ରାଷ୍ଟ୍ରପତିଙ୍କୁ କ୍ଷମା ମାଗିଲେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ । ଚିଠି ଲେଖି କହିଲେ ପାଟିରୁ ଖସି ଯାଇଥିଲା ଭୁଲ ଶବ୍ଦ, ସେଥିପାଇଁ ସେ ଦୁଃଖିତ । Kanak News

କନକ ବ୍ୟୁରୋ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ‘ରାଷ୍ଟ୍ରପତ୍ନୀ’ କହି ବିବାଦରେ ଫସିଥିବା କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ନିଜର ବିବାଦୀୟ ମନ୍ତବ୍ୟ ପାଇଁ କ୍ଷମା ମାଗିଛନ୍ତି । ସାଂସଦ ବ୍ୟକ୍ତିଗତ ଭାବେ ରାଷ୍ଟ୍ରପତିଙ୍କ ନିକଟକୁ ଚିଠି ଲେଖି କ୍ଷମା ପ୍ରାର୍ଥନା କରିଛନ୍ତି । ତାଙ୍କ ପାଟିରୁ ଏହା ଭୁଲ ବଶତଃ ବାହାରି ଯାଇଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି ଆଉ ଏଥିପାଇଁ ସେ କ୍ଷମା ମାଗୁଛନ୍ତି ବୋଲି କହିଛନ୍ତି ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଅଶୋଭନୀୟ ଶବ୍ଦର ପ୍ରୟୋଗ କରି ବିବାଦକୁ ଆସିଥିବା ଅଧୀର ରଞ୍ଜନଙ୍କ ବିରୋଧରେ ବିଜେପି ଜୋରଦାର ପ୍ରତିବାଦ କରିଥିଲା । ଜଣେ ସାଂସଦଙ୍କ ଦ୍ୱାରା ରାଷ୍ଟ୍ରପତିଙ୍କ ପ୍ରତି ଏଭଳି ଶବ୍ଦର ପ୍ରୟୋଗକୁ ବିଜେପି ବିରୋଧ କରିଥିଲା । ସେପଟେ ବିବାଦ ବଢୁଥିବା ଦେଖି କ୍ଷମା ମାଗିଛନ୍ତି ଅଧିର ରଞ୍ଜନ । ତେବେ ଅଧୀର ରଞ୍ଜନଙ୍କ ଏହି କ୍ଷମା ପ୍ରାର୍ଥନା ପରେ ବିବାଦ ଥମିଯିବ ବୋଲି ଆଶା କରାଯାଉଛି ।

The post ରାଷ୍ଟ୍ରପତିଙ୍କୁ କ୍ଷମା ମାଗିଲେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ । ଚିଠି ଲେଖି କହିଲେ ପାଟିରୁ ଖସି ଯାଇଥିଲା ଭୁଲ ଶବ୍ଦ, ସେଥିପାଇଁ ସେ ଦୁଃଖିତ । first appeared on Kanak News.



from Kanak News https://ift.tt/UD3SBwt https://ift.tt/LGUo1gR
ରାଷ୍ଟ୍ରପତିଙ୍କୁ କ୍ଷମା ମାଗିଲେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ । ଚିଠି ଲେଖି କହିଲେ ପାଟିରୁ ଖସି ଯାଇଥିଲା ଭୁଲ ଶବ୍ଦ, ସେଥିପାଇଁ ସେ ଦୁଃଖିତ । Kanak News ରାଷ୍ଟ୍ରପତିଙ୍କୁ କ୍ଷମା ମାଗିଲେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ । ଚିଠି ଲେଖି କହିଲେ ପାଟିରୁ ଖସି ଯାଇଥିଲା ଭୁଲ ଶବ୍ଦ, ସେଥିପାଇଁ ସେ ଦୁଃଖିତ । Kanak News Reviewed by SUBHENDU BARAL on July 29, 2022 Rating: 5

No comments:

Powered by Blogger.