
କନକ ବ୍ୟୁରୋ : ଆଜିଠୁ ରାଜ୍ୟରେ ସବୁ ସରକାରୀ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜରେ ଆରମ୍ଭ ହେବ ଏକକ ପିଜି ପ୍ରବେଶିକା ପରୀକ୍ଷା । ଉଚ୍ଚଶିକ୍ଷା ବିଭାଗ ଅଧୀନ ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର ହୋଇଛି । ପ୍ରତିଦିନ ତିନୋଟି ସେସନ୍ ଯଥା ପୂର୍ବାହ୍ନ ୧୦ଟାରୁ ୧୧ଟା ୩୦ ମଧ୍ୟରେ ପ୍ରଥମ, ମଧ୍ୟାହ୍ନ ୧୨ଟା ୩୦ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଦ୍ୱିତୀୟ ଓ ଅପରାହ୍ନ ୩ଟାରୁ ୪ଟା ୩୦ ମଧ୍ୟରେ ତୃତୀୟ ସେସ୍ନ ପରୀକ୍ଷା ଅନୁଷ୍ଠିତ ହେବ । ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କ ଲାଗି ଅତିରିକ୍ତ ୩୦ ମିନିଟ୍ ସମୟ ଦିଆଯିବ । ପ୍ରଥମ ଦିନ ନୃତତ୍ତ୍ୱ ବିଜ୍ଞାନ, ଭୂଗୋଳ, ଏମ୍ବିଏ ଓ ମେରାଇନ୍ ସାଇନ୍ସ ବିଷୟର ପରୀକ୍ଷା ରହିଛି ।
ଅଗଷ୍ଟ ୧୨ରୁ ୨୦ ମଧ୍ୟରେ ପ୍ରାର୍ଥୀମାନେ ନିଜର ସ୍ନାତକ ମାର୍କ ଅପଲୋଡ୍ କରିବେ । ବିଶ୍ୱବିଦ୍ୟାଳୟ ପକ୍ଷରୁ ଅଗଷ୍ଟ ୨୨ସୁଦ୍ଧା ଓକାକ୍ କର୍ତ୍ତୃପକ୍ଷଙ୍କୁ ପ୍ରବେଶିକା ପରୀକ୍ଷା ମାର୍କ ହସ୍ତାନ୍ତର କରାଯିବ । ଅଗଷ୍ଟ ୨୫ ଅପରାହ୍ନ ୨ଟାରେ ରାଜ୍ୟସ୍ତରୀୟ ବିଷୟଭିତ୍ତିକ ମେଧା ତାଲିକା ପ୍ରକାଶ ପାଇବ ଏବଂ ୨୫ରୁ ୩୦ ତାରିଖ ମଧ୍ୟରେ ଯୋଗ୍ୟ ପ୍ରାର୍ଥୀମାନେ ଚଏସ୍ ଫିଲିଂ କରିପାରିବେ । ସେପ୍ଟେମ୍ବର ୫ରେ ପ୍ରଥମ ପର୍ଯ୍ୟାୟ ପ୍ରୋଭିଜନାଲ ସିଟ୍ ଆଲଟ୍ମେଣ୍ଟ ତାଲିକା ପ୍ରକାଶ କରାଯିବ । ୬ ଓ ୭ ତାରିଖରେ ଛାତ୍ରଛାତ୍ରୀ ସେମାନଙ୍କୁ ଆଲଟ୍ ହୋଇଥିବା ଶିକ୍ଷାନୁଷ୍ଠାନରେ ନାମ ଲେଖାଇବେ ।
ସେପ୍ଟେମ୍ବର ୧୩ରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରୋଭିଜନାଲ ସିଟ୍ ଆଲଟମେଣ୍ଟ ତାଲିକା ପ୍ରକାଶ ପାଇବ ଏବଂ ୧୪ ଓ ୧୫ରେ ନାମଲେଖା ହେବ । ୨୦ ତାରିଖରେ ଖାଲିଥିବା ସିଟ୍ ତାଲିକା ସାମ୍ସ ୱେବସାଇଟ୍ରେ ଉପଲବ୍ଧ ହେବ। ୨୩ ତାରିଖରେ ସ୍ପଟ୍ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ ଏବଂ ୨୪ରୁ ୨୬ ତାରିଖ ମଧ୍ୟରେ ଶିକ୍ଷାନୁଷ୍ଠାନରେ ରିପୋର୍ଟିଂ ହେବ। ୨୮ ତାରିଖରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ଚୂଡ଼ାନ୍ତ ସ୍ପଟ୍ ମେରିଟ୍ ତାଲିକା ପ୍ରକାଶ କରାଯିବ । ୨୯ ଓ ୩୦ ତାରିଖରେ ନାମଲେଖା ହେବ ।
The post ଆଜିଠୁ ଏକକ ପିଜି ପରୀକ୍ଷା : ସାରା ରାଜ୍ୟରେ ୨୬ଟି ପରୀକ୍ଷା କେନ୍ଦ୍ରରେ ହେବ ପରୀକ୍ଷା first appeared on Kanak News.
from Kanak News https://ift.tt/osazNBn https://ift.tt/d9bukFE
No comments: