ଘୋଷଯାତ୍ରା ପରେ ବଡଦେଉଳକୁ ଫେରିଲେ ଚତୁର୍ଦ୍ଧାମୂରତି : ଆଜିଠୁ ରତ୍ନସିଂହାସନରେ ଦର୍ଶନ ଦେବେ କଳା ଠାକୁର; ନୀଳାଚଳ ଅଭଡା ପାଇବାକୁ ଭକ୍ତ ବ୍ୟାକୁଳ Kanak News

କନକ ବ୍ୟୁରୋ : ସରିଲା ଘୋଷଯାତ୍ରା । ୧୨ଦିନର ଲୀଳାଖେଳା ପରେ ଦାରୁବ୍ରହ୍ମ ନୀଳାଦ୍ରୀ ବିଜେ କରିଛନ୍ତି । ନବଦିନ ବ୍ୟାପି ଘୋଷଯାତ୍ରା ଶେଷ କରି ଶ୍ରୀମନ୍ଦିର ରତ୍ନସିଂହାସନକୁ ବାହୁଡିଛନ୍ତି ଶ୍ରୀଜୀଉ । ପ୍ରଥମେ ମଦନମୋହନ , ରାମକୃଷ୍ଣଙ୍କୁ ଗୋଟି ପହଣ୍ଡିରେ ନିଆଯାଇଥିଲା । ଏହା ପରେ ବଡଭାଇ ବଳଭଦ୍ର ଗୋଟି ପହଣ୍ଡିରେ ରତ୍ନସିଂହାସନକୁ ଯାଇଥିଲେ ।
ତାପରେ ଭଉଣୀ ସୁଭଦ୍ରା ଓ ଶେଷରେ କାଳିଆ ସାଆନ୍ତ ବଡଦେଉଳକୁ ବିଜେ କରିଛନ୍ତି । ଜଗନ୍ନାଥ ବଡଦେଉଳକୁ ପ୍ରବେଶ କରିବା ସମୟରେ ଶ୍ରୀମନ୍ଦିର ପରମ୍ପରା ଅନୁସାରେ ମା’ ଲକ୍ଷ୍ମୀ କାଳିଆ ଠାକୁରଙ୍କ ଉପରେ ଅଭିମାନ କରିଥାନ୍ତି । ଆଉ ମା ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିଥାନ୍ତି ମହାପ୍ରଭୁ ଜଗନ୍ନାଥ । ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପରେ ଖୋଲିଥାଏ ସିଂହଦ୍ୱାର ।
ରସଗୋଲା ଖୁଆଇ ଲକ୍ଷ୍ମୀ ଠାକୁରାଣୀଙ୍କ ମାନଭଞ୍ଜନ କରିଛନ୍ତି କାଳିଆ ଠାକୁର । ରସଗୋଲାର କାହାଣୀ ଯେତିକି ପୁରୁଣା ଏହାକୁ ନେଇ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନବଦିନ ରଥଯାତ୍ରାର ନିଳାଦ୍ରୀ ବିଜେ ଦିବସ ମଧ୍ୟ ସେତିକି ଚର୍ଚ୍ଚିତ । ଏହାର କାରଣ ସ୍ୱରୂପ ଏହି ରସଗୋଲା ଭୋଗ ଲାଗି ହେବାର ପାରମ୍ପରିକ ଘଟଣାକ୍ରମ ଏହାକୁ ଆହୁରି ଅଧିକ ମାନ୍ୟତା ପ୍ରଦାନ କରି ପାରିଛି । ମାତା ଲକ୍ଷ୍ମୀଙ୍କୁ ସାଙ୍ଗରେ ନନେଇ, ବଡଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ଘୋଷଯାତ୍ରାରେ ମାଉସୀ ଘରକୁ ବାହାରିୁ ଯାଆନ୍ତି ।
ମାତା ଲକ୍ଷ୍ମୀଙ୍କୁ ବଡ ଦେଉଳରେ ଏକା କରି ଚାଲିଯାଇଥିବାରୁ ମାତା ଲକ୍ଷ୍ମୀ ଜଗନ୍ନାଥଙ୍କ ଫେରିବା ବେଳେ ଅଭିମାନ କରିଥାନ୍ତି । ଶ୍ରୀ ଜଗନ୍ନାଥଙ୍କ ଉପରେ ରାଗିଥିବା କାରଣରୁ ନବଦିନ ଘୋଷଯାତ୍ରାରେ ଅନୁଷ୍ଠିତ ହେରାପଞ୍ଚମୀ ଦିନ ନନ୍ଦିଘୋଷ ରଥର ଚକ ଭାଙ୍ଗି ନିଜର କ୍ରୋଧ ଜାହିର କରିଥାନ୍ତି । ଏହା ପରେ ନିଳାଦ୍ରୀ ବିଜେ ଦିନ ମାତା ଲକ୍ଷ୍ମୀଙ୍କର ଏହି ଅଭିମାନକୁ ଭାଙ୍ଗିବା ପାଇଁ ପ୍ରଭୁ ଶ୍ରୀଜଗନ୍ନାଥ ଏମିତି ଏକ ରସାଳ ମଧୁର ମିଠାକୁ ମାତା ଲକ୍ଷ୍ମୀଙ୍କ ପାଖରେ ସମର୍ପି ତାଙ୍କର ମାନଭଞନ କରନ୍ତି ।
The post ଘୋଷଯାତ୍ରା ପରେ ବଡଦେଉଳକୁ ଫେରିଲେ ଚତୁର୍ଦ୍ଧାମୂରତି : ଆଜିଠୁ ରତ୍ନସିଂହାସନରେ ଦର୍ଶନ ଦେବେ କଳା ଠାକୁର; ନୀଳାଚଳ ଅଭଡା ପାଇବାକୁ ଭକ୍ତ ବ୍ୟାକୁଳ first appeared on Kanak News.
from Kanak News https://ift.tt/mzDYoFl https://ift.tt/IVEOdPt
No comments: