ଚିନ୍ତା ବଢାଇଲାଣି ଆଉ ଏକ ଘୂର୍ଣ୍ଣିବଳୟ : ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି Kanak News

କନକ ବ୍ୟୁରୋ : ବନ୍ୟା ପାଣି କମୁଥିବା ବେଳେ ଭୟ ବଢାଇଲାଣି ଆଉ ଏକ ଘୂର୍ଣ୍ଣିବଳୟ । ଆଗାମୀ ୨୪ ଘଣ୍ଟା ରାଜ୍ୟରେ ବର୍ଷା ନେଇ ପାଣିପାଗ ବିଭାଗର ସୂଚନା ଦେଇଛି୧ । ଆଭ୍ୟନ୍ତରିଣ ସହ ପଶ୍ଚିମ ଓଡିଶାର ବର୍ଷାର ପ୍ରଭାବ ଦେଖିବାକୁ ମିଳିବ । ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼ ଏବଂ ଝାରସୁଗଡା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ବର୍ଷା ସମ୍ଭାବନା । ଏହି ୪ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଏହି ସବୁ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ୭ ରୁ ୨୦ ସେଣ୍ଟିମିଟର ଯାଏ ବର୍ଷା ସମ୍ଭାବନା ନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପାରାଦୀପ ରାଡାରରୁ ମିଳିଥିବା ତଥ୍ୟ ମୁତାବକ ଜଗତସିଂହପୁର, କେନ୍ଦ୍ରାପଡା ସମେତ କଟକ ଏବଂ ଖୋର୍ଦ୍ଧା ଜିଲ୍ଲାରେ ବର୍ଷା ଲାଗିରହିଛି । ଆଉ କିଛି ଉପକୂଳ ଜିଲ୍ଲାରେ ବର୍ଷା ହେବା ନେଇ ସମ୍ଭାବନା ମଧ୍ୟ ରହିଛି । ପ୍ରବଳ ବର୍ଷା ଫଳରେ ମାଟିରାସ୍ତା, ଚାଳଘର ପ୍ରଭାବିତ ହେବାର ସମ୍ଭାବନା ଦେଖାଦେଇଛି । ଏହା ସହ ମାଟି କାନ୍ଥ ପଡିବାର ବି ଆଶଙ୍କା ରହିଛି ।

ତଳିଆ ଅଞ୍ଚଳରେ ପାଣି ଜମିବା ସମେତ ଚାଷଜମି ଜଳମଗ୍ନ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି । ସୂବର୍ଣ୍ଣରେଖା, ବୁଢାବଳଙ୍ଗ ଏବଂ ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇାବାର ସମ୍ଭାବନା ରହିଛି । ସେହିପରି ଆହୁରି ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷାର ଆଶଙ୍କା ମଧ୍ୟ ରହିଛି । ବିଶେଷକରି କେନ୍ଦୁଝର, ଅନୁଗୁଳ, ବୌଦ୍ଧ, କନ୍ଧମାଳ, ସୋନପୁର, କଳାହାଣ୍ଡି, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ନବରଙ୍ଗପୁର ଓ କୋରାପୁଟ ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ୟେ‌ଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

The post ଚିନ୍ତା ବଢାଇଲାଣି ଆଉ ଏକ ଘୂର୍ଣ୍ଣିବଳୟ : ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି first appeared on Kanak News.



from Kanak News https://ift.tt/pavHA3s https://ift.tt/0bVJMUd
ଚିନ୍ତା ବଢାଇଲାଣି ଆଉ ଏକ ଘୂର୍ଣ୍ଣିବଳୟ : ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି Kanak News ଚିନ୍ତା ବଢାଇଲାଣି ଆଉ ଏକ ଘୂର୍ଣ୍ଣିବଳୟ : ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି Kanak News Reviewed by SUBHENDU BARAL on August 23, 2022 Rating: 5

No comments:

Powered by Blogger.