ଇନ୍ସପେକ୍ଟରଙ୍କ ବଡପଣ; ସାଜିଛନ୍ତି ‘ଖାକି ୱାଲେ ଗୁରୁଜୀ’ Pramod Behera

ଇନ୍ସପେକ୍ଟର ରଣଜିତ୍ ସିଂ ଯାଦବ ଅଯୋଧ୍ୟାରେ ‘ଖାକି ୱାଲେ ଗୁରୁଜୀ’ ଭାବରେ ବେଶ ଜଣାଶୁଣା। ବସ୍ତି ବାସିନ୍ଦାର ପିଲାମାନଙ୍କୁ ଶିକ୍ଷା ଦେବା ହେଉଛି ତାଙ୍କର ଲକ୍ଷ। ୟୁପି ପୋଲିସ୍ ଡ୍ୟୁଟିରେ ଥିବାବେଳେ ‘ଆପ୍‌ନା ସ୍କୁଲ୍’ କରିବା ନେଇ ପ୍ରେରଣା ପାଇଥିଲେ।

ସେ କୁହନ୍ତି ଯେ “ମୋତେ କୋଟୱାଲୀ ଅଯୋଧ୍ୟାର ସାରୟୁରେ ଥିବା ଏକ ଘାଟରେ ପୋଷ୍ଟ୍‌ କରାଯାଇଥିଲା। ଅନେକ ପିଲା ମନ୍ଦିର ଏବଂ ଘାଟ ନିକଟରେ ଭିକ୍ଷା ମାଗୁଥିବା ମୁଁ ଦେଖିଥିଲି। ମୁଁ ଯେତେବେଳେ ବି ସେମାନଙ୍କ ସହ ମିଶିବାକୁ ଚେଷ୍ଟା କଲି, ସେମାନେ ମୋର ଖାକି ୟୁନିଫର୍ମକୁ ଭୟ କରି ପଳାଉଥିଲେ।”

ରଣଜିତ୍ ସିଂ ଆହୁରି କୁହନ୍ତି ଯେ “ସେମାନଙ୍କ ପାଇଁ ବଞ୍ଚିବା ସବୁଠାରୁ ବଡ ଆହ୍ୱା ଥିଲା। ଯେତେବେଳେ ମୁଁ ସେମାନଙ୍କ ବାପାମାଆଙ୍କୁ ପଚାଲି ଯେ ସେମାନେ ତାଙ୍କ ପିଲାମାନଙ୍କୁ ପାଠ ପଢେଇବାରୁ ବଞ୍ଚିତ କରିବାକୁ ଚାହାନ୍ତି କି, ସେମାନେ ହସି ହସି ମୁଣ୍ଡ ହଲେଇଲେ। କିନ୍ତୁ ସେମାନଙ୍କ ପାଖରେ ଆବଶ୍ୟକ କାଗଜପତ୍ର ନଥିଲା। ଏହା ମୋ ଭିତରର ଶିକ୍ଷକକୁ ଜାଗ୍ରତ କଲା ଏବଂ ମୁଁ ସେମାନଙ୍କୁ ନିଜେ ପ୍ରତିଦିନ ପାଠ ପଢେଇବା ପାଇଁ ପ୍ରସ୍ତାବ ଦେଲି।” ପରଦିନ ସକାଳେ, ପିଲାମାନେ ଭିକ ମାଗିବା ପାଇଁ ତାଙ୍କ ବାପାମାଆଙ୍କ ସହ ଯିବା ପୂର୍ବରୁ ଅଧିକାରୀ ଖଜୁଆ କୁଣ୍ଡ ବସ୍ତିରେ ପହଞ୍ଚିଗଲେ।

ଇନ୍ସପେକ୍ଟର କୁହନ୍ତି, “ମୁଁ ନୋଟ୍‌ବୁକ୍, ପେନ୍‌ସିଲ୍, ରବର, ସ୍ଲେଟ୍, ଚକ ଏବଂ ଅତି କମରେ ୬୦ ପିଲା ବସିବା ଭଳି ଗୋଟିଏ ମ୍ୟାଟ୍ ସହିତ ସେମାନଙ୍କୁ ପଢେଇବା ଦେବା ପାଇଁ ଏକ ବୋର୍ଡ ସହିତ ପ୍ରସ୍ତୁତ ହୋଇ ଯାଇଥିଲି। ପିଲାମାନେ ଏକ ଜାଗାକୁ ସଫା କରିଦେଲେ, ମ୍ୟାଟ୍ ପକେଇ ଦେଲେ ଏବଂ ଏକ ଗଛ ତଳେ ଚେୟାର ଉପରେ ବୋର୍ଡ ଲଗାଇଦେଲେ। ଏମିତି ହିଁ ଆରମ୍ଭ ହେଲା 'ଅପନା ସ୍କୁଲ୍'ର ଧାରଣା।”

