ସ୍ମାର୍ଟ ସ୍କୁଲ ନାଁରେ ବାହା ବାହା ନେଉଛନ୍ତିି ସରକାର : ରାଜଧାନୀଠୁ ୩୦ କିଲୋମିଟର ଦୂରରେ ଗଛ ମୂଳେ ପାଠ ପଢୁଛନ୍ତିି ଛାତ୍ରଛାତ୍ରୀ Kanak News

କନକ ବ୍ୟୁରୋ : ସ୍ମାର୍ଟ ସ୍କୁଲ ନାଁରେ ବାହା ବାହା ନେଉଛନ୍ତିି ସରକାର ହେଲେ ପାଠ ପଢିବାକୁ ନାହିଁ ସ୍କୁଲ ଘର । ଗଛ ମୂଳରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲାରେ । ଜଟଣୀ ବ୍ଲକ ଅଙ୍ଗାରପଡା ପଞ୍ଚାୟତର ମାନପୁର ପ୍ରାଥମିକ ବିଦ୍ୟାଳୟରେ ସ୍କୁଲ ଘର ନ ଥିବାରୁ ଗଛ ମୂଳେ ପାଠ ପଢାଯାଉଛି । ମାସ କି ବର୍ଷ ନୁହେଁ ଦିର୍ଘ ୮ ବର୍ଷ ହେଲା ୩୦ରୁ ଅଧିକ ଛାତ୍ରଛାତ୍ରୀ ଗଛ ମୂଳେ ପାଠ ପଢୁଛନ୍ତି ।

ରାଜଧାନୀଠୁ ମାତ୍ର ୩୦ କିଲୋମିଟର ଦୂରରେ ଥିବା ଏହି ସ୍କୁଲ କିପରି ସରକାରଙ୍କ ନଜରକୁ ଆସିନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି । ଏହି ଗାଁରେ ଦଳିତ ଶ୍ରେଣୀର ଲୋକେ ଅଧିକ ସଂଖ୍ୟାରେ ରହୁଥିବାରୁ ଏଥିପ୍ରତି ଗୁରୁତ୍ୱ ଦିଆଯାଉନଥିବା ଅଭିଯୋଗ ହୋଇଛି । ସ୍କୁଲରେ ଶେଣ୍ରୀ ଗୃହ, ରୋଷେଇ ଘର, ପାନୀୟ ଜଳ ସୁବିଧା ବି ନାହିଁ । ଗ୍ରାବବାସୀ ବହୁବାର ପ୍ରଶାସନିକ ଅଧିକାରୀ ଏବଂ ଜନପ୍ରତିନିଧିଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିପାରିନାହିଁ । ଦିନ ୧୦ଟାରୁ ଗୋଟାଏ ପର୍ଯ୍ୟନ୍ତ ପିଲା ଗଛ ମୂଳେ ପାଠ ପଢୁଛନ୍ତି । ପାଖରେ ଥିବା ଅଙ୍ଗନବାଡି କେନ୍ଦ୍ର ଛୁଟି ହେବା ପରେ ସେଠାରେ କିଛି ସମୟ ପାଠ ପଢାଯାଉଛି ।

The post ସ୍ମାର୍ଟ ସ୍କୁଲ ନାଁରେ ବାହା ବାହା ନେଉଛନ୍ତିି ସରକାର : ରାଜଧାନୀଠୁ ୩୦ କିଲୋମିଟର ଦୂରରେ ଗଛ ମୂଳେ ପାଠ ପଢୁଛନ୍ତିି ଛାତ୍ରଛାତ୍ରୀ first appeared on Kanak News.



from Kanak News https://ift.tt/RiOKDsu https://ift.tt/y9eGCD6
ସ୍ମାର୍ଟ ସ୍କୁଲ ନାଁରେ ବାହା ବାହା ନେଉଛନ୍ତିି ସରକାର : ରାଜଧାନୀଠୁ ୩୦ କିଲୋମିଟର ଦୂରରେ ଗଛ ମୂଳେ ପାଠ ପଢୁଛନ୍ତିି ଛାତ୍ରଛାତ୍ରୀ Kanak News ସ୍ମାର୍ଟ ସ୍କୁଲ ନାଁରେ ବାହା ବାହା ନେଉଛନ୍ତିି ସରକାର : ରାଜଧାନୀଠୁ ୩୦ କିଲୋମିଟର ଦୂରରେ ଗଛ ମୂଳେ ପାଠ ପଢୁଛନ୍ତିି ଛାତ୍ରଛାତ୍ରୀ Kanak News Reviewed by SUBHENDU BARAL on July 13, 2022 Rating: 5

No comments:

Powered by Blogger.