ପ୍ରକୃତ ବୟସରୁ କମ ଦେଖାଯିବା ପାଲଟିଛି ଅଭିଶାପ; ମିଳୁନି ଚାକିରି Pramod Behera

ଆପଣ ନିଶ୍ଚିତ ଭାବରେ ଆପଣଙ୍କ ଆଖପାଖରେ ଥିବା ଲୋକଙ୍କୁ ସେମାନଙ୍କ ବୟସଠାରୁ ଛୋଟ ଦେଖାଯିବା ପାଇଁ ବହୁତ ଚେଷ୍ଟା କରୁଥିବା ଦେଖିଥିବେ। କେତେକ ଏଥିପାଇଁ ବ୍ୟାୟାମ କରନ୍ତି ତ ପୁଣି କେତେକ ସେମାନଙ୍କ ମୁହଁରେ ବିଭିନ୍ନ ପ୍ରକାର ପ୍ରଶାଧନ ସାମଗ୍ରୀ ବ୍ୟବହାର କରନ୍ତି। ଏତେ ସତ୍ତ୍ୱେ ମଧ୍ୟ ସେମାନକ ପାଖରେ ସେମିତି କୌଣସି ପ୍ରଭାବ ଦେଖିବାକୁ ମିଳେ ନାହିଁ। କିନ୍ତୁ ଆଜି ଏମିତି ଜଣେ ବ୍ୟକ୍ତିଙ୍କ କାହାଣୀ ଜାଣିବା ଯିଏ ତାଙ୍କ ବୟସଠାରୁ ୧୫ ବର୍ଷ ସାନ ଦେଖାଯାଉଛନ୍ତି। ଏନେଇ ସେ ଖୁସି ବଦଳରେ ଦୁଃଖ ଅନୁଭବ କରୁଛନ୍ତି। ଏହା ପଛରେ କି କାରଣ ରହିଛି ଆସନ୍ତୁ ଜାଣିବା।

ଯେଉଁ ବୟସରେ ଲୋକମାନେ ପ୍ରାୟ ନିଜର କ୍ୟାରିଅର୍ ସ୍ଥିର କରିସାରିଥାନ୍ତି, ସେହି ବୟସରେ ଚାଇନାରେ ରହୁଥିବା ଏହି ବ୍ୟକ୍ତିଙ୍କୁ ଶିଶୁ ଶ୍ରମିକ ଭାବରେ ଧରାଯାଉଛି। ନିଜ ପ୍ରକୃତ ବୟସଠାରୁ ଛୋଟ ଦେଖାଯିବା ଏହି ବ୍ୟକ୍ତିଙ୍କ ପାଇଁ ଅଭିଶାପ ପାଲଟିଛି। ସେ ହେଉଛନ୍ତି ଚୀନ୍‌ର ଡାଙ୍ଗଗୁଆନ୍‌ର ବାସିନ୍ଦା ମାଓ ସେଙ୍ଗ୍‌। ତାଙ୍କର ବୟସ ୨୭ ହୋଇଥିଲେ ବି ତାଙ୍କୁ କେହି ବି ୧୨ ବର୍ଷରୁ ଅଧିକ ଭାବନ୍ତି ନାହିଁ।

ମାଓ ସେଙ୍ଗ୍‌ଙ୍କ ଚେହେରା କମ ବୟସର ଲାଗିବା ଲୋକମାନଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ହୋଇପାରେ, କିନ୍ତୁ ସେ ନିଜେ ଏହାକୁ ଏକ ଅଭିଶାପ ବୋଲି ଭାବୁଛନ୍ତି। ସେ କହିଛନ୍ତି ଯେ ଏହି କାରଣରୁ ସେ ଏ ବୟସରେ ମଧ୍ୟ ଭଲ ଚାକିରି ପାଉ ନାହାଁନ୍ତି। ସେ ଯେଉଁଠି ବି କାମ କରନ୍ତି, ଲୋକମାନେ ତାଙ୍କୁ ଶିଶୁ ଶ୍ରମିକ ଭାବରେ ବିବେଚନା କରନ୍ତି।

