ଜହ୍ଲାଦ ପାଲଟିଲେ ଜନ୍ମଦାତା : ଦିନକର ନବଯାତ ଶିଶୁକୁ ମାରି ପୋତିଦେଲେ ବାପା, ମାଆ Kanak News

କନକ ବ୍ୟୁରୋ : ଜହ୍ଲାଦ ପାଲଟିଲେ ଜନ୍ମଦାତା । ଦିନକର ନବଯାତ ଶିଶୁକୁ ମାରି ପୋତିଦେଲେ ବାପା, ମାଆ । ଏଭଳି ଏକ ହୃଦୟ ବିଦାରକ ଖବର ଆସିଛି ମାଲକାନଗିରି ଜିଲ୍ଲାରୁ । ମାଲାକାନାଗିରର ଏମପିଭି ୮୩ ଗାଁର ବାବୁ ପାଇକ ଏବଂ ତାଙ୍କ ସ୍ତ୍ରୀ ନିଜ ଶିଶୁ ପୁତ୍ରକୁ ହତ୍ୟା କରି ପାଖ ଜଙ୍ଗଲରେ ପୋତିଦେଇଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ ।

ଘଟଣାସ୍ଥଳରେ ପୁଲିସ ପହଞ୍ଚି ନବଯାତ ଶିଶୁର ମୃତଦେହକୁ ଉଦ୍ଧାର କରିଛି । ପୂର୍ବରୁ ତିନିଟି ଛୁଆ ଥିବାରୁ ବାପା, ମାଆ ଶିଶୁଟିକୁ ରଖିବାକୁ ଚାହୁଁନଥିବାରୁ ହତ୍ୟା କରିଥିବା ସୂଚନା ମିଳିଛି । ତେବେ ବାସ୍ତବରେ କଣ ପାଇଁ ହତ୍ୟା କରାଯାଇଛି ତାହା ଉପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।

The post ଜହ୍ଲାଦ ପାଲଟିଲେ ଜନ୍ମଦାତା : ଦିନକର ନବଯାତ ଶିଶୁକୁ ମାରି ପୋତିଦେଲେ ବାପା, ମାଆ first appeared on Kanak News.



from Kanak News https://ift.tt/DvdziKJ https://ift.tt/7B2RTdQ
ଜହ୍ଲାଦ ପାଲଟିଲେ ଜନ୍ମଦାତା : ଦିନକର ନବଯାତ ଶିଶୁକୁ ମାରି ପୋତିଦେଲେ ବାପା, ମାଆ Kanak News ଜହ୍ଲାଦ ପାଲଟିଲେ ଜନ୍ମଦାତା : ଦିନକର ନବଯାତ ଶିଶୁକୁ ମାରି ପୋତିଦେଲେ ବାପା, ମାଆ Kanak News Reviewed by SUBHENDU BARAL on July 13, 2022 Rating: 5

No comments:

Powered by Blogger.