କମିଛି ବନ୍ୟା, ହେଲେ କମିନି ଲୋକଙ୍କ ଦୁର୍ଦ୍ଦଶା : ସୁବର୍ଣ୍ଣରେଖା ବନ୍ୟା ଯୋଗୁଁ ଏବେବି ପାଣି ଘେରରେ ବାଲେଶ୍ୱରର ୨୧୫ ଗାଁ Kanak News

କନକ ବ୍ୟୁରୋ : କମୁଛି ବନ୍ୟା ହେଲେ ବଢୁଛି ଲୋକଙ୍କ ଦୁର୍ଦ୍ଦଶା । ସୁବର୍ଣ୍ଣରେଖାରେ ବନ୍ୟା ଆସିବା ଫଳରେ ଏବେ ବି ପାଣି ଘେରରେ ଅଛି ବାଲେଶ୍ୱରର ୨୧୫ ଗାଁ । ଭୋଗରାଇ, ଜଳେଶ୍ୱର, ବାଲିଆପାଳ ଓ ବସ୍ତା ବ୍ଲକର ୫୬ଟି ପଞ୍ଚାୟତର ୨୧୫ଟି ଗାଁର ଲୋକେ ପାଣି ଘେରରେ ରହିଛନ୍ତି । ସରକାରୀ ରିଲିଫ, ଖାଦ୍ୟ, ପଲିଥିନ୍, ପାନୀୟ ଜଳ ପାଇଁ ଲୋକେ ଡହଳବିକଳ ହେଉଛନ୍ତି । ଅତ୍ୟାବଶ୍ୟକୀୟ ସାମଗ୍ରୀ ପଠାଇବା ପାଇଁ ସରକାର ଉଦ୍ୟମ ଜାରି ରଖିଥିଲେ ମଧ୍ୟ ଲୋକଙ୍କ ଚାହିଦା ମୁତାବିକ ତାହା ସମୁଦ୍ରକୁ ସଂଖେ ।

ଅନେକ ସ୍ଥାନରେ ଓଳିଏ ଖାଇ ଓଳିଏ ଉପାସରେ ରହୁଛନ୍ତି ବନ୍ୟା ପୀଡ଼ିତ । ପ୍ରଶାସନ ରିଲିଫ ଯୋଗାଣ ପରିବର୍ତ୍ତେ ଆଶ୍ରୟସ୍ଥଳୀ ଗୁଡ଼ିକରେ ରନ୍ଧାଖାଦ୍ୟ ଯୋଗାଣ ଉପରେ ଗୁରୁତ୍ୱ ଦେଉଛନ୍ତି । ହେଲେ ରନ୍ଧାଖାଦ୍ୟ ଯୋଗାଣରେ ବ୍ୟାପକ ଅନିୟମିତତା ହେଉଥିବା ବନ୍ୟା ବିପନ୍ନ ଅଭିଯୋଗ କରୁଛନ୍ତି । ବନ୍ୟାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଭୋଗରାଇ ଓ ବାଲିଆପାଳ ବ୍ଲକର ହଜାର ହଜାର ପରିବାର । ଯାଜପୁର ବ୍ଲକର ଦଶରଥପୁର ବ୍ଳକ ଉପରେ ଦାଉ ସାଧୁଛି ବୈତରଣୀ । ୧୦ ଦିନ ହେଲା ୨୦୦ ପରିବାର ପାଣିଘେରରେ ରହିଛନ୍ତି । ଗାଁ ରାସ୍ତା ଓ ଗାଁ ଭିତରେ ଲହଡ଼ି ମାରୁଛି ବନ୍ୟା ପାଣି ।

The post କମିଛି ବନ୍ୟା, ହେଲେ କମିନି ଲୋକଙ୍କ ଦୁର୍ଦ୍ଦଶା : ସୁବର୍ଣ୍ଣରେଖା ବନ୍ୟା ଯୋଗୁଁ ଏବେବି ପାଣି ଘେରରେ ବାଲେଶ୍ୱରର ୨୧୫ ଗାଁ first appeared on Kanak News.



from Kanak News https://ift.tt/OxWANwQ https://ift.tt/rwSi8uh
କମିଛି ବନ୍ୟା, ହେଲେ କମିନି ଲୋକଙ୍କ ଦୁର୍ଦ୍ଦଶା : ସୁବର୍ଣ୍ଣରେଖା ବନ୍ୟା ଯୋଗୁଁ ଏବେବି ପାଣି ଘେରରେ ବାଲେଶ୍ୱରର ୨୧୫ ଗାଁ Kanak News କମିଛି ବନ୍ୟା, ହେଲେ କମିନି ଲୋକଙ୍କ ଦୁର୍ଦ୍ଦଶା : ସୁବର୍ଣ୍ଣରେଖା ବନ୍ୟା ଯୋଗୁଁ ଏବେବି ପାଣି ଘେରରେ ବାଲେଶ୍ୱରର ୨୧୫ ଗାଁ Kanak News Reviewed by SUBHENDU BARAL on August 24, 2022 Rating: 5

No comments:

Powered by Blogger.