୍ତି ।

କଣାସ ବ୍ଲକର ବନ୍ୟାା ପ୍ରଭାବିତଙ୍କୁ ରିଲଫ ବଣ୍ଟନକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି । ରେ ପକ୍ଷପାତିତା ଅଭିଯୋଗ ଆଣି ବ୍ଲକ ଆଗରେ ଧାରଣା ଦେଇଛନ୍ତି ବ୍ଲକ ଅଧ୍ୟକ୍ଷା ପ୍ରଭାତି ରାଉତ । ସେପଟେ ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, ବନ୍ୟା ସ୍ଥିତି ସ୍ୱାଭାବିକ ଅବସ୍ଥାକୁ ଫେରୁଛି । ମହାନଦୀ ସମେତ ଅନ୍ୟ ନଦୀର ସ୍ଥିତିରେ ସୁଧାର ଆସିଛି । ବିଭିନ୍ନ ନଦୀର ଜଳସ୍ତର କମୁଥିବା ବେଳେ କେବଳ ମହାନଦୀ ଅବବାହିକାର ସୃଷ୍ଟି ହୋଇଥିବା ଘାଇର ଅସ୍ଥାୟୀ ମରାମତି ଚାଲିଛି ।

The post ଧୀରେ ଧୀରେ କମୁଛି ବନ୍ୟାଜଳ : କମିନି ବନ୍ୟା ପ୍ରଭାବିତଙ୍କ ଦୁଃଖ; ନଦୀ ବନ୍ଧରେ ଆଶ୍ରୟ ନେଇଛନ୍ତି ବନ୍ୟା ବିପନ୍ନ first appeared on Kanak News.



from Kanak News https://ift.tt/TcDGHvg https://ift.tt/0DiZ9at
ଧୀରେ ଧୀରେ କମୁଛି ବନ୍ୟାଜଳ : କମିନି ବନ୍ୟା ପ୍ରଭାବିତଙ୍କ ଦୁଃଖ; ନଦୀ ବନ୍ଧରେ ଆଶ୍ରୟ ନେଇଛନ୍ତି ବନ୍ୟା ବିପନ୍ନ Kanak News ଧୀରେ ଧୀରେ କମୁଛି ବନ୍ୟାଜଳ : କମିନି ବନ୍ୟା ପ୍ରଭାବିତଙ୍କ ଦୁଃଖ; ନଦୀ ବନ୍ଧରେ ଆଶ୍ରୟ ନେଇଛନ୍ତି ବନ୍ୟା ବିପନ୍ନ Kanak News Reviewed by SUBHENDU BARAL on August 23, 2022 Rating: 5

No comments:

Powered by Blogger.