ରାଜ୍ୟଗୋଷ୍ଠୀ କ୍ରୀଡ଼ା ଟ୍ରାକ୍ ଆଣ୍ଡ ଫିଲ୍ଡ ଲଢ଼େଇ : ମହିଳା ୧୦୦ ମିଟର୍ ହିଟରେ ଦୌଡ଼ିବେ ଓଡ଼ିଶା ଝିଅ ଦୂତୀ ଚାନ୍ଦ Kanak News

କନକ ବ୍ୟୁରୋ : ଆଜିଠାରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଟ୍ରାକ୍ ଆଣ୍ଡ ଫିଲ୍ଡ ଲଢ଼େଇ ଆରମ୍ଭ ହେବ । ଓଡ଼ିଶା ଝିଅ ଦୂତୀ ଚାନ୍ଦଙ୍କ ଆକ୍ସନ ଆଜି ଦେଖିବାକୁ ମିଳିବ । ଦୂତୀ ମହିଳା ୧୦୦ ମିଟର୍ ହିଟରେ ଦୌଡ଼ିବେ । ଦୂତୀ ପ୍ରଥମ ରାଉଣ୍ଡର ହିଟ୍-୫ରେ ଦୌଡ଼ିବେ । ଏହି ହିଟରେ ତାଙ୍କ ବ୍ୟତୀତ ଆଉ ୬ଜଣ ଧାବିକା ରହିଛନ୍ତି ।

ଦୂତୀ ତାଙ୍କ ହିଟରେ କମ ସମୟରେ ୧୦୦ ମିଟର୍ ପୂରଣ କରି ପରବର୍ତୀ ରାଉଣ୍ଡରେ ସ୍ଥାନ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦୂତୀ କେବଳ ରିଲେ ଦୌଡ଼ ପାଇଁ ସ୍ଥାନ ପାଇଥିଲେ । କିନ୍ତୁ ଧନଲକ୍ଷ୍ମୀ ଆହତ କାରଣରୁ ୧୦୦ ମିଟରରୁ ଓହରିବା ପରେ ଦୂତୀଙ୍କୁ ସୁଯୋଗ ଦିଆଯାଇଛି । ଦୂତୀଙ୍କ ସହ ଓଡ଼ିଶାର ଶ୍ରାବଣୀ ନନ୍ଦ, ହିମା ଦାସ ଓ ଏନଏସ୍ ସିମି ରିଲେ ଦଳରେ ରହିଛନ୍ତି ।

ଭାରତର ଅଭିଯାନ ପୁରୁ‌ଷ ଲମ୍ବ ଡିଆଁ ଯୋଗ୍ୟତା ପର୍ଯ୍ୟାୟରୁ ଆରମ୍ଭ ହେବ। ଏଥିରେ ଶ୍ରୀଶଙ୍କର ଓ ମହମ୍ମଦ ଅନୀସ ୟାହିୟା ଭାଗ ନେବେ । ଜ‌ାତୀୟ କୀର୍ତ୍ତିମାନଧାରୀ ଶ୍ରୀଶଙ୍କର ଭଲ ଫର୍ମରେ ରହିଛନ୍ତି। ବିଶ୍ବ ପ୍ରତିଯୋଗିତା ଫାଇନାଲ୍‌ରେ ସେ ୭.୯୬ ମିଟର ଡେଇଁଥିଲେ । ତାଙ୍କର ବ୍ୟକ୍ତିଗତ ଶ୍ରେ‌ଷ୍ଠ ୮.୩୬ ମିଟର ରହିଛି । ୟାହିୟାଙ୍କ ଶ୍ରେଷ୍ଠ ୮.୧୫ ମିଟର ରହିଥିଲା । ଯୋଗ୍ୟତା ପର୍ଯ୍ୟାୟରେ ଏହି ମାର୍କ ଛୁଇଁଲେ ଫାଇନାଲ୍‌ରେ ପହଞ୍ଚିବା ପ୍ରାୟ ନିଶ୍ଚିତ ହେବ ।

ପ୍ରଥମ ଦିନରେ ସୀମା ଓ ନଭଜୀତ କୌର ଧିଲନଙ୍କଠୁ ପଦକ ଆଶା ରହିଛି । ଉଭୟ ଗତ ସଂସ୍କରଣରେ ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ଜିତିଥ‌ିଲେ । ସୀମା ଜିତିଲେ ରାଜ୍ୟଗୋ‌ଷ୍ଠୀ କ୍ରୀଡ଼ାରେ ତାଙ୍କର ପଞ୍ଚମ ପଦକ ହେବ। ପୂର୍ବରୁ ସେ ୩ ରୌପ୍ୟ ଓ ଗୋଟିଏ କାଂସ୍ୟ ଜିତି ସାରିଛନ୍ତି ।

The post ରାଜ୍ୟଗୋଷ୍ଠୀ କ୍ରୀଡ଼ା ଟ୍ରାକ୍ ଆଣ୍ଡ ଫିଲ୍ଡ ଲଢ଼େଇ : ମହିଳା ୧୦୦ ମିଟର୍ ହିଟରେ ଦୌଡ଼ିବେ ଓଡ଼ିଶା ଝିଅ ଦୂତୀ ଚାନ୍ଦ first appeared on Kanak News.



from Kanak News https://ift.tt/4CEgmYB https://ift.tt/8E4Dgar
ରାଜ୍ୟଗୋଷ୍ଠୀ କ୍ରୀଡ଼ା ଟ୍ରାକ୍ ଆଣ୍ଡ ଫିଲ୍ଡ ଲଢ଼େଇ : ମହିଳା ୧୦୦ ମିଟର୍ ହିଟରେ ଦୌଡ଼ିବେ ଓଡ଼ିଶା ଝିଅ ଦୂତୀ ଚାନ୍ଦ Kanak News ରାଜ୍ୟଗୋଷ୍ଠୀ କ୍ରୀଡ଼ା ଟ୍ରାକ୍ ଆଣ୍ଡ ଫିଲ୍ଡ ଲଢ଼େଇ : ମହିଳା ୧୦୦ ମିଟର୍ ହିଟରେ ଦୌଡ଼ିବେ ଓଡ଼ିଶା ଝିଅ ଦୂତୀ ଚାନ୍ଦ Kanak News Reviewed by SUBHENDU BARAL on August 01, 2022 Rating: 5

No comments:

Powered by Blogger.