ଏହି ଅଫିସର ନିଜେ ଏକ ଗରିବ ପରିବାରରୁ ଆସିଛନ୍ତି। ସେ ହେଉଛନ୍ତି ଆଜମଗଡର ଜଣେ ଚାଷୀଙ୍କ ପୁଅ। ସେମାନେ ଚାରି ଭାଇ। ପାଠ ପଢିବା ପାଇଁ ସେମାନେ ବହୁ ସଂଘର୍ଷ କରିଥିବା ସେ କୁହନ୍ତି। ତାଙ୍କ କହିବା କଥା, “ମୁ ମାଗିକି ବହି ପଢୁଥିଲି।” ସେ ନିଜେ ଅଭାବୀ ପରିବାରରୁ ଆସିଥିବାରୁ ଗରିବଙ୍କ ଦୁଃଖ ବୁଝିପାରୁଥିବା ଜଣାଯାଏ।

ଯେତେବେଳେ ମହାମାରୀ ଶିକ୍ଷା ଉପରେ ପ୍ରଭାବ ପକାଇଥିଲା, ସେତେବେଳେ ଇନ୍ସପେକ୍ଟର ଯାଦବଙ୍କ ଦ୍ୱାରା ବସ୍ତି ପିଲାମାନଙ୍କୁ ଶିକ୍ଷା ଦେବା ପାଇଁ ନିଆଯାଇଥିବା ପଦକ୍ଷେପ ସେମାନଙ୍କ ଜୀବନରେ ଆଲୋକ ଆଣିଥିଲା। ଅଫିସର୍‌ଙ୍କ ଏହି ବଡପଣ ନେଇ ବସ୍ତିବାସିନ୍ଦା ବହୁତ ଖୁସି ଥିବା ଜଣାଯାଏ। ସେମାନେ କୁହନ୍ତି ଯେ “'ଖାକି ୱାଲେ ଗୁରୁଜୀ'ଙ୍କ ‘ଆପ୍‌ନା ସ୍କୁଲ୍’ ପାଇଁ ଆମେ କୃତଜ୍ଞ, ଯେଉଁଠାରେ ଆମ ପିଲାମାନେ କିଛି ଶିଖନ୍ତି। ସେ ଆମ ପିଲାମାନଙ୍କୁ ନୂଆ ସ୍ୱପ୍ନ ଦେଖେଇଛନ୍ତି।”

ତେବେ ‘ଆପ୍‌ନା ସ୍କୁଲ୍’ ମାତ୍ର ୩୦ ପିଲାରେ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ୬୦ ପିଲାରେ ପହଞ୍ଚିଛି। ସେ ନିଜ କର୍ତ୍ତବ୍ୟ ସହିତ ପିଲାମାନଙ୍କୁ ପାଠ ପଢାନ୍ତି। ଯାଦବ କହିଛନ୍ତି ଯେ ସେ ପିଲାମାନଙ୍କୁ ସକାଳୁ ପଢାନ୍ତି। ନହେଲେ ସେମାନେ ଭିକ୍ଷା ମାଗିବାକୁ ପଳାନ୍ତି। ଏମିତି କରିବାର କିଛି ମାସ ପରେ ପିଲାମାନେ ପାଠ ପଢିବା ନେଇ ଆଗ୍ରହ ଦେଖାଇବା ଆରମ୍ଭ କରିଛନ୍ତି ଏବଂ ଗୋଟିଏ ବି କ୍ଲାସ୍‌ ମିସ୍ କରିବାକୁ ଚାହୁଁ ନାହାଁନ୍ତି।



from Latest Odisha News, Breaking News Today | Top Updates on Corona - OTV News https://ift.tt/89xlZnC
ଇନ୍ସପେକ୍ଟରଙ୍କ ବଡପଣ; ସାଜିଛନ୍ତି ‘ଖାକି ୱାଲେ ଗୁରୁଜୀ’ Pramod Behera ଇନ୍ସପେକ୍ଟରଙ୍କ ବଡପଣ; ସାଜିଛନ୍ତି ‘ଖାକି ୱାଲେ ଗୁରୁଜୀ’ Pramod Behera Reviewed by SUBHENDU BARAL on July 13, 2022 Rating: 5

No comments:

Powered by Blogger.