୧୨ ସନ୍ତାନର ମା’ ହୋଇ ବି ସନ୍ତୁଷ୍ଟ ନୁହନ୍ତି ଏହି ମହିଳା Pramod Behera

ମା’ ହେବାର ଅନୁଭବ ପ୍ରତ୍ୟେକ ମହିଳାଙ୍କ ପାଇଁ ଏକ ଅପୂର୍ବ ଆନନ୍ଦ ଦେଉଥିଲେ ବି ମାତୃତ୍ୱର ଯାତ୍ରା ଅତ୍ୟନ୍ତ କଷ୍ଟକର ହୋଇଥାଏ। ସନ୍ତାନ ଜନ୍ମ ପୂର୍ବରୁ ଏବଂ ପରେ ସେମାନଙ୍କର ଜୀବନ ସଂପୂର୍ଣ୍ଣ ବଦଳିଯାଏ। ସେମାନଙ୍କ ଶରୀରରେ ଅନେକ ପରିବର୍ତ୍ତନ ଘଟେ, ଦାୟିତ୍ୱ ବଢିଯାଏ। ଶୋଇବା ଠାରୁ ଆରମ୍ଭ କରି ବସିବା ପର୍ଯ୍ୟନ୍ତ ସବୁ ସମୟରେ ପିଲାମାନଙ୍କ ପାଇଁ ତ୍ୟାଗ କରିବାକୁ ହୋଇଥାଏ।

ଏଭଳି ପରିସ୍ଥିତିରେ ମହିଳାମାନେ ଆଜିର ସମୟରେ ଗୋଟିଏରୁ ଅଧିକ ପିଲା ଚାହୁଁ ନାହାନ୍ତି। କିନ୍ତୁ ଆମେରିକାର ଜଣେ ମହିଳାଙ୍କ କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ମାତୃତ୍ୱକୁ ନେଇ ତାଙ୍କ ସମ୍ପୂର୍ଣ୍ଣ ଭିନ୍ନ। ସେ ୧୨ ଟି ସନ୍ତାନର ମା’ ହୋଇଥିଲେ ବି ଏଥିରେ ସେ ସନ୍ତୁଷ୍ଟ ନୁହଁନ୍ତି। ସେ ଆହୁରି ଅଧିକ ସନ୍ତାନ ଚାହୁଁଛନ୍ତି କିନ୍ତୁ ବର୍ତ୍ତମାନ ଏହା ସମ୍ଭବ ନଥିବାରୁ ସେ ଦୁଖ ପ୍ରକାଶ ମଧ୍ୟ କରିଛନ୍ତି।

ଆମେରିକାର କାଲିଫର୍ନିଆରେ ରହୁଥିବା ୩୮ବର୍ଷିୟ ଆଇରିସ୍ ପୁର୍ନେଲ ଏକ ୱେବସାଇଟ୍‌ ସହ କଥା ହୋଇ ନିଜ ବିଷୟରେ କହିଥିଲେ ଏବଂ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ସେ ଲଗାତାର ୧୬ ବର୍ଷ ଧରି ଗର୍ଭବତୀ ଥିବାବେଳେ ସେ ୧୨ଟି ସନ୍ତାନର ଜନନୀ ହୋଇପାରିଛନ୍ତି। ସେ ୨୦୦୪ ରୁ ୨୦୧୯ ପର୍ଯ୍ୟନ୍ତ ପ୍ରତିବର୍ଷ ଗର୍ଭବତୀ ହୋଇଥିଲେ। ସେ ତାଙ୍କ ପାର୍ଟନର୍ କାର୍ଡେଲଙ୍କ ସହ ରୁହନ୍ତି ଏବଂ ପିଲାମାନଙ୍କର ଯତ୍ନ ନିଅନ୍ତି।

