ଦିନକୁ କେତେ ସମୟ ଯୋଗ କରିବା ଜରୁରୀ Pramod Behera

ଉଭୟ ଶରୀର ଓ ମନକୁ ସୁସ୍ଥ ରଖିବାକୁ ଯୋଗାସନର ଆବଶ୍ୟକତା ରହିଛି। ଦୈନିକ ଯୋଗ କରିବା ଦ୍ୱାରା ଶରୀରର ଶକ୍ତି ସ୍ତରରେ ଉନ୍ନତି ଆସେ ଏବଂ ଏହା ଶାରୀରିକ କାର୍ଯ୍ୟଦକ୍ଷତା ଏବଂ ଦୃଢତା ପାଇଁ ଲାଭଦାୟକ ହୋଇଥାଏ। କିନ୍ତୁ ଅନେକ ସମୟରେ ମନରେ ପ୍ରଶ୍ନ ଆସେ ଯେ ଗୋଟିଏ ଦିନରେ କେତେ ସମୟ ଯୋଗ ଅଭ୍ୟାସ କରାଯିବା ଉଚିତ?
ଯୋଗ ବିଶେଷଜ୍ଞଙ୍କ ମତରେ ନିଜର ଶାରୀରିକ ଦକ୍ଷତାକୁ ନେଇ ଯୋଗାସନ କରିବା ଉଚିତ। ତେବେ ସାଧାରଣ ଭାବେ ଦିନକୁ ୧ ଘଣ୍ଟାର ଯୋଗାସନ ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।

ତେବେ ଯୋଗ ଅଭ୍ୟାସ କରିବା ପାଇଁ ସେମିତି କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ନାହିଁ। ଏହା କିନ୍ତୁ ଯୋଗ ଅଭ୍ୟାସର ପ୍ରକାର ଧ୍ୟାନ ଉପରେ ନିର୍ଭର କରେ। ଯୋଗ ଅଭ୍ୟାସ କରିବାର ଅନେକ ଭିନ୍ନ ଉପାୟ ଅଛି, ଏସବୁ ଏହା ଉପରେ ନିର୍ଭର କରେ ଯେ ଆପଣ କେଉଁ ପ୍ରକାରର ଲାଭକୁ ଦୃଷ୍ଟିରେ ରଖି ଅଭ୍ୟାସ କରୁଛନ୍ତି। ସାଧାରଣତଃ ଶ୍ୱାସକ୍ରିୟା ଅଭ୍ୟାସ ଏବଂ ଅନ୍ୟାନ୍ୟ ଶାରୀରିକ ଯୋଗାସନକୁ ମିଶେଇ ୧ ଘଣ୍ଟା ପର୍ଯ୍ୟାପ୍ତ ସମୟ ଭାବରେ ବିବେଚନା କରାଯାଏ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ସୂର୍ଯ୍ୟ ଉଦୟ ପୂର୍ବରୁ ଯୋଗାସନ ଅଭ୍ୟାସ କରିବା ସବୁଠାରୁ ଅଧିକ ପ୍ରଭାବଶାଳୀ ହୋଇଥାଏ। ସକାଳେ ଯୋଗ ଅଭ୍ୟାସ କରିବା ଦ୍ୱାରା ଏହା ଶରୀରର ଶକ୍ତି ସ୍ତରକୁ ବୃଦ୍ଧି କରିଥାଏ। ଖାଲି ପେଟରେ ଯୋଗ କରିବା ଅତ୍ୟନ୍ତ ଉପକାରୀ।

ଅଧ୍ୟୟନରୁ ଜଣାପଡିଛି ଯେ ଯଦି ପ୍ରତିଦିନ ଯୋଗାସନ ଅଭ୍ୟାସ କରାଯାଏ ତେବେ ଏଥିରୁ ବିଶେଷ ଲାଭ ମିଳିଥାଏ। ଯଦି ଆପଣ ସପ୍ତାହରେ ଥରେ ବି ଯୋଗ କରନ୍ତି, ତେବେ ଏହା ମେରୁଦଣ୍ଡ ଏବଂ ହାମଷ୍ଟ୍ରିଙ୍ଗ୍ସର ନମନୀୟତାରେ ଉନ୍ନତି ଆଣିଥାଏ।



from Latest Odisha News, Breaking News Today | Top Updates on Corona - OTV News https://ift.tt/uoXAIdm
ଦିନକୁ କେତେ ସମୟ ଯୋଗ କରିବା ଜରୁରୀ Pramod Behera ଦିନକୁ କେତେ ସମୟ ଯୋଗ କରିବା ଜରୁରୀ Pramod Behera Reviewed by SUBHENDU BARAL on July 17, 2022 Rating: 5

No comments:

Powered by Blogger.