ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟି-୨୦କୁ ସହଜରେ ଜିତି ନେଲା ଟିମ୍ ଇଣ୍ଡିଆ । ଦିନେଶ କାର୍ତ୍ତିକ ପ୍ଲେୟାର ଅଫ୍ ଦ ମ୍ୟାଚ୍ । Kanak News

କନକ ବ୍ୟୁରୋ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟି-୨୦କୁ ସହଜରେ ଜିତି ନେଇଛି ଟିମ୍ ଇଣ୍ଡିଆ । ଟସ୍ ଜିତି ୱେଷ୍ଟଇଣ୍ଡିଜ୍ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିବା ବେଳେ ଟିମ୍ ଇଣ୍ଡିଆ ୨୦ ଓଭରରେ ୬ ୱିକେଟ ହରାଇ ୧୯୦ ରନ୍ କରିଥିଲା । ଅଧିନାୟକ ରୋହିତ ଶର୍ମା ୭ଟି ଚୌକା ଓ ୨ଟି ଛକା ସହ ସର୍ବାଧିକ ୬୪ ରନ୍ ସ୍କୋର କରିଥିଲେ । ତେବେ ଇଂନିସର ଶେଷ ବେଳକୁ ଦୀନେଶ କାର୍ତ୍ତିକଙ୍କ ଯାଦୁ ଚାଲିଥିଲା । ଶେଷ ଭାଗରେ ଧୂଆଁଧାର ବ୍ୟାଟିଂ ପାଇଁ ପ୍ରସିଦ୍ଧ କାର୍ତ୍ତିକ ପୁଣି ଥରେ ଏହାକୁ ପ୍ରମାଣିତ କରି ଦେଖାଇଥିଲେ । ମାତ୍ର ୧୯ଟି ବଲ ୍ଖେଳି ୪ଟି ଚୌକା ଓ ୨ଟି ଛକା ଜରିଆରେ ୪୧ ରନ୍ କରି ଅପରାଜିତ ରହିଥିଲେ କାର୍ତ୍ତିକ ।
୧୯୧ ରନର ପିଛା କରି ୱେଷ୍ଟଇଣ୍ଡିିଜ୍ ଦଳ ପ୍ରଥମରୁ ୱିକେଟ ହରାଇ ଚାଲିଥିଲା । ୨୨ ରନରେ ପ୍ରଥମ ୱିକେଟ ହରାଇଥିଲା ଦଳ । ଏହାପରେ ଗୋଟିଏ ପରେ ଗୋଟିଏ ୱିକେଟ ପଡ଼ିଚାଲିଥିଲା । ଫଳରେ ୨୦ ଓଭରରେ ୮ ୱିକେଟ ହରାଇ ମାତ୍ର ୧୨୨ ରନ୍ କରିବାକୁ ସକ୍ଷମ ହୋଇଥିଲା ୱେଷ୍ଟଇଣ୍ଡିଜ୍ ଦଳ । ଫଳରେ ଭାରତ ମ୍ୟାଚକୁ ୬୮ ରନରେ ଜିତିନେଇଛି । ଭାରତ ପକ୍ଷରୁ ଅର୍ଶଦୀପ ସିଂ, ରବିଚନ୍ଦ୍ରନ ଅଶ୍ୱିନ ଓ ରବି ବିଷ୍ଣୋଇ ୨ଟି ଲେଖାଏଁ ୱିକେଟ ହାସଲ କରିଥିଲେ । ଦୀନେଶ କାର୍ତ୍ତିକ ପ୍ଲେୟାର ଅଫ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି । ଏହି ବିଜୟ ସହ ଭାରତ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୧-୦ରେ ଆଗୁଆ ରହିଛି ।
The post ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟି-୨୦କୁ ସହଜରେ ଜିତି ନେଲା ଟିମ୍ ଇଣ୍ଡିଆ । ଦିନେଶ କାର୍ତ୍ତିକ ପ୍ଲେୟାର ଅଫ୍ ଦ ମ୍ୟାଚ୍ । first appeared on Kanak News.
from Kanak News https://ift.tt/9XQIc5F https://ift.tt/RkYvpQO
No comments: