ଶ୍ରୀଲଙ୍କାକୁ ସଙ୍କଟ : ମାଳଦ୍ୱୀପ ପଳାଇଲେ ଶ୍ରୀଲଙ୍କା ରାଷ୍ଟ୍ରପତି ! ଆଜି ଇସ୍ତଫା ଦେବାକୁ ପୂର୍ବରୁ କରିଥିଲେ ଘୋଷଣା Kanak News

କନକ ବ୍ୟୁରୋ : ଦେଶ ଛାଡି ମାଳଦ୍ୱୀପ ପଳାଇଗଲେ ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେ । ୧୩୯ ଦିନର ବିରୋଧ ପରେ ରାଜପାକ୍ଷେ ଇସ୍ତଫା ଦେଇଥିଲେ । ଆଜି ସଂସଦରେ ତାଙ୍କ ଇସ୍ତଫା ଘୋଷଣା ହୋଇପାରେ । ଏବଂ ଅନ୍ତରୀଣ ରାଷ୍ଟ୍ରପତିଙ୍କ ନାମ ମଧ୍ୟ ଘୋଷଣା ହୋଇପାରେ । ଶ୍ରୀଲଙ୍କାର ଲୋକେ ଶନିବାର ରାଷ୍ଟ୍ରପତି ଭବନକୁ କବଜା କରିବା ପୂର୍ବରୁ ଗୋଟାବାୟା ଫେରାର ହୋଇଯାଇଥିଲେ । ଏକ ନୌସେନା ଜାହାଜରେ ସେ ପଳାଇଯାଉଥିବାର ଭିଡିଓ ସାମ୍ନାକୁ ଆସିଥିଲା ।
କୁହାଯାଉଥିଲା ସେ ସମୁଦ୍ର ଭିତରେ ପରିବାର ସହିତ ଆତ୍ମଗୋପନ କରିଛନ୍ତି । ତେବେ ଜୁଲାଇ ୮ ତାରିଖରୁ ଆଉ ତାଙ୍କୁ ଦେଖିବାକୁ ମିଳିନଥିଲା । ଗତକାଲି ମଧ୍ୟ ନୌସେନା ଜାହାଜରୁ ଖସଯିିବାକୁ ଗୋଟାବାୟା ଉଦ୍ୟମ କରୁଥିବା କଥା ଅନ୍ତର୍ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା । ଏବେ କିନ୍ତୁ ସେ ମାଳଦ୍ୱୀପ ଖସି ପଳାଇଯାଇଥିବା ସୂଚନା ରହିଛି । ଇସ୍ତଫା ଦେବା ପୂର୍ବରୁ ଗୋଟାବାୟା ରାଜପାକ୍ଷେ ଦେଶ ଛାଡ଼ି ଚାଲିଯିିବାକୁ ଅନୁମତି ଦେବାକୁ ଦାବି କରିଥିଲେ । ଏହାର କିଛି ଘଂଟା ପରେ ସେ ଦେଶ ଛାଡ଼ି ଚାଲଯାଇଥିଲେ । ଏବେ ପ୍ରଶ୍ନ ଉଠୁଛି ଗୋଟାବାୟା ପଳାଇଛନ୍ତି ନା ତାଙ୍କୁ ପଳାଇବାକୁ ବାଧ୍ୟ କରାଯାଇଛି ।
ଗତକାଲି ରାଜପାକ୍ଷେ ତାଙ୍କ ଇସ୍ତଫା ପତ୍ରରେ ଦସ୍ତଖତ କରି ଜଣେ ବରିଷ୍ଠ ଅଧିକାରୀଙ୍କୁ ହସ୍ତାନ୍ତର କରିଥିଲେ । ଆଜି ଏହି ଚିଠି ସଂସଦରେ ବାଚସ୍ପତି ମହିନ୍ଦା ଆପା ଅବେବର୍ଦ୍ଧନଙ୍କୁ ପ୍ରଦାନ କରିବାର ଥିଲା । ଗୋଟାବାୟା ୨୦୧୯ରେ ରାଷ୍ଟ୍ରପତି ପଦରେ ବସିଥିଲେ । ୨ ବର୍ଷ ୭ ମାସ ହେବ ସେ ଏହି ପଦରେ ରହିବା ପରେ ଇସ୍ତଫା ପତ୍ରରେ ଦସ୍ତଖତ କରିଛନ୍ତି । ସେହିପରି ତାଙ୍କ ଭାଇ ମହିନ୍ଦା ରାଜପାକ୍ଷେ ୨୦୦୫ରୁ ଲଗାତର ୧୦ ବର୍ଷ ରାଷ୍ଟ୍ରପତି ପଦରେ ରହିଥିଲେ । ଏହାପରେ ସେ ପ୍ରଧାନମନ୍ତ୍ରୀ ପଦରେ ବସିଥିଲେ । କିନ୍ତୁ ବିରୋଧ ପରେ ମେ ୯ରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।
The post ଶ୍ରୀଲଙ୍କାକୁ ସଙ୍କଟ : ମାଳଦ୍ୱୀପ ପଳାଇଲେ ଶ୍ରୀଲଙ୍କା ରାଷ୍ଟ୍ରପତି ! ଆଜି ଇସ୍ତଫା ଦେବାକୁ ପୂର୍ବରୁ କରିଥିଲେ ଘୋଷଣା first appeared on Kanak News.
from Kanak News https://ift.tt/t4oX7xy https://ift.tt/ZHQn4ys
No comments: