ସୁପ୍ରମିକୋର୍ଟର ପ୍ରଧାନ ବିଚାରପତିଙ୍କ ବଡ ବୟାନ : ସଚେତନତାର ଅଭାବ ଏବଂ ଆବଶ୍ୟକୀୟ ସମ୍ଭଳ ନ ଥିବାରୁ ଲୋକେ ଆସୁନାହାଁନ୍ତି ଅଦାଲତ Kanak News

କନକ ବ୍ୟୁରୋ : କୋର୍ଟରେ ମାମଲା ପଡିରହିଥିବା ନେଇ ସବୁ ବେଳେ ଖବର ପ୍ରକାଶ ପାଉଥିବା ବେଳେ ଏକ ନୂଆ ଘଟଣା ସାମ୍ନାକୁ ଆସିଛି । ଭାରତରେ ଅଧିକାଂଶ ଲୋକେ ଅଦାଲତ ଆସୁନାହାଁନ୍ତି । ସଚେତନତାର ଅଭାବ ଏବଂ ଆବଶ୍ୟକୀୟ ସମ୍ଭଳ ନ ଥିବାରୁ ସେମାନେ ଅଦାଲତ ଆସୁନଥିବା କହିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି ରମଣା ।

ଆର୍ଥିକ ସମ୍ବଳ ନ ଥିବାରୁ ଅନେକ ଲୋକ ଚୁପ୍ ରହି ନୀରବରେ ଯନ୍ତ୍ରଣା ଭୋଗୁଥିବା କହିଛନ୍ତି ପ୍ରଧାନ ବିଚାରପତି । ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନ ବିଚାରପତି କହିଛନ୍ତି, ସାମାଜିକ, ଆର୍ଥିକ ଏବଂ ରାଜନୈତିକ ନ୍ୟାୟ ସୁନିଶ୍ଚିତ କରିବାକୁ ସମ୍ବିଧାନର ମୁଖବନ୍ଧ ସମସ୍ତଙ୍କଚୁ ପ୍ରତିଶ୍ରତି ଦେଇଛି । କିନ୍ତୁ ବାସ୍ତବତା ହେଉଛି ଆମ ଜନସଂଖ୍ୟାର ଅତି କମ ପ୍ରତିଶତ ଲୋକେ ନ୍ୟାୟ ବିତରଣ ବ୍ୟବସ୍ଥାକୁ ଯାଇପାରୁଛନ୍ତି ।

ଜଷ୍ଟିସ୍ ରମଣା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଦିଲ୍ଲୀରେ ଅନୁଷ୍ଠିତ ଜାତୀୟ ଆଇନ ସେବା ପ୍ରାଧିକରଣ ଦ୍ୱାରା ଆୟୋଜିତ ସର୍ବଭାରତୀୟ ଜିଲ୍ଲା ନ୍ୟାୟିକ ସେବା ବୈଠକରେ ଏଭଳି କହିଛନ୍ତି । ପ୍ରଧାନ ବିଚାରପତି କହିଛନ୍ତି, ସମାଜରେ ଥିବା ପାର୍ଥକ୍ୟକୁ ଦୂର କରିବା ଲକ୍ଷ୍ୟରେ ଆଧୁନିକ ଭାରତର ନିର୍ମାଣ କରାଯାଇଥିଲା । ହେଲେ ସାମାଜିକ ନ୍ୟାୟ ବିନା ଏଭଳି ସ୍ଥିିତି ଅସମ୍ଭବ ବୋଲି ସେ କହିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଇନଗତ ସହାୟତାକୁ ଅପେକ୍ଷା କରି ଜେଲରେ ଥିବା ବିଚାରଧୀନ କଏଦୀଙ୍କ ମୁକ୍ତି କରିବା ପ୍ରକ୍ରିୟା ତ୍ୱରାନିତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ।

The post ସୁପ୍ରମିକୋର୍ଟର ପ୍ରଧାନ ବିଚାରପତିଙ୍କ ବଡ ବୟାନ : ସଚେତନତାର ଅଭାବ ଏବଂ ଆବଶ୍ୟକୀୟ ସମ୍ଭଳ ନ ଥିବାରୁ ଲୋକେ ଆସୁନାହାଁନ୍ତି ଅଦାଲତ first appeared on Kanak News.



from Kanak News https://ift.tt/76m2CcM https://ift.tt/AJBCYqh
ସୁପ୍ରମିକୋର୍ଟର ପ୍ରଧାନ ବିଚାରପତିଙ୍କ ବଡ ବୟାନ : ସଚେତନତାର ଅଭାବ ଏବଂ ଆବଶ୍ୟକୀୟ ସମ୍ଭଳ ନ ଥିବାରୁ ଲୋକେ ଆସୁନାହାଁନ୍ତି ଅଦାଲତ Kanak News ସୁପ୍ରମିକୋର୍ଟର ପ୍ରଧାନ ବିଚାରପତିଙ୍କ ବଡ ବୟାନ : ସଚେତନତାର ଅଭାବ ଏବଂ ଆବଶ୍ୟକୀୟ ସମ୍ଭଳ ନ ଥିବାରୁ ଲୋକେ ଆସୁନାହାଁନ୍ତି ଅଦାଲତ Kanak News Reviewed by SUBHENDU BARAL on July 30, 2022 Rating: 5

No comments:

Powered by Blogger.