
କନକ ବ୍ୟୁରୋ : ଇତିହାସ ରଚିଛନ୍ତି ମୀରାବାଇ ଚାନୁ । ବର୍ମିଂହାମରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ମିଳିଛି ପ୍ରଥମ ସ୍ୱର୍ଣ୍ଣପଦକ । ଭାରତ ପାଇଁ ଏହି ସଫଳତା ଆଣିଦେଇଛନ୍ତି ସୁନା ଝିଅ ମୀରାବାଇ ଚାନୁ । ଭାରୋତୋଳନର ୪୯ କିଲୋବର୍ଗରେ ମୀରାବାଇ ସ୍ୱର୍ଣ୍ଣ ପଦକ ଜିଣି ଭାରତର ଗୌରବ ବଢାଇଛନ୍ତି । କମନୱେଲଥ ଗେମର ପ୍ରଥମ ଦିନରେ ଭାରତ କୌଣସି ପଦକ ପାଇନଥିବା ବେଳେ ଦ୍ୱିତୀୟ ଦିନରେ ସ୍ୱର୍ଣ୍ଣପଦକ ଜିିତି ଭାରତର ନାମ ବଢାଇଛନ୍ତି ମୀରାବାଇ ।
ସେହିପରି ଭାରୋତ୍ତୋଳନରେ ବିନ୍ଦ୍ୟାରାଣୀ ଦେବୀ ରୌପ୍ୟ ପଦକ ହାସଲ କରିଛନ୍ତି । ୫୫ କେଜି ବର୍ଗ ମହିଳ ଭାରୋତ୍ତୋଳନରେ ସେ ରୌପ୍ୟ ପଦକ ହାସଲ କରିଛନ୍ତି । ଏଥିସହ ଭାରତର ପଦକ ତାଲିକା ୪ରେ ପହଞ୍ଚିଛି । ଭାରତକୁ ପ୍ରଥମ ପଦକ ମିଳିଥିବା ପୁରୁଷ ବର୍ଗ ଭାରତୋଳନରୁ । ଆଜି ୫୫ କିଲୋବର୍ଗ ଭାରତୋଳନରେ ସଙ୍କେତ ସରଗର ଭାରତ ପାଇଁ ପ୍ରଥମ ରୌପ୍ୟ ପଦକ ଜିଣିଥିଲେ । ଏହାପରେ ୬୧ ବର୍ଗ ଭାରତୋଳନରେ ଭାରତର ଗୁରୁରାଜ ପୁଜାରୀ କାଂସ୍ୟ ପଦକ ଜିତିିଛନ୍ତି ।
କମନୱେଲଥ ଗେମରେ ଭାରତ ବର୍ତ୍ତମାନ ସୁଦ୍ଧା ଗୋଟିଏ ସ୍ୱର୍ଣ୍ଣ, ଗୌଟିଏ ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ହାସଲ କରିଛି । ୨୦୧୮ରେ କମନୱେଲଥ ଗେମ୍ସରେ ମୀରାବାଇ ଚାନୁ ମୀରାବାଇ ଚାନୁ ସ୍ୱର୍ଣ୍ଣପଦକ ଜିତିଥିଲେ । ଏବେ ବର୍ମିଂହାମରେ ପୁଣି ସ୍ୱର୍ଣ୍ଣ ଜିତିବା ପରେ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ଟ୍ୱିଟ କରିଛନ୍ତି । ୪୯ କିଲୋଗ୍ରାମ ବର୍ଗରେ ମୀରାବାଇ ଚାନୁ ଟୋକିଓ ଅଲିମ୍ପିକ୍ସରେ ସିଲିଭର ମେଡାଲ ଜିତିଥିଲେ ।
The post ରାଜ୍ୟଗୋଷ୍ଠୀ କ୍ରୀଡା : ସ୍ୱର୍ଣ୍ଣ, ରୌପ୍ୟ ସହ ଭାରତକୁ ୪ ପଦକ first appeared on Kanak News.
from Kanak News https://ift.tt/ZEhu4ki https://ift.tt/Z3goi6P
No comments: