ଆଜି ମହାପ୍ରଭଙ୍କୁ ଅଧରପଣା ନୀତି : ଚଣ୍ଡିଚାମୁଣ୍ଡା, ଅଶରୀମାନଙ୍କ ତୃପ୍ତି ପାଇଁ ରଥାରୁଢ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ହେବ ପଣା Kanak News

କନକ ବ୍ୟୁରୋ : ଆଜି ମହାପ୍ରଭଙ୍କୁ ଅଧରପଣା ନୀତି ଅନୁଷ୍ଠିତ ହେବ । ଚାଣ୍ଡଚାମୁଣ୍ଡା, ଅଶରୀମାନଙ୍କ ତୃପ୍ତି ପାଇଁ ରଥାରୁଢ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ଅଧରପଣା ନୀତି ଅନୁଷ୍ଠିତ ହେବ । ସୋମବାର ଆଷାଢ଼ ଶୁକ୍ଳ ଦ୍ବାଦଶୀ ତିଥିରେ ରଥାରୂଢ଼ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ରଥ ଉପରେ ଅଧରପଣା ପୂଜା ନୀତି ସମ୍ପନ୍ନ ହେବ। ଚତୁର୍ଦ୍ଧାମୂର୍ତ୍ତିଙ୍କଠାରେ ଏହି ପଣା ଲାଗି ହେବାପରେ ରଥ ଉପରେ ଅଧରପଣା ହାଣ୍ଡିକୁ ଭାଙ୍ଗି ଚଣ୍ଡିଚାମୁଣ୍ଡା, ଅଶରୀରୀମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ । ତିନି ଠାକୁରଙ୍କଠାରେ ୯ଟି ମାଟି ହାଣ୍ଡିରେ ଅଧରପଣା ଲାଗି ହେବ । ଏଥିପାଇଁ ସ୍ବତନ୍ତ୍ର ଅଧରହାଣ୍ଡି ପ୍ରସ୍ତୁତ ହୋଇଥିବାବେଳେ ସୋମବାର ଶ୍ରୀଜିଉଙ୍କ ଅଧରଉଚ୍ଚର ତିନି ଅଧରପଣା ହାଣ୍ଡି ରଥପାଖକୁ ବିଜେ କରିବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଛି ।

ସେପଟେ, ଥାରେ ସୁନାର କିରୀଟ,କାନରେ ସୁନାର କୁଣ୍ଡଳ। କମରରେ ସୁନାର କମରପଟି ଓ ପାଦରେ ଶ୍ରୀପୟର । ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ହସ୍ତରେ ସୁବର୍ଣ୍ଣର ହଳମୁଷଳ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହସ୍ତରେ ସୁବର୍ଣ୍ଣର ଚକ୍ର ଓ ରୁପାର ଶଙ୍ଖ। ମା’ ସୁଭଦ୍ରାଙ୍କ ସୁବର୍ଣ୍ଣର ତଡ଼ଗି । ସାଙ୍ଗକୁ ରତ୍ନଖଚିତ ଘାଗଡ଼ା ମାଳି, ବାହାଡ଼ା ମାଳି, ତାବିଜ ମାଳି, ହରିଡ଼ା କଦମ୍ୱ ମାଳି, ବାଘନଖୀ ମାଳି, ସେବତୀ ମାଳି, ତିଳକ, ଆଡ଼କାନି, ଚନ୍ଦ୍ର-ସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା ଆଦି ଆଭୂଷଣ। ନବଦିନର ଯାତ୍ରା ସାରି ସିଂହଦ୍ୱାରକୁ ବାହୁଡ଼ିବା ପରେ ରବିବାର ଦିନ ଏପରି ମହଣ ମହଣ ସୁନାର ଅଳଙ୍କାର ପରିଧାନ କରି ଅପରୂପ, ଅନନ୍ୟ ସୁନାବେଶରେ ଦର୍ଶନ ଦେଇଛନ୍ତି ମହାପ୍ରଭୁ । ୧୨ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଏହି ଅପରୂପ ବେଶ ଦର୍ଶନ କରିବାର ସୌଭାଗ୍ୟ ଅର୍ଜିଛନ୍ତି । ରବିବାର ଥିବାରୁ ଭକ୍ତଙ୍କ ଭିଡ଼ ବି ବଡ଼ଦାଣ୍ଡ ଓ ସହରର ଗଳିକନ୍ଦିରେ ପରିଲକ୍ଷିତ ହୋଇଛନ୍ତି । ମଧ୍ୟାହ୍ନରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତଙ୍କ ଭିଡ଼ ଲାଗି ରହିଥିବା ଦେଖିବାକୁ ମିଳିଛି ।

The post ଆଜି ମହାପ୍ରଭଙ୍କୁ ଅଧରପଣା ନୀତି : ଚଣ୍ଡିଚାମୁଣ୍ଡା, ଅଶରୀମାନଙ୍କ ତୃପ୍ତି ପାଇଁ ରଥାରୁଢ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ହେବ ପଣା first appeared on Kanak News.



from Kanak News https://ift.tt/ZG1yMn7 https://ift.tt/y85TsQ1
ଆଜି ମହାପ୍ରଭଙ୍କୁ ଅଧରପଣା ନୀତି : ଚଣ୍ଡିଚାମୁଣ୍ଡା, ଅଶରୀମାନଙ୍କ ତୃପ୍ତି ପାଇଁ ରଥାରୁଢ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ହେବ ପଣା Kanak News ଆଜି ମହାପ୍ରଭଙ୍କୁ ଅଧରପଣା ନୀତି : ଚଣ୍ଡିଚାମୁଣ୍ଡା, ଅଶରୀମାନଙ୍କ ତୃପ୍ତି ପାଇଁ ରଥାରୁଢ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ହେବ ପଣା Kanak News Reviewed by SUBHENDU BARAL on July 10, 2022 Rating: 5

No comments:

Powered by Blogger.