ଆଜିଠୁ ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚ : ଘରୋଇ ଟିମ୍ ବିରୋଧରେ ଶିଖର ଧାୱନଙ୍କ ନେତୃତ୍ୱରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ Kanak News

କନକ ବ୍ୟୁରୋ : ଆଜିଠାରୁ ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚ ଖେଳାଯିବ । ଅଧିନାୟକ ଶିଖର ଧାୱନଙ୍କ ନେତୃତ୍ୱରେ ଏହି ମ୍ୟାଚ ଖେଳାଯିବ । ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ଏହି ଶୃଙ୍ଖଳା ମଧ୍ୟରେ ୩ଟି ଦିନିକିଆ ଏବଂ ୫ ଟି-୨୦ ମ୍ୟାଚ୍ ଖେଳିବାର ସୂଚୀ ରହିଛି । ୨୯ ତାରିଖରୁ ଟି-୨୦ ଶୃଙ୍ଖଳା ଖେଳାଯିବ । ଅଗଷ୍ଟ ୭ ତାରିଖରେ ଭାରତୀୟ ଦଳର ଗସ୍ତ ଶେଷ ହେବ । ଭାରତ ଉଭୟ ଦିନିକିଆ ଏବଂ ଟି-୨୦ ଦଳ ଘୋଷଣା କରିସାରିଛି ।

ବିରାଟ କୋହଲି, ଯଶପ୍ରୀତ୍ ବୁମ୍ରା ଉଭୟ ଦଳରୁ ବିଶ୍ରାମ ପାଇଛନ୍ତି । ଧାୱନ୍ ଦିନିକିଆ ଦଳର ନେତୃତ୍ୱ ନେଉଥିଲା ବେଳେ ରୋହିତ ଶର୍ମା ଟିି-୨୦ ଶୃଙ୍ଖଳାରେ ନେତୃତ୍ୱ ନେବେ । ଅନ୍ୟପକ୍ଷରେ ଘରୋଇ ୱେଷ୍ଟଇଣ୍ଡିଜ୍ ଦିନିକିଆ ଦଳ ଘୋଷଣା କରିସାରିଥିଲା ବେଳେ ପୁରୁଖା ଅଲ୍ରାଉଣ୍ଡର ଜାସନ ହୋଲ୍ଡର ଦଳକୁ ଫେରିଛନ୍ତି । ଭାରତୀୟ ଦଳ ଶେଷଥର ପାଇଁ ୨୦୧୯ରେ ୱେଷ୍ଟଇଣ୍ଡିଜ୍ ଗସ୍ତ କରିଥିଲା । ସେହି ଗସ୍ତରେ ଉଭୟ ଦଳ ୨ଟି ଟେଷ୍ଟ୍, ୩ ଦିନିକିଆ ଏବଂ ୩ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଥିଲେ । ଭାରତ ତିନୋଟି ଯାକ ଫର୍ମାଟରେ ସିରିଜ୍ ପୋଛି ନେଇଥିଲା ।

ଶିଖର ଧାୱନଙ୍କ ସହ କିଏ ପାଳି ଆରମ୍ଭ କରିବ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେବ। ଶୁବମନ ଗିଲ୍‌, ଈଶାନ କିଶନ ଏବଂ ଋତ୍ୱରାଜ ଗାଏକ୍ୱାଡ୍ ଏହି ଭୂମିକାରେ ଆସିପାରନ୍ତି। ମଧ୍ୟକ୍ରମରେ ଦୀପକ ହୁଦା, ସୂର୍ଯ୍ୟକୁମାର ଯାଦବଙ୍କ ସହିତ ଶ୍ରେୟସ ଆୟର ଓ ସଞ୍ଜୁ ସାମସନଙ୍କ ମଧ୍ୟରୁ ଜଣଙ୍କୁ ଖେଳାଇବା ସମ୍ଭାବନା ରହିଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ଶାର୍ଦୁଳ ଠାକୁର ଭାରତର ପେସ୍‌ ବୋଲିଂ ଅଲରାଉଣ୍ଡର୍ ଦାୟିତ୍ବ ତୁଲାଇବେ । ପେଟରେ ଅସୁବିଧା କାରଣରୁ ଇଂଲଣ୍ଡରେ ସୁଯୋଗ ପାଇନଥିବା ଅର୍ଶଦୀପ ସିଂହ ପଦାର୍ପଣ କରିପାରନ୍ତି । ପ୍ରସିଦ୍ଧ କୃଷ୍ଣ ଓ ମହମ୍ମଦ ସିରାଜ କିନ୍ତୁ ପ୍ରଥମ ପସନ୍ଦର ଦୁଇ ପେସ୍‌ ବୋଲର ଅଛନ୍ତି। ଭାରତୀୟ ଦଳର ଅଧିନାୟକ-ଉପ ଅଧିନାୟକ ଧାୱନ-ଜାଦେଜାଙ୍କ ଉପରେ ଅଧିକ ଦାୟିତ୍ୱ ରହିବ।

The post ଆଜିଠୁ ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚ : ଘରୋଇ ଟିମ୍ ବିରୋଧରେ ଶିଖର ଧାୱନଙ୍କ ନେତୃତ୍ୱରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ first appeared on Kanak News.



from Kanak News https://ift.tt/nzslIaX https://ift.tt/DtJX9yP
ଆଜିଠୁ ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚ : ଘରୋଇ ଟିମ୍ ବିରୋଧରେ ଶିଖର ଧାୱନଙ୍କ ନେତୃତ୍ୱରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ Kanak News ଆଜିଠୁ ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚ : ଘରୋଇ ଟିମ୍ ବିରୋଧରେ ଶିଖର ଧାୱନଙ୍କ ନେତୃତ୍ୱରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ Kanak News Reviewed by SUBHENDU BARAL on July 21, 2022 Rating: 5

No comments:

Powered by Blogger.