ଯେଉଁମାନଙ୍କ କୁକୁରମାନଙ୍କ ପ୍ରତି ଭଲପାଇବା ଥାଏ ସେମାନେ ତାଙ୍କର ଖୁବ ଯତ୍ନ ନିଅନ୍ତି। କିଛି ଲୋକ ତ ନିଜ ପୋଷା କୁକୁରମାନଙ୍କ ଯତ୍ନ ନିଅନ୍ତି, ଯାହା ନିହାତି ଏକ ସାଧାରଣ କଥା। କିନ୍ତୁ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ଯେଉଁମାନେ ବୁଲା କୁମାର କୁକୁରମାନଙ୍କର ବି ଯତ୍ନ ନିଅନ୍ତି।
ଏମିତି ଅନେକ ଖବର ସାମ୍ନାକୁ ଆସିଛି ଯେଉଁଥିରେ ଲୋକମାନେ ରାସ୍ତାରେ ଏଣେତେଣେ ବୁଲୁଥିବା କୁକୁରମାନଙ୍କୁ ସାହାଯ୍ୟ କରନ୍ତି, ସେମାନଙ୍କୁ ଖାଇବାକୁ ଦିଅନ୍ତି, ଖରାଦିନେ ପାଣି ଦିଅନ୍ତି। ଏମିତି ବି ଜଣେ ମହିଳା ଅଛନ୍ତି ଯାହାଙ୍କ ବୁଲା କୁକୁରମାନଙ୍କ ପ୍ରତି ରହିଛି ଅହେତୁକ ଭଲ ପାଇବା। ତାଙ୍କୁ ଏବେ ୯୦ ବର୍ଷ ହୋଇଥିଲେ ବି ସେ ଏହି କାମରୁ ଓହରି ଯାଇ ନାହାନ୍ତି। ତେବେ ଆସନ୍ତୁ ଏହି କୁକୁର ପ୍ରେମୀ ଆଇମା’ର କାହାଣୀ ବିଷୟରେ ଜାଣିନେବା।
୯୦ ବର୍ଷର ଏହି ମହିଳାଙ୍କ ନାମ ହେଉଛି କନକ। ଏହି ବୟସରେ ସମସ୍ତେ ଶଯ୍ୟାରେ ଶୋଇ ପୁଅ ବୋହୁଙ୍କ ହାତ ରନ୍ଧାକୁ ଅନେଇ ବସିଥାନ୍ତି। କିନ୍ତୁ ଏହି ଆଇମା’ଙ୍କ କଥା ଭିନ୍ନ। ପରିଣତର ଏହି ବୟସରେ ବି ସେ ନିଜ ହାତରେ ପ୍ରତିଦିନ କୁକୁରମାନଙ୍କ ପାଇଁ ରୋଷେଇ କରନ୍ତି। ସେ କୁକୁରମାନଙ୍କ ପାଇଁ ପ୍ରତିଦିନ ଏକ ନୂଆ ପ୍ରକାରର ଖାଦ୍ୟ ରାନ୍ଧନ୍ତି। ସେ ଏମିତି କରନ୍ତି, କାରଣ କୁକୁରମାନେ ଯେପରି ପ୍ରତିଦିନ ଗୋଟିଏ ପ୍ରକାର ଖାଦ୍ୟ ଖାଇବାରେ ବିରକ୍ତ ନ ହୁଅନ୍ତି।
ଏହି ୯୦ ବର୍ଷ ବୟସ୍କା ଆଇମା’ର ଏକ ଭିଡିଓ ତାଙ୍କ ନାତୁଣୀ ଇନ୍ଷ୍ଟାଗ୍ରାମ୍ରେ ଶେୟାର କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ଜେଜେମା’ଙ୍କୁ ଅନେକ ବଡ଼ ବଡ ଅପରେସନ୍ କରାଯାଇଛି। ସେ ଅନେକ ଥର ବେଡ୍ରେଷ୍ଟ୍ ନେଇଛନ୍ତି କିନ୍ତୁ ସେ କେବେ ବି ତାଙ୍କ କୁକୁରମାନଙ୍କ ପ୍ରତି ଅବହେଳା କରି ନାହାନ୍ତି।
ସେ ଆଜିବି ପ୍ରତିଦିନ ସକାଳ ୪.୩୦ରେ ଉଠନ୍ତି ଏବଂ ୧୨୦ରୁ ଅଧିକ କୁକୁରଙ୍କ ପାଇଁ ରୋଷେଇ କରନ୍ତି। ନାତୁଣୀ ସନା ଲେଖିଛନ୍ତି ଯେ “ଯେତେବେଳେ ମୁଁ ପ୍ରତ୍ୟେକ କୁକୁରକୁ ଖାଇବାକୁ ଦେଇ ଘରକୁ ଫେରି ଆସିଲି, ଜେଜେମା ପଚାରିଥିଲେ ଆଜି ସମସ୍ତେ ଭଲରେ ଖାଇଛନ୍ତି ତ ? ସମସ୍ତଙ୍କୁ ଖାଇବା ପସନ୍ଦ ଆସିଲା ତ ? ତେଣୁ ମୁଁ ତାଙ୍କୁ ଏହି ଭିଡିଓ ଦେଖାଇଲି। ତାଙ୍କ ମୁହଁରେ ହସ ଫୁଟି ଉଠିଲା।
ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ତାଙ୍କ ଜେଜେମା ବିଶ୍ୱାସ କରନ୍ତି ଯେ ଆଜି ତାଙ୍କର ବୟସ ଏତେ ଲମ୍ବା ହୋଇଛି କେବଳ ସେହି ସ୍ୱରହୀନ କୁକୁରମାନଙ୍କ ପାଇଁ। ଜେଜେମା’ କୁହନ୍ତି, “ସେମାନେ ପ୍ରତିଦିନ ପ୍ରାର୍ଥନା କରନ୍ତି ଆଉ କୁହନ୍ତି ଯେ ମୁଁ ଏମିତି ରୋଷେଇ କରୁଥାଏ ରାନ୍ଧିବା ଏବଂ ସେମାବେ ଖାଉଥାନ୍ତୁ, ଏହା ହିଁ ମୋର ଖୁସି।
from Latest Odisha News, Breaking News Today | Top Updates on Corona - OTV News https://ift.tt/wSaBECX
No comments: