କିପରି ତିଆରି କରିବେ ସିଭି; କ’ଣ ରଖିବେ, କ’ଣ ନ ରଖିବେ Pramod Behera

ଚାକିରି ପାଇଁ ସିଭି ଜରୁରୀ ହୋଇଥାଏ। ଏକ ସିଭି ତିଆରି କରିବାବେଳେ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷକୁ ଧ୍ୟାନରେ ରଖିବା ନିହାତି ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ରିଜ୍ୟୁମ୍ ହିଁ ଠିକ୍ କରିଥାଏ ତୁମର ଚୟନ। ଖାଲି ଚୟନ ନୁହେଁ କମ୍ପାନୀରେ ଏହା ହିଁ ଦେଇଥାଏ ତୁମକ ଏକ ଭଲ ପୋଜିସନ ଆଉ ଏକ ଭଲ ପ୍ୟାକେଜ୍।

ଏନେଇ ଏହା ଜରୁରୀ ଯେ ରିଜ୍ୟୁମ ତିଆରି କରିବା ବେଳେ ପ୍ରତ୍ୟେକ ଶବ୍ଦ ଏବଂ ପ୍ରତ୍ୟେକ ପଏଣ୍ଟକୁ ଅତି ଯତ୍ନର ସହିତ ଲେଖାଯିବା ଉଚିତ। ତେବେ କିପରି ଏକ ପ୍ରଭାବଶାଳୀ ସିଭି ପ୍ରସ୍ତୁତ କରିବେ ଜାଣିବା ପାଇଁ ଏହି ଖବରକୁ ସଂପୂର୍ଣ୍ଣ ପଢନ୍ତୁ ଏବଂ ଆପଣଙ୍କ ସିଭିରେ ଉଲ୍ଲେଖିତ ପଏଣ୍ଟଗୁଡିକ ଯୋଡନ୍ତୁ।

ରିଜ୍ୟୁମ୍‌ରେ କ’ଣ ରଖିବେ କ’ଣ ନ ରଖିବେ:

  • ସର୍ବପ୍ରଥମେ, ଆପଣଙ୍କୁ ମନେ ରଖିବାକୁ ହେବ ଯେ ଆପଣଙ୍କର ରିଜ୍ୟୁମ୍ ଛୋଟ / ସଂକ୍ଷିପ୍ତ ହେବା ଉଚିତ
  • ତୁମର ରିଜ୍ୟୁମରେ ବହୁତ ପୁରୁଣା ତଥ୍ୟ ରଖ ନାହିଁ, ତୁମର ସମସ୍ତ ଅଭିଜ୍ଞତା ସିଭିରେ ସାମିଲ ହେବା ଜରୁରୀ ନୁହେଁ
  • ରିଜ୍ୟୁମ୍‌ରେ ତୁମର ସର୍ବୋତ୍ତମ ସଫଳତା ବିଷୟରେ ନିଶ୍ଚିତ ଉଲ୍ଲେଖ କରିବେ, ଯେପରିକି ପୂର୍ବ କାର୍ଯ୍ୟରେ ତୁମର କାର୍ଯ୍ୟଦକ୍ଷତା, କମ୍ପାନୀର ବିକାଶରେ ନିଜର ଭୂମିକା ଇତ୍ୟାଦି।
  • ଆପଣ ଆବେଦନ କରିବାକୁ ଚାହୁଁଥିବା ପଦବୀର ଦକ୍ଷତାକୁ ହାଇଲାଇଟ୍ କରନ୍ତୁ
  • ରିଜ୍ୟୁମରେ ଅଦରକାରୀ ଏବଂ ସମ୍ପର୍କିତ ସୂଚନା ରଖନ୍ତୁ ନାହିଁ
  • ନିଜର ହବିକୁ ରିଜ୍ୟୁମରେ ସାମିଲ କର ନାହିଁ

କିପରି କରିବେ ଡିଜାଇନ୍:

  • ସିଭି ତିଆରି କରିବାବେଳେ, ଆପଣ ଚେଷ୍ଟା କରିବା ଉଚିତ୍ ଯେ ଆପଣ ଯାହା ବ୍ୟବହାର କରିଛନ୍ତି ତାହା ଭଲ ଭାବେ ପଢି ହେଉଛି। ଆପଣ କାମ୍ବ୍ରିଆ, କାଲିବ୍ରି, ହେଲଭେଟିକା ଏବଂ ବୁକମ୍ୟାନ୍ ଓଲ୍ଡ ଷ୍ଟାଇଲ୍ ଫଣ୍ଟ୍‌ ବ୍ୟବହାର କରିପାରିବେ, ସେଗୁଡିକ ଭଲ ଭାବେ ପଢିହୁଏ। ଫଣ୍ଟ୍ ସାଇଜ୍ ୧୦ କିମ୍ବା ୧୧ ରଖିପାରିବେ।
  • ରିଜ୍ୟୁମ୍‌ରେ ଅକ୍ଷରଗୁଡିକୁ ରଙ୍ଗୀନ କରନ୍ତୁ ନାହିଁ, ଏହାକୁ ଧୂସର କିମ୍ବା କଳା ରଖାଯାଇପାରିବ। ବ୍ୟାକ୍‌ଗ୍ରାଉଣ୍ଡ୍ ଧଳା ରହିଲେ ଭଲ।

କିପରି କରିବେ ଫର୍ମାଟ୍:

  • ସର୍ବପ୍ରଥମେ, ଆପଣଙ୍କ ଯୋଗାଯୋଗ ସୂଚନା ଦେବାକୁ ପଡିବ ଯେଉଁଥିରେ ମୋବାଇଲ୍ ନମ୍ବର, ଇମେଲ୍ ଆଦି ସାମିଲ ହେବ। ଏହା ପରେ ଆପଣଙ୍କ ଯୋଗ୍ୟତା, ପ୍ରମାଣପତ୍ର, ସମ୍ମିଳନୀ ଏବଂ ଅନ୍ୟାନ୍ୟ ସୂଚନା ଯୋଗ କରିପାରିବେ।


from Latest Odisha News, Breaking News Today | Top Updates on Corona - OTV News https://ift.tt/ZipXKMr
କିପରି ତିଆରି କରିବେ ସିଭି; କ’ଣ ରଖିବେ, କ’ଣ ନ ରଖିବେ Pramod Behera କିପରି ତିଆରି କରିବେ ସିଭି; କ’ଣ ରଖିବେ, କ’ଣ ନ ରଖିବେ Pramod Behera Reviewed by SUBHENDU BARAL on July 13, 2022 Rating: 5

No comments:

Powered by Blogger.