ବିଧାୟକଙ୍କ କାରରେ ପୁଳାପୁଳା ଟଙ୍କା । ପଶ୍ଚିମବଙ୍ଗ ପୋଲିସ ହାତରେ ଧରାପଡିଲେ ୩ କଂଗ୍ରେସ ବିଧାୟକ Kanak News

କନକ ବ୍ୟୁରୋ : ବିପୁଳ ପରିମାଣର ଟଙ୍କା ନେଇ ଯାଉଥିବା ବେଳେ ପଶ୍ଚିମବଙ୍ଗ ପୁଲିସ ହାତରେ ଧରାପଡିଛନ୍ତି ଝାରଖଣ୍ଡର ୩ କଂଗ୍ରେସ ବିଧାୟକ । ହାଉଡା ଜିଲ୍ଲାରେ ପଶ୍ଚିମବଙ୍ଗ ପୁଲିସ ସେମାନଙ୍କ କାରୁ ବିପୁଳ ପରିମାଣର ଟଙ୍କା ଜବତ କରି ପଚରାଉଚରା କରୁଛି । କଂଗ୍ରେସ ବିଧାୟକ ଇର୍ଫାନ ଆନସାରୀ, ରାଜେଶ କଚଚାପ, ନମନ ଭିକ୍ସେଲ କୋଙ୍ଗାରୀ ଝାରଖଣ୍ଡର ଜମତାରା ଅଞ୍ଚଳରୁ ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଅଞ୍ଚଳକୁ ଯାଉଥିଲେ ।

ପଶ୍ଚିମବଙ୍ଗ ପୁଲିସ ସେମାନଙ୍କ ଗାଡି ଅଟକାଇ ଯାଞ୍ଚ କରିବାକୁ ଡିକିରୁ ବିପୁଳ ପରିମାଣର ଟଙ୍କା ଜବତ କରାଯାଇଛି । ବିଧାୟକମାନଙ୍କୁ କେଉଁଠୁ ଟଙ୍କା ଆଣିଲେ ସେମ୍ପର୍କରେ ପଚରାଉଚରା କରାଯାଉଥିବା ତଦନ୍ତକାରୀ ଅଫିସର କହିଛନ୍ତି । ତେବେ ବିପୁଳ ପରିମାଣରେ ଟଙ୍କା ରହିଥିବାରୁ ଟଙ୍କା ଗଣିବା ପାଇଁ ପୁଲିସ ଟଙ୍କା ଗଣା ମେସିନ୍ ମଗାଇଛି । ଗଣା ସରିବା ପରେ ଟଙ୍କା ନେଇ ଅଧିକ ସୂଚନା ମିଳିପାରିବ ବୋଲି ପୁଲିସ କହିଛି ।

The post ବିଧାୟକଙ୍କ କାରରେ ପୁଳାପୁଳା ଟଙ୍କା । ପଶ୍ଚିମବଙ୍ଗ ପୋଲିସ ହାତରେ ଧରାପଡିଲେ ୩ କଂଗ୍ରେସ ବିଧାୟକ first appeared on Kanak News.



from Kanak News https://ift.tt/HS7nbZq https://ift.tt/VJQRpzg
ବିଧାୟକଙ୍କ କାରରେ ପୁଳାପୁଳା ଟଙ୍କା । ପଶ୍ଚିମବଙ୍ଗ ପୋଲିସ ହାତରେ ଧରାପଡିଲେ ୩ କଂଗ୍ରେସ ବିଧାୟକ Kanak News ବିଧାୟକଙ୍କ କାରରେ ପୁଳାପୁଳା ଟଙ୍କା । ପଶ୍ଚିମବଙ୍ଗ ପୋଲିସ ହାତରେ ଧରାପଡିଲେ ୩ କଂଗ୍ରେସ ବିଧାୟକ Kanak News Reviewed by SUBHENDU BARAL on July 30, 2022 Rating: 5

No comments:

Powered by Blogger.