ବର୍ତ୍ତମାନ ସେ କହିଛନ୍ତି ଯେ ସେ ତାଙ୍କର ଗର୍ଭଧାରଣର ସମୟକୁ ବହୁତ ମନେ ପକଉଛନ୍ତି। ସେ ବିଶ୍ୱାସ କରନ୍ତି ଯେ ଗର୍ଭଧାରଣ ତାଙ୍କୁ ଅନେକ କିଛି ଶିକ୍ଷା ଦେଇଛି। ସେ କହିଛନ୍ତି, “ମୋର ୬ଟି ସି-ସେକ୍ସନ୍ ହୋଇଛି କିନ୍ତୁ ଗର୍ଭବତୀ ହେବା ମୋତେ ଆଧ୍ୟାତ୍ମିକ ଉନ୍ନତି ଦେଇଛି। ମୁଁ ଧୈର୍ଯ୍ୟ ଧରିବା ଏବଂ ମୋ ଶରୀର ସହିତ ସ୍ଥିର ହୋଇ ରହିବା ଶିଖିଛି।

ପ୍ରକାଶଥାଉ ଯେ ଆଇରିସ୍ ଜଣେ ଡ୍ୟାନ୍ସ କୋରିଓଗ୍ରାଫର୍। ସେ ୨୦୦୫ରେ କାର୍ଡେଲଙ୍କୁ ଭେଟିଥିଲେ, ଯିଏ ଜଣେ ଆନ୍ତର୍ଜାତୀୟ ନୃତ୍ୟଶିଳ୍ପୀ। ସେତେବେଳେ ପୂର୍ବ ସମ୍ପର୍କରୁ ପ୍ରତ୍ୟେକଙ୍କର ଗୋଟିଏ ଲେଖାଁଏ ସନ୍ତାନ ଥିଲେ।

 
 
 
 
 
 
 
 
 
 
 
 
 
 
 

A post shared by Iris Purnell (@mrs.storm)

ବର୍ତ୍ତମାନ ଏହି ଦମ୍ପତି ସେମାନଙ୍କର ୧୨ ସନ୍ତାନଙ୍କ ସହିତ ରୁହନ୍ତି। ସେ ୟୁଟ୍ୟୁବ୍ ଏବଂ ଟିକ୍‌ଟକ୍‌ରେ ଭିଡିଓ ପୋଷ୍ଟ୍‌ କରିଥା’ନ୍ତି, ଯାହାକୁ ଲୋକମାନେ ବହୁତ ପସନ୍ଦ କରନ୍ତି। ନିକଟରେ ସେ ଏକ ଭିଡିଓ ପୋଷ୍ଟ୍‌ କରିଛନ୍ତି ଯେଉଁଥିରେ ସେ କହିଥିଲେ ଯେ ସେ ଲଗାତାର ୧୬ ବର୍ଷ ଗର୍ଭବତୀ ଥିଲେ। ଏହା ସହିତ, ସେ ଏହା ମଧ୍ୟ କହିଛନ୍ତି ଯେ ସେ ପୁନର୍ବାର ଗର୍ଭବତୀ ହେବାକୁ ଚାହାଁନ୍ତି, ଏବଂ ସେ ତାଙ୍କର ଗର୍ଭଧାରଣ ସମୟକୁ ବହୁତ ମନେ ପକଉଛନ୍ତି। କିନ୍ତୁ ଦୁଃଖର କଥା ଯେ ସେ ଆଉ ଗର୍ଭବତୀ ହୋଇପାରିବେ ନାହିଁ। କାରଣ ସେ ଟ୍ୟୁବଲ୍ ଲିଗେସନ୍ ସର୍ଜରୀ କରିଛନ୍ତି। ଏନେଇ ସେ ଆଉ ମା’ ହୋଇପାରିବେ ନାହିଁ।



from Latest Odisha News, Breaking News Today | Top Updates on Corona - OTV News https://ift.tt/Q4Tlwy2
୧୨ ସନ୍ତାନର ମା’ ହୋଇ ବି ସନ୍ତୁଷ୍ଟ ନୁହନ୍ତି ଏହି ମହିଳା Pramod Behera ୧୨ ସନ୍ତାନର ମା’ ହୋଇ ବି ସନ୍ତୁଷ୍ଟ ନୁହନ୍ତି ଏହି ମହିଳା Pramod Behera Reviewed by SUBHENDU BARAL on July 30, 2022 Rating: 5

No comments:

Powered by Blogger.