ଯେତେବେଳେ ବି ସେ ତାଙ୍କ ପ୍ରକୃତ ବୟସ କୁହନ୍ତି ବିନା ଡକ୍ୟୁମେଣ୍ଟରେ କେହି ବିଶ୍ୱାସ କରନ୍ତି ନାହିଁ। ବର୍ତ୍ତମାନ ତାଙ୍କର ଫଟୋ ଏବଂ ଭିଡିଓ ଚାଇନାର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବିଶେଷକରି ଚାଇନାର ଟିକଟୋକ ପରି ଆପ୍ Douyin ରେ ତାଙ୍କର ଅନେକ ଭିଡିଓ ଅଛି। ସେଙ୍ଗ୍‌ଙ୍କ ବାପା ଅସୁସ୍ଥ ହୋଇପଡିଥିଲେ ତାଙ୍କର ଚେହେରା ଯୋଗୁଁ ସେ ଚାକିରି ପାଇବାରେ ଅସମର୍ଥ ହୋଇଛନ୍ତି।

ମାଓ ସେଙ୍ଗ୍‌ଙ୍କ କାହାଣୀ ଜେଉଁମାନେ ଶୁଣୁଛନ୍ତି ସେମାନେ ତାଙ୍କର ଏହି ଅବସ୍ଥା ପ୍ରତି ସହାନୁଭୂତି ଦେଖାଉଛନ୍ତି ଏବଂ ତାଙ୍କୁ ଚାକିରି ଦେଉ ନଥିବା ମାଲିକମାନଙ୍କ ଉପରେ କ୍ରୋଧ ପ୍ରକାଶ କରୁଛନ୍ତି। ସେଙ୍ଗ୍‌ଙ୍କ ଭିଡିଓ ଭାଇରାଲ ହେବା ପରେ ତାଙ୍କୁ କିଛି ସୁବିଧା ମିଳିଛି। ବର୍ତ୍ତମାନ ସେ ଅନେକ ଚାକିରି ଅଫର ପାଇଛନ୍ତି। ସେ ଏହି ସବୁ ଅଫର ମଧ୍ୟରୁ ଗୋଟିଏ ଚାକିରିକୁ ଆପଣେଇ ନେଇଛନ୍ତି ଏବଂ ତାଙ୍କ ବାପାଙ୍କୁ ସାହାଯ୍ୟ କରିବାକୁ ଆଶା ବାନ୍ଧିଛନ୍ତି।

ଏହି ସମୟରେ ତାଙ୍କ କାହାଣୀ କେବଳ ଚାଇନାର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇନାହିଁ, ସାରା ବିଶ୍ୱରେ ଲୋକମାନେ ତାଙ୍କ ବିଷୟରେ ପଢୁଛନ୍ତି। ପ୍ରକାଶଥାଉ ଯେ ଭାରତରେ ମଧ୍ୟ ଜଣେ ମହିଳାଙ୍କ ବୟସ ଅଧିକ ସତ୍ତ୍ୱେ ସେ ଅତି ବେଶିରେ ୧୦ ବର୍ଷ ପରି ଲାଗନ୍ତି।



from Latest Odisha News, Breaking News Today | Top Updates on Corona - OTV News https://ift.tt/GpirolC
ପ୍ରକୃତ ବୟସରୁ କମ ଦେଖାଯିବା ପାଲଟିଛି ଅଭିଶାପ; ମିଳୁନି ଚାକିରି Pramod Behera ପ୍ରକୃତ ବୟସରୁ କମ ଦେଖାଯିବା ପାଲଟିଛି ଅଭିଶାପ; ମିଳୁନି ଚାକିରି Pramod Behera Reviewed by SUBHENDU BARAL on July 29, 2022 Rating: 5

No comments:

Powered by Blogger.