ଅଧିକାଂଶ ପୁଅମାନେ ଗାଡିକୁ ଭଲ ପାଆନ୍ତି। ସେମାନେ ପ୍ରାୟ ସମୟ ରାସ୍ତାରେ ବାଇକ୍ ଏବଂ କାର୍ ଚଳାଉଥିବାର ଦେଖାଯାଏ। କିନ୍ତୁ ଡ୍ରାଇଭିଂ କ୍ଷେତ୍ରରେ ଝିଅମାନେ ମଧ୍ୟ କାହାଠାରୁ କମ୍ ନୁହଁନ୍ତି। ଆଜିର ଯୁଗରେ ମହିଳାମାନେ କେବଳ ସେମାନଙ୍କ ସୁବିଧା ପାଇଁ କାର୍ କିମ୍ବା ବାଇକ୍ ଚଳଉ ନାହାନ୍ତି, ବରଂ କ୍ୟାରିଅର୍ ଭାବରେ ବିମାନ, ଟ୍ରେନ୍ କିମ୍ବା ଅଟୋ ରିକ୍ସା ମଧ୍ୟ ଚଳଉଛନ୍ତି।
ପରିବହନ ନିଗମର ବସ୍ର ଷ୍ଟିଅରିଂ ମଧ୍ୟ ମହିଳାଙ୍କ ହାତକୁ ଆସିଛି। ଏପରି ଜଣେ ଝିଅ ଅଛନ୍ତି, ଯିଏ ନିଜର ହବି ପୂରଣ କରିବା ପାଇଁ ବସ୍ ଚଳାନ୍ତି। ଏହି ଝିଅଟି କେରଳର ଏବଂ ସେ କଲେଜ ଛୁଟି ହେବା ପରେ ବସ୍ ଷ୍ଟିଅରିଂ ହାତ୍କୁ ନେବାକୁ ପସନ୍ଦ କରନ୍ତି। ଆସନ୍ତୁ ଜାଣିବା କେରଳର ଏହି ଝିଅଙ୍କ ବିଷୟରେ ଯିଏ ବସ୍ ଚଳାଇବାକୁ ପସନ୍ଦ କରନ୍ତି।
କିଏ ଏହି ଯୁବତୀ:
କେରଳର କୋଚିରେ ରହୁଥିବା ୨୧ ବର୍ଷର ଏନ୍ ମେରୀ ଅଂସାଲେନ୍ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ସେ ଏର୍ନାକୁଲମ୍ ଲ’ କଲେଜରେ ଅଧ୍ୟୟନ କରୁଛନ୍ତି। ସେ ବସ୍ ଚଳାଇବାକୁ ଭଲ ପାଆନ୍ତି। ଏହି ହବି ପୂରଣ କରିବା ପାଇଁ ତାଙ୍କ କଲେଜ ଛୁଟି ଦିନରେ ସେ ବସ୍ ଚଲାଇବାକୁ ଯାଆନ୍ତି। କେରଳର ଏହି ଝିଅ ପ୍ରତି ରବିବାର କକ୍କାନାଡ-ପେରୁମ୍ବାଦପୁ ମାର୍ଗରେ ବସ୍ ନେଇ ବାହାରି ଯାଆନ୍ତି। ଏହି ରାସ୍ତାରେ ପ୍ରବଳ ଗାଡି ମଟର ଚାଲୁଥିବା ବେଳେ ଜନ ସମାଗମ ମଧ୍ୟ ହୁଏ।
ଭାରୀ ଯାନ ଚଳାଇବାର ଶୌକ:
ନେରୀ କେବଳ ବସ୍ ନୁହେଁ ସବୁ ପ୍ରକାରର ବଡ ଏବଂ ଭାରୀ ଯାନ ଚଳାଇବାକୁ ପସନ୍ଦ କରନ୍ତି। ସେ ଲୋରୀ, ଟ୍ରକ୍ ମଧ୍ୟ ଚଳାଇଛନ୍ତି। ସେ ମାତ୍ର ୧୫ ବର୍ଷ ବୟସରେ ଗାଡି ଚଳାଇବା ଆରମ୍ଭ କରିଥିଲେ। ସର୍ବପ୍ରଥମେ ସେ ତାଙ୍କ ବାପାଙ୍କ ବୁଲେଟ୍ ଚଲାଇବା ଶିଖିଥିଲେ। ୧୮ ବର୍ଷ ବୟସରେ କଲେଜ ଯିବା ପରେ ସେ ଡ୍ରାଇଭିଂ ଲାଇସେନ୍ସ ପାଇଲେ।
ମାଗଣାରେ ଦିଅନ୍ତି ଯାତ୍ରୀ ସେବା:
କଲେଜକୁ ଆସିବା ପରେ ମେରୀ ବସ୍ ଚଳାଇବା ଆରମ୍ଭ କଲେ। ସେ ମାଗଣାରେ ବସ୍ ଚଳାଇ ଯାତ୍ରୀମାନଙ୍କୁ ନିଜ ଗନ୍ତବ୍ୟ ସ୍ଥଳକୁ ନେଇ ଯାଆନ୍ତି। ସନ୍ଧ୍ୟାରେ ବସ୍ ଡ୍ରାଇଭର ପେଟ୍ରୋଲ ପମ୍ପରେ ବସ୍ ପାର୍କିଂ କରି ଚାଲିଯାଆନ୍ତି। ମେରୀଙ୍କ କ୍ଲାସ୍ ଶେଷ ହେବା ପରେ ସେ ପେଟ୍ରୋଲ ପମ୍ପରୁ ବସ୍ ନେଇ ମାଲିକଙ୍କ ଘରକୁ ନେଇଯାଆନ୍ତି। ବସ୍ର ମାଲିକ ମେରୀଙ୍କର ଜଣେ ପଡ଼ୋଶୀ।
ଯେତେବେଳେ ମେରୀ ପ୍ରଥମ ଥର ପାଇଁ ବସ୍ ଚଳାଇଲେ, ଏକ ଝିଅ ବସ୍ ଚଳାଉଥିବାର ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଏନେଇ ଭୟଭୀତ ମଧ୍ୟ ହେଉଥିଲେ। ବର୍ତ୍ତମାନ ଏହା ଭିତରେ ୮ ମାସ ଚାଲିଗଲାଣି। ଯାତ୍ରୀମନେ ମେରୀଙ୍କୁ ବସ୍ ଚଲାଇଦେଖି ଅଭ୍ୟସ୍ତ ହୋଇଗଲେଣୀ ଆଉ ଭୟ ନକରି ଆରାମରେ ଯାଉଛନ୍ତି।
from Latest Odisha News, Breaking News Today | Top Updates on Corona - OTV News https://ift.tt/tly1fse
No comments: